ନିରଞ୍ଜନ ପଟ୍ଟନାୟକଙ୍କର ପୂଜା ମଣ୍ଡପ ପରିଦର୍ଶନ

Advertisment
ନିରଞ୍ଜନ ପଟ୍ଟନାୟକଙ୍କର ପୂଜା ମଣ୍ଡପ ପରିଦର୍ଶନ

ଚନ୍ଦ୍ରଶେଖରପୁର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦଶହରାର ପବିତ୍ର ଅବସରରେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଶ୍ରୀ ପଟ୍ଟନାୟକ ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ, ନୀଳାଦ୍ରିବିହାର ରେସିଡେଣ୍ଟ ଆସୋସିଏସନ୍‌ ସମେତ ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା’ଙ୍କୁ ଦର୍ଶନ କରିବା ସହ ସ୍ଥାନୀୟ ଅଧିବାସୀଙ୍କ ଶୁଭକାମନା କରିଥିଲେ। ଏହି ଅବସରରେ ପୂର୍ବତନ ପିସିସି ସଭାପତିଙ୍କୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସ୍ୱାଗତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନର ମୁରବୀ ଓ ନେତୃସ୍ଥାନୀୟ ବ୍ୟକ୍ତି ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଧିତ କରିଥିଲେ। ଯୁବ ସମାଜସେବୀ ତଥା ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସାଧାରଣ ସମ୍ପାଦକ ବିଶ୍ୱଜିତ୍‌ ପଟ୍ଟନାୟକ (ସିଲୁ), ସଭାପତି ପ୍ରକାଶ ପାଣିଗ୍ରାହୀ, ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା କମିଟି ସଭାପତି ସଂଜୟ ସାହାଣୀ, ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ, ନୀଳାଦ୍ରିବିହାର ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଅକ୍ଷୟ ମିଶ୍ର, ସମ୍ପାଦକ ଦେବେନ୍ଦ୍ର ପାତ୍ର, ଉପଦେଷ୍ଟା ମନମୋହନ ପଟ୍ଟନାୟକ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe