ବିପୁଲ ଗ୍ରିନ୍ ଆପାର୍ଟମେଣ୍ଟ: ଖୁସି ଦେଉଛି ପକ୍ଷୀଙ୍କ କଳରବ

ରାତି ପାହିବା ବେଳକୁ ବଦଳିଯାଉଛି ରାଜଧାନୀର ଚିତ୍ର। ସହରରୁ ସବୁଜିମା ହଜିଯାଉଛି। ଆଉ ଚାରିଆଡ଼େ ଆପାର୍ଟମେଣ୍ଟମାନ ମୁଣ୍ଡ ଟେକି ସତେ ଅବା ଆକାଶ ଛୁଇଁବାକୁ ଉଦ୍ୟତ ହେଉଛନ୍ତି। ହଁ, ସହରର ଏହି ଅବୟବ ପରିବର୍ତ୍ତନ ସହ ବଦଳିଛି ଆଧୁନିକ ଜୀବନଯାପନର ଧାରା ଓ ପରମ୍ପରା।

sfhfhfhfh

ରାତି ପାହିବା ବେଳକୁ ବଦଳିଯାଉଛି ରାଜଧାନୀର ଚିତ୍ର। ସହରରୁ ସବୁଜିମା ହଜିଯାଉଛି। ଆଉ ଚାରିଆଡ଼େ ଆପାର୍ଟମେଣ୍ଟମାନ ମୁଣ୍ଡ ଟେକି ସତେ ଅବା ଆକାଶ ଛୁଇଁବାକୁ ଉଦ୍ୟତ ହେଉଛନ୍ତି। ହଁ, ସହରର ଏହି ଅବୟବ ପରିବର୍ତ୍ତନ ସହ ବଦଳିଛି ଆଧୁନିକ ଜୀବନଯାପନର ଧାରା ଓ ପରମ୍ପରା। ଭୂଇଁ ଓ ଆକାଶ ମଝିରେ ଝୁଲିରହିଥିବା ଏହି କଂକ୍ରିଟ୍‌ ବସାଗୁଡ଼ିକ ଏବେ ସହରିଆଙ୍କ ସାମାଜିକ ଜୀବନକୁ ନୂଆ ଢଙ୍ଗରେ ପରିଭାଷିତ କରୁଛି। ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ମାନ ଦେଇ ଗୋଷ୍ଠୀବଦ୍ଧ ଜୀବନ ଜିଇଁବାର ଅଭିନବ ଅନୁଭୂତି ଭିତରେ ସମସ୍ତେ ନିଜର ଏକ ସ୍ବତନ୍ତ୍ର କାହାଣୀ ଧରି ଅଗ୍ରସର ହେଉଛନ୍ତି। ଅଗଣିତ ସହରିଆ ଆପାର୍ଟମେଣ୍ଟ ଜୀବନଶୈଳୀକୁ କାହିଁକି ଭଲପାଇ ବସିଛନ୍ତି, ତା’ ପଛର କାହାଣୀ ଜାଣିବା ପାଇଁ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା ‘ମଝି ଆକାଶରେ ଜୀବନ’...
ରିପୋର୍ଟ: ହରପ୍ରିୟା ପୃଷ୍ଟି
ଫଟୋ: ବିଭୂତି ସାହୁ

ଗାଡ଼ିମୋଟରର ଗର୍ଜନତର୍ଜନ ସହ ଧୂଳିଧୂଆଁ; ଏହାରି ଭିତରେ ତ କଟେ ସହରୀ ଜୀବନ। ଏଠାରେ ତାଜା ପବନ ଆଉ ସବୁଜ ପରିବେଶ ସାତସପନ। ହେଲେ ସିଜୁଆସ୍ଥିତ ‘ବିିପୁଲ୍‌ ଗ୍ରିନ୍ ଆପାର୍ଟମେଣ୍ଟ୍‌’ ଏହାର ବିପରୀତ ପରିବେଶଟିଏ ଯୋଗାଇ ଦିଏ। ଆପାର୍ଟମେଣ୍ଟ୍‌ର ନାଁ ଭଳି ଏହାର ସବୁଜିମା ଅନ୍ତେବାସୀଙ୍କୁ ସତେଜତାରେ ଭରିଦିଏ। ୩ ଟାୱାର୍‌ ୧୮ ମହଲାବିଶିଷ୍ଟ ଏହି ଆପାର୍ଟମେଣ୍ଟ୍‌ରେ ୧୫୭ ପରିବାର ତିଆରିଛନ୍ତି ନିଜର ସ୍ବପ୍ନର ନୀଡ଼। ଝରକା ଖୋଲୁ ଖୋଲୁ ସ୍ବଚ୍ଛ ଶୀତଳ ପବନ କ୍ଷଣିକରେ ମନହୃଦୟକୁ ତାଜା କରିପକାଏ। ପକ୍ଷୀମାନଙ୍କ କିଚିରିମିଚିରି ପରିବେଶରେ ଆତ୍ମୀୟତା ଭରିଦିଏ। ବିଳାସପୂର୍ଣ୍ଣ ଆବାସ, ହାତପାଆନ୍ତାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ସବୁଜ ପରିବେଶ ଅନ୍ତେବାସୀଙ୍କୁ ସହର ପ୍ରତି ବିତୃଷ୍ଣା ହେବାକୁ ଦିଏନାହିଁ।

ଏଠାକାର ସୁରକ୍ଷା ବ୍ୟବସ୍ଥ‌ା ଅନ୍ତେବାସୀଙ୍କୁ ସବୁଠୁ ଅଧିକ ଆଶ୍ବସ୍ତି ଦିଏ। ଶହେରୁ ଅଧିକ କ୍ୟାମେରା, ୧୫ ସୁରକ୍ଷା କର୍ମୀ ଏବଂ ‘ମାଇଁ ଗେଟ୍‌’ ଭଳି ଡିଜିଟାଲ୍‌ ଆପ୍‌ର ବ୍ୟବସ୍ଥା ସୁରକ୍ଷାକୁ ଆହୁରି ସୁଦୃଢ଼ କରିଛି। ଏଠାକାର ଅତ୍ୟାଧୁନିକ ଜିମ୍‌, ଜକୁଜି, ଷ୍ଟିମ୍‌ ବାଥ୍‌ ଓ ଜୁମ୍ବା ନୃତ୍ୟ ବ୍ୟବସ୍ଥା ସମ୍ଭ୍ରାନ୍ତଶ୍ରେଣୀୟ ଅନୁଭୂତି ଦେଉଛି। ପିଲାଙ୍କ ଖେଳକୁଦ ପାଇଁ ପାର୍କ ସହ ବାସ୍କେଟ୍‌ ବଲ୍‌, ଟେବଲ୍‌ ଟେନିସ୍‌, ବିଲିଆର୍ଡସ୍‌, ଚେସ୍‌, ବ୍ୟାଡ୍‌ମିଣ୍ଟନ, କ୍ରିକେଟ୍‌ ପିଚ୍ ଓ ସୁଇମିଂ ପୁଲ୍‌ ବି ଏଠାରେ ରହିଛି। ଏଥିସହ ସମସ୍ତଙ୍କୁ ସକାଳ ଓ ସଞ୍ଜରେ ପାଠାଗାର ଯୋଗ ଓ ‌ହସ କ୍ଲବ୍‌ ବ୍ୟବସ୍ଥା ବେଶ୍‌ ଆକର୍ଷିତ କରୁଛି। ଆପାର୍ଟମେଣ୍ଟ୍‌ କମିଟିର ସଭାପତି ପ୍ରୀତିପ୍ରସାଦ ଦେଓ କୁହନ୍ତି, ଏଠାରେ ଅବସର ବି‌ନୋଦନ ପାଇଁ ଯେଉଁସବୁ ସୁବିଧା ଅଛି ତାହା ଅନ୍ୟ କେଉଁଠି ମିଳିବା ମୁଁ ଦେଖିନାହିଁ। ବରିଷ୍ଠ ନ‌ାଗରିକଙ୍କର ‘ୟଙ୍ଗ୍‌ ଆଟ୍‌ ହାର୍ଟ’ ଗ୍ରୁପ୍‌ ଏଠାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ବାସଗୃହଗୁଡ଼ିକର ବାମ ପାଖ‌ରେ ଖୋଲା ପଡ଼ିଆ, ଦକ୍ଷିଣରେ ପୁଲିସ ତାଲିମ ଏକାଡେମୀ, ପଛ ପଟେ ବିଶାଳ କାଜୁ ବଗିଚା ଆଉ ସମ୍ମୁଖରେ ଡାକ୍ତରଖାନା ରହିଛି। ଏଠାରେ ଶତପ୍ରତିଶତ ବିଦ୍ୟୁତ୍ ସରବରାହକୁ ନିଶ୍ଚିତ କରାଯ‌ାଇଛି। ଫଳରେ ବିଜୁଳି କଟ୍‌ର ଆଶଙ୍କା ବି ନାହିଁ। ସମ୍ପାଦକ ପ୍ରଫୁଲ୍ଲ ଷଡ଼ଙ୍ଗୀ କହିବା ମୁତାବକ, ଏହା ଏକ ମିନି ଓଡ଼ିଶା। ଏଠାରେ ସମସ୍ତ ଜିଲ୍ଲାର ଲୋକ ବସବାସ କରୁଥିବାରୁ ସବୁ ଜିଲ୍ଲା ସମ୍ପର୍କରେ ଜାଣିବାର ସୁଯୋଗ ମିଳେ। ପ୍ରାୟ ସମସ୍ତେ ଅବସର ପରେ ଏକ ଶାନ୍ତିର ଜୀବନର ସନ୍ଧାନରେ ଆସି ଏଠାରେ ରହୁଛନ୍ତି। ଜନ୍ମଦିନ, ବିବାହ ବାର୍ଷିକୀ ସବୁ ଏକାଠି ପାଳନ ହୁଏ। ସୋସାଇଟି ଖର୍ଚ୍ଚ ବାବଦକୁ ଘର ହିସାବରେ ୮ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ୩୦ରୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ଫ୍ଲାଟ୍‌ ଭଡ଼ା ବାବଦକୁ ଦେବାକୁ ପଡ଼େ। ଗଣେଶ ପୂଜା ହେଉ ବା ସାବିତ୍ରୀ ଏକାଠି ମିଶି ପାଳନ କରିବା ପାଇଁ ଏଠାରେ କମ୍ୟୁନିଟି ହଲ୍‌ଟିଏ ବି ରହିଛି। 


କଳା ଓ ପ୍ରତିଭାର ପ୍ରଦର୍ଶନ ପାଇଁ ହୁଏ ପ୍ରଦର୍ଶନୀ

ଆପାର୍ଟମେଣ୍ଟର ଅନ୍ତେବାସୀ ସ୍ମରଣିକା ଦେଓ କୁହନ୍ତି, ସହରରେ ରହୁଥିବା ମହିଳାମାନେ ଗୃହବନ୍ଦୀ ହୋଇ ରହିଯାଉଥିବା କୁହାଯାଏ। ହେଲେ ଆମେ ଏଠାରେ ପ୍ରତି ୩ ମାସରେ ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିଥାଉ। ମହିଳାମାନେ ଏଠାରେ ନିଜ ହାତ ତିଆରି ସାମଗ୍ରୀ ସହ ନିଜ ନିଜର କଳାକୁ ଆଧାର କରି ବିଭିନ୍ନ ଜିନିଷ ଆଣି ପ୍ରଦର୍ଶନ କରି ଆତ୍ମସନ୍ତୋଷ ପାଇଥା’ନ୍ତି। ପର୍ବପର୍ବାଣୀ ଆସିଲେ ମହିଳାମାନେ ହିଁ ଦାୟିତ୍ବ ନେଇ ସବୁ ଉତ୍ସବ ପାଳୁ। କିଛି ନ କରି ମଧ୍ୟ କେବଳ ବାଲ୍‌କୋନିରେ ବସି ଶହ ଶହ ଶୁଆଙ୍କୁ ଦେଖିବାର ଆନନ୍ଦ ବି ଏଠାରେ ନେଇହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe