ରାମମନ୍ଦିର ଛକ ପାର୍କିଂରେ ଜୁଲୁମ ଘଟଣା: କାର୍ଯ୍ୟାନୁଷ୍ଠାନ ନେଲାନି ବିଏମ୍‌ସି

Advertisment

ରସିଦ୍‌ ଜବତ କଲା ବିଏସ୍‌ସିଏଲ୍‌

ରସିଦ୍‌ ଜବତ କଲା ବିଏସ୍‌ସିଏଲ୍‌

ରାମମନ୍ଦିର ଛକ ପାର୍କିଂରେ ଜୁଲୁମ ଘଟଣା: କାର୍ଯ୍ୟାନୁଷ୍ଠାନ ନେଲାନି ବିଏମ୍‌ସି

ଭୁବନେଶ୍ବର: ରାମମନ୍ଦିର ଛକ ବିଏମ୍‌ସି ପାର୍କିଂରେ ଗାଡ଼ିମାଲିକଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ନିରବ ରହିଛି ବିଏମ୍‌ସି। ଏକ ଭିଡିଓରେ ପ୍ରମାଣ ଜଳ ଜଳ ଦିଶୁଥିଲେ ମଧ୍ୟ ଠିକାଦାରଙ୍କ ଉପରେ ଅନୁକମ୍ପା ଦେଖାଇଛି ବିଏମ୍‌ସି। ତେବେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଚଢ଼ଉ କରି ହଜାରେରୁ ଊର୍ଦ୍ଧ୍ବ କାଗଜ ରସିଦ୍‌ ଜବତ କରିଛି। କିନ୍ତୁ ବିଏମ୍‌ସି ଠିକାଦାର ନିଯୁକ୍ତ କରିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବିଏମ୍‌ସି କାହିଁକି ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାରୁନି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସ୍ମାର୍ଟ ଜନପଥରେ ଯେଉଁ ସବୁ ଜାଗାରେ ପାର୍କିଂ ହେଉଛି ସେଠାରେ ବିଏସ୍‌ସିଏଲ୍‌ ରସିଦ୍‌ ପାଇଁ ୫୦ଟି ବିଲିଂ ମେସିନ୍‌ ଯୋଗାଇଛି। ଆସନ୍ତାକାଲି ଆଉ ୫ଟି ମେସିନ୍‌ ଯୋଗାଇ ଦିଆଯିବ ବୋଲି ବିଏସ୍‌ସିଏଲ୍‌ କହିଛି। ଏଠାରେ କାଗଜ ତିଆରି ରସିଦ୍‌ ବ୍ୟବହାର କରାଯିବ ନାହିଁ ବୋଲି କଡ଼ାକଡ଼ି କରାଯାଇଛି। କିନ୍ତୁ ଠିକାଦାରମାନେ ଗ୍ରାହକଙ୍କୁ ଲୁଟ୍‌ କରିବା ପାଇଁ ମେସିନ୍‌ ବ୍ୟବହାର କରୁନାହାନ୍ତି। ନିଜ ହାତରେ କାଗଜ ରସିଦ୍‌ ଛାପି ମନଇଚ୍ଛା ଦର କଷୁଥିବା ଅଭିଯୋଗ ହୋଇଛି। କେତେ ସମୟ ଗାଡ଼ି ପାର୍କିଂରେ ରହିଲା ସେ ନେଇ ରସିଦ୍‌ରେ ଲେଖା ଯାଉନାହିଁ। ଫଳରେ ଠିକାଦାରକୁ ଲୁଟିବା ସହଜ ହେଉଛି। ବିଏମ୍‌ସି ଧାର୍ଯ୍ୟ କରିଥିବା ଦର କୌଣସି ଜାଗାରେ ଲେଖାଯାଇ ନାହିଁ। ଯଦିଓ ଠିକାଦାରଙ୍କ ନାମ ଫୋନ୍‌ ନମ୍ବର ସହ ବିଏମ୍‌ସି ଧାର୍ଯ୍ୟ କରିଥିବା ପାର୍କିଂ ଫି’ ସ୍ପଷ୍ଟ ଅକ୍ଷରରେ ଭଲ ଦିଶିବା ଜାଗାରେ ଲଗାଯିବାକୁ ବ୍ୟବସ୍ଥା ରହିଛି। କୌଣସି ଜାଗାରେ ଏଭଳି ବ୍ୟବସ୍ଥା ନଥିଲେ ମଧ୍ୟ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଗତକାଲି ରାମ ମନ୍ଦିର ସାମ୍ନାରେ ପାର୍କିଂ ପାଇଁ ଠିକା ନେଇଥିବା ରାଜେଶ ଦାସଙ୍କ କର୍ମଚାରୀ ଗାଡ଼ି ମାଲିକଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ବିଏମ୍‌ସିକୁ ଟ୍ବିଟ୍‌ ଜରିଆରେ ଅଭିଯୋଗ ହୋଇଥିଲା। ଛୋଟ ଟଙ୍କିକିଆ ଚଳୁନାହିଁ କହି କର୍ମଚାରୀ ଜଣେ ଗାଡ଼ି ମାଲିକଙ୍କୁ ଦୁର୍ବ୍ୟବହାର କରୁଥିବା ଭିଡିଓ ଅପ୍‌ଲୋଡ୍‌ ହୋଇଥିଲା। ୨୪ ଘଣ୍ଟା ପରେ ମଧ୍ୟ ବିଏମ୍‌ସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe