ଭୁବନେଶ୍ବର: ଆଲବମ୍ରେ ଅଭିନୟ କରିବାକୁ ଡାକି ନାବାଳିକା ଅଭିନେତ୍ରୀଙ୍କୁ ରାତିସାରା ଦୁଷ୍କର୍ମ ଓ ଏହାର ସୁଟିଂ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ସେ ହେଲା, ଅନୁଗୁଳ ମିଶ୍ରପଡ଼ାର ବିଷ୍ଣୁଚରଣ ବେହେରା। ଖବର ଅନୁଯାୟୀ, ଗତ ୨ ତାରିଖରେ ଖୋର୍ଦ୍ଧା ବାଣପୁର ଅଞ୍ଚଳର ଜଣେ ନାବାଳିକା ଅଭିନେତ୍ରୀଙ୍କୁ ଆଲବମ୍ରେ ମୁଖ୍ୟ ଅଭିନେତ୍ରୀ କରାଇବାକୁ ଅଭିଯୁକ୍ତ ବିଷ୍ଣୁ ପ୍ରସ୍ତାବ ଦେଇଥିଲା। ବିଷ୍ଣୁର ପ୍ରସ୍ତାବକ୍ରମେ ନାବାଳିକାଜଣକ ୩ ତାରିଖ ଘରୁ ଆସି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ପହଞ୍ଚିଥିଲେ। ପରେ ବିଷ୍ଣୁ ତାଙ୍କୁ ବସଷ୍ଟାଣ୍ଡ୍ରୁ ଆଣି ସୁଟିଂ କରାଇବାକୁ ମନ୍ଦିର ନେଇଥିଲା। ମନ୍ଦିରରେ ସୁଟିଂ କରିବା ପରେ ତାଙ୍କୁ ଏକ ଘରକୁ ନେଇଥିଲା। ସେଠାରେ ବିଷ୍ଣୁର ସହଯୋଗୀ ନାବାଳିକାକୁ ଦୁଷ୍କର୍ମ କରୁଥିବା ବେଳେ ବିଷ୍ଣୁ ଓ ତାଙ୍କ କ୍ୟାମେରାମ୍ୟାନ୍ ଏହାକୁ ସୁଟିଂ କରିଥିଲେ। ପରେ ବିଷ୍ଣୁ ଓ ତା’ ସହଯୋଗୀମାନେ ଏହାକୁ ଅଭିନୟର ରୂପ ଦେବାକୁ ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ନାବାଳିକାଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ଘରକୁ ସିଲ୍ କରିଥିଲା। ଏହାସହ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା। ଆଜି ବିଷ୍ଣୁକୁ ଗିରଫ କରିଥିବା ବେଳେ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ଥିବା ଜଣାପଡ଼ିଛି।
ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଘଟଣା, ସହଯୋଗୀ ବିଷ୍ଣୁ ଗିରଫ
Advertisment
Follow Us