ଭାଇରାଲ ହେଉଛି ମାମୁନି ଖାତୁନଙ୍କ ଧନ୍ୟବାଦ କବିତା

Advertisment
ଭାଇରାଲ ହେଉଛି ମାମୁନି ଖାତୁନଙ୍କ ଧନ୍ୟବାଦ କବିତା

ଭୁବନେଶ୍ୱର: ବେଦ, ଗୀତା, ମହା ମୃତ୍ୟୁଞ୍ଜୟ ମନ୍ତ୍ର ଓ ଜଗନ୍ନାଥ ଭଜନ ଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୁସଲିମ୍‌ ପରିବାରର ଝିଅ ମାମୁନି ଖାତୁନ ଏବେ ପୁଣି ଚର୍ଚ୍ଚାରେ। ମୁଖ୍ୟ ଗଣମାଧ୍ୟମ ସମେତ ସାମାଜିକ ଗଣମାଧ୍ୟମରେ ତାଙ୍କ କଣ୍ଠର ଯାଦୁ ପ୍ରଚାରିତ ହେବା ପରେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଘରକୁ ଯାଇ ଭେଟିବା ଏବଂ ପାଠ ପଢ଼ିବା ଲାଗି ସମସ୍ତ ପ୍ରକାର ସହାୟତା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମାମୁନି ସାଂସଦଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଓ ଗାଇଥିବା ଗୀତଟି ସାମାଜିକ ଗଣମାଧ୍ୟମରେ ଜୋରଦାର ଭାଇରାଲ୍ ହେଉଛି।

ମାମୁନି ହେଉଛନ୍ତି ବାଲେଶ୍ବର ଜିଲ୍ଲାର ଜଣେ ଗରିବ ମୁସଲମାନ ପରିବାରର ଝିଅ। ତାଙ୍କ ବାପା ଶାମସୁଦ୍ଦିନ ଶାହା ଜଣେ ଦିନ ମଜୁରିଆ। ମାମୁନି ଜଗନ୍ନାଥ ଭଜନ ଗାଉଥିବା ଭିଡିଓ ଗଣମାଧ୍ୟମରେ ପ୍ରଚାର ହେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ତାଙ୍କ ଘରକୁ ଯାଇଥିଲେ। ସେଠାରେ ସେ ମାମୁନିର +୨ ପଢ଼ା ଖର୍ଚ୍ଚ ଦାୟିତ୍ବ ନେବା ସହିତ ଆଗାମୀ ଦିନରେ ସଂସ୍କୃତ ଅଧ୍ୟାପକ ହେବାର ସ୍ବପ୍ନ ସାକାର ହେବାରେ ସେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଝିଅ ବୋଲି ସମ୍ବୋଧନ କରିଥିବାରୁ ଏକ ଅଭିନବ ଢଙ୍ଗରେ ମାମୁନି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁନ୍ଦର କବିତା ଗାଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି। ମାମୁନିଙ୍କ ଏହି ପ୍ରତିଭା ଓ ସୃଜନଶୀଳତାକୁ ସାଧାରଣରେ ଢେର ପ୍ରଶଂସା କରାଯିବା ସହ କେନ୍ଦ୍ରମନ୍ତ୍ରୀଙ୍କ ବଦାନ୍ୟତାକୁ ନେଇ ମଧ୍ୟ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe