ଚର୍ଚ୍ଚାରେ ପୁଲିସ: ‘ଭିଡିଓ ସୁଟିଂ କଲେ ଚପଲରେ ପିଟିବି’

Advertisment
ଗୃହବନ୍ଦୀ ତରୁଣ ବର୍ଗ

ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାକୁ ଆସିଛି ପୁଲିସ। ଏକ ବାଇକ୍‌ରେ ଲାଗିଥିବା ଫ୍ୟାନ୍‌ସି ନମ୍ବର ପାଇଁ ଚାଲାଣ କାଟିବା ବେଳେ ପୁଲିସ ଓ ଗାଡ଼ି ଚାଳକଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ‘ମୋବାଇଲ ଭିଡିଓ କଲେ ବାଡ଼େଇବି ଶ..., ଚପଲରେ ପିଟିବି’ ବୋଲି ଭିଡିଓରେ ପୁଲିସ ଏଏସ୍‌ଆଇ ଜଣକ କହୁଥିବା ଦେଖାଯାଇଛି। ଭିଡିଓରୁ ଯାହା ଅନୁମାନ କରାଯାଉଛି, ପ୍ରଥମେ ବାବୁ ଜଣକ ଫ୍ୟାନ୍‌ସି ନମ୍ବର ପାଇଁ ୧୦୦ ଟଙ୍କା ଚାର୍ଜ କରିଥିବା ବେଳେ ପରେ ୫୦୦ ଓ ପରେ ୫ହଜାର ଚାର୍ଜ କରିଛନ୍ତି। ଏହାକୁ ବାଇକ୍‌ ଚାଳକ ଜଣଙ୍କ ଚ୍ୟାଲେଞ୍ଜ କରିବାରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିବା ଦେଖାଯାଇଛି। ୨ ମିନିଟ୍‌ ୩୪ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି। ଭିଡିଓରେ ପୁଲିସର ଏପରି ମନ୍ତବ୍ୟକୁ ସମସ୍ତେ ନାପସନ୍ଦ କରିଛନ୍ତି। ଏଭଳି ମନ୍ତବ୍ୟ ଦେଇଥିବା ପୁଲିସ ଜଣଙ୍କ କମିସନରେଟ୍‌ ପୁଲିସ ଅଧୀନରେ କାମ କରୁଥିବା କୁହାଯାଉଛି। ଅନ୍ୟପଟେ ଏହି ଭିଡିଓରେ ଅଧିକାରୀଜଣକ କାଗଜ ରସିଦ୍ ଜରିଆରେ ଚାଲାଣ କାଟିବା ପାଇଁ ଉଦ୍ୟତ ହେଉଛନ୍ତି। ୧ ତାରିଖରୁ ଇ-ଚାଲାଣ ବ୍ୟବସ୍ଥା ହୋଇଥିବା ବେଳେ କିଭଳି ମାନୁଆଲ ଚାଲାଣ କଟାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଭିଡିଓଟି ୧ ତାରିଖ ପୂର୍ବର ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe