ପୀଠେ ବିଶ୍ବରୂପା

Advertisment

‘‘ହେ ମା’ ବିଶ୍ବେଶ୍ବରୀ, ଆପଣ ବିଶ୍ବକୁ ଧାରଣ କରିଛନ୍ତି। ଆପଣ ସଚରାଚର ବିଶ୍ବର ଆତ୍ମାସ୍ବରୂପିଣୀ। ସ୍ବୟଂ ବିଶ୍ବନାଥ ଭବଦୀୟା ଶ୍ରୀଚରଣକମଳକୁ ବନ୍ଦନା କରନ୍ତି। ହେ ଭବାନୀ! ସମଗ୍ର ବିଶ୍ବ ଆପଣଙ୍କର ଶ୍ରୀପଦାରବିନ୍ଦରେ ନମ୍ରତାର ସହିତ ଭକ୍ତି ଅର୍ଘ୍ୟ ନିବେଦନ କରନ୍ତି।’’

‘‘ହେ ମା’ ବିଶ୍ବେଶ୍ବରୀ, ଆପଣ ବିଶ୍ବକୁ ଧାରଣ କରିଛନ୍ତି। ଆପଣ ସଚରାଚର ବିଶ୍ବର ଆତ୍ମାସ୍ବରୂପିଣୀ। ସ୍ବୟଂ ବିଶ୍ବନାଥ ଭବଦୀୟା ଶ୍ରୀଚରଣକମଳକୁ ବନ୍ଦନା କରନ୍ତି। ହେ ଭବାନୀ! ସମଗ୍ର ବିଶ୍ବ ଆପଣଙ୍କର ଶ୍ରୀପଦାରବିନ୍ଦରେ ନମ୍ରତାର ସହିତ ଭକ୍ତି ଅର୍ଘ୍ୟ ନିବେଦନ କରନ୍ତି।’’

dgdagdczv

ବିଶ୍ବେଶ୍ବରୀ ତ୍ବଂ ପରିପାସି ବିଶ୍ବ
ବିଶ୍ବାତ୍ମିକା ଧାରୟସୀତି ବିଶ୍ବମ୍‌
ବିଶ୍ବେଶ ବନ୍ଦ୍ୟା ଭବତୀ ଭବନ୍ତି
ବିଶ୍ବାଶ୍ରୟାଃ ଯେତ୍ବୟି ଭକ୍ତି ନମ୍ରାଃ।

‘‘ହେ ମା’ ବିଶ୍ବେଶ୍ବରୀ, ଆପଣ ବିଶ୍ବକୁ ଧାରଣ କରିଛନ୍ତି। ଆପଣ ସଚରାଚର ବିଶ୍ବର ଆତ୍ମାସ୍ବରୂପିଣୀ। ସ୍ବୟଂ ବିଶ୍ବନାଥ ଭବଦୀୟା ଶ୍ରୀଚରଣକମଳକୁ ବନ୍ଦନା କରନ୍ତି। ହେ ଭବାନୀ! ସମଗ୍ର ବିଶ୍ବ ଆପଣଙ୍କର ଶ୍ରୀପଦାରବିନ୍ଦରେ ନମ୍ରତାର ସହିତ ଭକ୍ତି ଅର୍ଘ୍ୟ ନିବେଦନ କରନ୍ତି।’’

ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହାକୁ ମୂଳାଷ୍ଟମୀ କୁହାଯାଏ।  ତେଣୁ ମୂଳାଷ୍ଟମୀରୁ ଚଳଚଞ୍ଚଳ ହୋଇ ଉଠିଛି ଦେବୀପୀଠ। ଜଗଜ୍ଜନନୀ ମା ମହାମାୟାଙ୍କ ‌ଷୋଡ଼ଶ ଉପଚାର ପୂଜା ଓ ବେଦଜ୍ଞ ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରୋଚାରଣର ଗହଗହ ନାଦରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ବିଭିନ୍ନ ଦେବୀପୀଠରେ ଆରମ୍ଭ ହୋଇଛି ଷୋଳପୂଜା। ପୀଠେଶ୍ବରୀ ମା‘ ଜଗଦମ୍ବାଙ୍କ ପୂଜାର୍ଚ୍ଚନା ପାଇଁ ଭକ୍ତ, ଶ୍ରଦ୍ଧାଳୁଙ୍କଠାରୁ ଆରମ୍ଭ କରି ଦେବୀପୀଠ ଦାୟିତ୍ବରେ ଥିବା କର୍ମକର୍ତ୍ତାମାନେ ‌ ମା’ଙ୍କ ମନ୍ଦିରରେ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ବିଶେଷ ଭାଗ ନେଇଛନ୍ତି। ବିଭିନ୍ନ ଦେବୀପୀଠରେ ମା’ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଦେବୀପୀଠରୁ ଭାସିଆସୁଥିବା ଚଣ୍ଡୀପାଠ ଓ ନଦୀପଠାରେ କାଶତଣ୍ଡୀ ଫୁଲର ଧବଳ ପରଶ ପାର୍ବଣ ଆଗମନର ବାର୍ତ୍ତା ଦେଇସାରିଛି। ବିଭିନ୍ନ ଦେବୀପୀଠରେ ହେଉଥିବା ମା’ଙ୍କ ଷୋଳପୂଜାକୁ ନେଇ ‘ସମ୍ବାଦ’ର ବିଶେଷ ଉପସ୍ଥାପନା।

ପୁରୁଣା ଭୁବନେଶ୍ୱର: ଆଜି ଥିଲା ଆଶ୍ୱିନ ଶୁକ୍ଳପକ୍ଷ ମୂଳାଷ୍ଟମୀ ତଥା ପାର୍ବଣର ପ୍ରଥମ ପର୍ବ।  ଏକାମ୍ର କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଥିବା ଅଷ୍ଟଦେବୀ ଯଥା ମଠ କପଳୀ ଠାକୁରାଣୀ, ମହନୀ ଠାକୁରାଣୀ, ଆଖଡ଼ା ଚଣ୍ଡୀ ଠାକୁରାଣୀ, ରାମାୟଣୀ ଠାକୁରାଣୀ, କପାଳୀ ଠାକୁରାଣୀ, ଉତ୍ତରାୟଣୀ ଠାକୁରାଣୀ, ଗୌରୀ ଠାକୁରାଣୀ, ଅମ୍ୱିକେ ଠାକୁରାଣୀ ଓ ଦ୍ୱାରବାସୀନୀ ଠାକୁରାଣୀ, ମା' ଗୌରୀଙ୍କ ବିଧି ମୁତାବକ ଷୋଳ ପୂଜା ଆରମ୍ଭ କରାଯାଇଛି। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀଙ୍କର ଏହି ସମୟରେ ସ୍ୱତନ୍ତ୍ର ପାରମ୍ପରିକ ପୂଜା ଆରମ୍ଭ ହୋଇଛି। ସକାଳୁ ଦେବୀଙ୍କ ପହୁଡ଼ ଖୋଲିବା ପରେ ମଙ୍ଗଳ ଆଳତି କରାଯାଇଥିଲା। ହଳଦୀ, ପଇଡ଼ପାଣି, ଚୂଆ, ଚନ୍ଦନ ଆଦି ସୁବାସିତ ଜଳରେ ଦେବୀଙ୍କୁ ସ୍ନାନ କରାଯାଇଥିଲା।

ମା’ଭୁବନେଶ୍ବରୀଙ୍କୁ ପୂଜାର୍ଚ୍ଚନା କଳେ ଗଜପତିଙ୍କ ରାଜଗୁରୁ  

ଏହାପରେ ନୂଆ ବତ୍ସ ପରିଧାନ ପରେ ବେଶ ହେବା ସହ ସୁବର୍ଣ୍ଣ ଆଭୂଷଣରେ ବିଭୂଷିତ ହୋଇଥିଲେ। ଦିନ ୧ଟାରେ ପୁରୀ ଗଜପତି ମହାରାଜଙ୍କ ପାଖରେ ସଙ୍କଳ୍ପ କରି ରାଜଗୁରୁ ସ୍ମୃତିରଞ୍ଜନ ରାଜଗୁରୁ ଭୁବନେଶ୍ବରୀ ମନ୍ଦିରକୁ ଆସିବା ପରେ ମନ୍ଦିର ପୁରୋହିତ ବୃନ୍ଦାବନ ଦାଶ ରାଜଗୁରୁଙ୍କୁ ବନ୍ଦାପନା କରିଥିଲେ। ପରେ  ରାଜଗୁରୁ ମା’ ଭୁବନେଶ୍ବରୀଙ୍କ ପୂଜାଚ୍ଚର୍ନା କରିଛନ୍ତି। ସକାଳ ଧୂପରେ ଖଈ, ମୁଆଁ, ଫଳ, ପେଡ଼ା ଆଦି ଭୋଗ ହୋଇଥିଲା। ଏହା ପରେ ତର୍ପଣ ହୋଇଥିଲାସନ୍ଧ୍ୟା ସାଢ଼େ ୬ଟାରେ ମଧ୍ୟାହ୍ନ ଧୂପ ଆରମ୍ଭ ହୋଇଥିଲା। ଦେବୀଙ୍କୁ ସ୍ନାନ ଓ ବେଶ ପରେ ସଙ୍ଖୁଡ଼ି ଭୋଗ ଲାଗି କରାଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଧୂପରେ ମା’ଙ୍କୁ ଦହିପଖାଳ ଓ ପୀଠା ଭୋଗ କରାଯାଇଥିଲା। ଷୋଳପୂଜା ଅବସରରେ ମା’ ଭୁବନେଶ୍ବରୀଙ୍କ ମନ୍ଦିରରେ ଚଣ୍ଡୀପାଠ ଆରମ୍ଭ ହୋଇଛି। ଷୋଳ ଦିନ ପର୍ଯ୍ୟନ୍ତ ରାଜଗୁରୁ ଏକାମ୍ରକ୍ଷେତ୍ରରେ ରହି ମା’ ଭୁବନେଶ୍ବରୀଙ୍କ ପୂଜାର୍ଚ୍ଚନା କରିବେ। ମହାରାଜଙ୍କ ମଙ୍ଗଳ କାମନା କରି ‌ରାଜଗୁରୁ ଭୁବନେଶ୍ବରୀଙ୍କ ପାଖରେ ପୂଜାର୍ଚନା କରିବା ବିଧି ରହିଛି।

ଦକ୍ଷିଣଚଣ୍ଡୀ ପୀଠରେ ଚଣ୍ଡୀପାଠ
ପୁରାତନ ଦକ୍ଷିଣଚଣ୍ଡୀ ପୀଠରେ ଚଣ୍ଡୀପାଠ ହୋଇଥିଲା। ପୂର୍ବାହ୍ନରେ ମନ୍ଦିର ପହୁଡ଼ ଖୋଲିବା ପରେ ଶହସ୍ର କୁମ୍ଭ ସ୍ନାନ କରାଯାଇଥିଲା। ନିକଟରେ ଥିବା କୂପରୁ ଗୋଟିଏ ୧୦୦କଣା ଥିବା ମାଠିଆରେ କର୍ପୁର, ଅଗୁରୁ, ଗଙ୍ଗା ଜଳ, ଚନ୍ଦନ, ଗୋଳାପ ଜଳ,ଆଦି ମିଶ୍ରିତ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସେହିପରି କ୍ଷୀର, ପଞ୍ଚାମୃତ ସ୍ନାନ ପରେ ନୂତନ ବତ୍ସ ଓ ଅଳଙ୍କାର ପିନ୍ଧାଯାଇଥିଲା। ପୂଜକ ସରୋଜ ମହାପାତ୍ରଙ୍କ କହିବା ଅନୁଯାୟୀ ବିଧି ଅନୁଯାୟର ସୂର୍ଯ୍ୟ ପୂଜା କରାଯାଇଥିଲା। ଦିନ ୨ଟାରେ ଚଣ୍ଡୀପାଠ ଆରମ୍ଭ ହୋଇଥିଲା। ଆଜି ମା’ଙ୍କ ନିକଟରେ କାକରା, ମାଣ୍ଡୁଅ ଆଦି ବିଭିନ୍ନ ପୀଠା ଭୋଗ ହୋଇଥିଲା। ସେହିପରି ମଧ୍ୟାହ୍ନ ଧୂପରେ ଅନ୍ନପ୍ରସାଦ ଲାଗି କରାଯାଇଥିଲା। ରାତି ପ୍ରାୟ ୯ଟାରେ ସ୍ନାନ ହୋଇ ମା’ଙ୍କ ନିକଟରେ ଦହିପଖାଳ, ପଣା ସହ ତାମ୍ବୁଳ ଭୋଗ କରାଯାଇଥିଲା। ସେହିପରି ୩ ଧୂପ ପୂର୍ବରୁ ୩ଥର ସ୍ନାନ ଓ ଆଳତି ହୋଇଥିଲା। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। 

ମା’ ଉତ୍ତରାୟଣୀଙ୍କ ‘ରାଜରାଜେଶ୍ୱରୀ’ ବେଶ
ଜଟଣୀ: ସହରର ଅନନ୍ୟ ତଥା ବିଶ୍ବାସର ଦେବୀପୀଠ ମା’ ଉତ୍ତରାୟଣୀଙ୍କ ଷୋଳପୂଜା ଆଜି ରୀତିନୀତି ଅନୁସାରେ ଭୋର୍ ସମୟରୁ ଆରମ୍ଭ ହୋଇଛି। ପୀଠରେ ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ଲାଗିରହିଥିଲା। ପୀଠରେ ଭୋର୍ ୫ଟାରୁ ମା’ ଙ୍କ ମାଜଣା ନୀତି ପରେ ନୀତିଭୋଗ, ଆଳତି ହୋଇ ବାରଭୋଗ ଲାଗିଥିଲା। ୧୦୮ କଳସରେ ସୁବାସିତ ଜଳରେ ମା’ ସ୍ନାନ କରିବା ପରେ ମା’ ‘ରାଜରାଜେଶ୍ୱରୀ’ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ଚଣ୍ଡୀ ପାଠ କରାଯାଇ ଅନ୍ନଭୋଗଲାଗି ହୋଇ ପହଡ଼ ପଡ଼ିଥିଲା। ପୁଣି ଅପରାହ୍ନ ୪ଟାରେ ମା’ଙ୍କ ପହଡ଼ ଖୋଲା ନୀତି ଓ ସାହାଣମେଲା ଦର୍ଶନ ହୋଇଥିଲା।  ସଂଧ୍ୟା ୬ଟା ସମୟରେ ମା’ଙ୍କ ଆଳତି ସମୟରେ ଏଣ୍ଡୁରିପିଠା, କ୍ଷୀରି, କାକରା ଆଦି  ଲାଗି ହୋଇଥିଲା। ରାତ୍ର ସାଢେ଼ ୯ଟା ବେଳେ ଅନ୍ନଭୋଗ ପରେ ପହଡ଼ ପଡ଼ିଛି। ତେବେ ପରମ୍ପରା ଅନୁସାରେ ଏଠାରେ ସଂକଳ୍ପ କରାଯାଏ। ପୂର୍ବରୁ କର୍ତ୍ତା ଭାବେ ବୈରାଗୀ ଶତପଥୀ, ଚକ୍ରଧର ଶତପଥୀ ଓ ଶରତ କୁମାର ଶତପଥୀ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ତାଙ୍କ ପରେ ଅର୍ଥାତ୍ ଚଳିତ ବର୍ଷଠାରୁ ମାର୍ଫତ୍‌ଦାର୍ ତଥା ସେବାୟତ ଭାବେ ପ୍ରଦୀପ୍ତ କୁମାର ଶତପଥୀ ସଂକଳ୍ପ କରୁଛନ୍ତି। ସେହିପରି ଏହି ପୀଠରେ ଦୁର୍ଗାପୂଜା ପୁରୀ ଜଗନ୍ନାଥ ମନ୍ଦିରର ନୀତିକାନ୍ତି ଅନୁସାରେ ପାଳନ କରାଯାଏ। ମା’ ନିକଟରେ ପ୍ରତିଦିନ ଶୁଖିଲା ଭୋଗ ଲାଗି ହେବା ପରମ୍ପରା ରହିଆସିଛି ବୋଲି ମନ୍ଦିର ପୂଜକ ଭାବେ ସଞ୍ଜୟ କୁମାର ଦାଶ, ଦେବରାଜ ସାମନ୍ତରାୟ, ସୁଶୀଲ ସାମନ୍ତରାୟ ପ୍ରମୁଖ ସୂଚନା ଦେଇଛନ୍ତି।

ମା’ ବାଟ ଭୁଆସୁଣିଙ୍କଠାରେ ମାଛ ଭୋଗ ଲାଗି
ସେହିପରି ଜଟଣୀ ଓଗାଳପଡ଼ାସ୍ଥିତ ମା’ ବାଟ ଭୁଆସୁଣି ପୀଠରେ ଆରମ୍ଭ ହୋଇଛି ମା’ ଙ୍କ ଷୋଡ଼ଶ ଦିନାତ୍ମକ ପୂଜା। ସକାଳେ ମା’ ଙ୍କ ରୀତିନୀତି ସରିବା ପରେ ସକାଳ ସାଢେ଼ ୯ଟା ସମୟରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ ପରେ ମା’ ଙ୍କୁ ବେଶ କରାଯାଇଥିଲା। ସକାଳେ ଖେଚୁଡ଼ି ଭୋଗ ପରେ ଷୋଡ଼ଶ ଉପଚାର,  ଫଳ, ଲଡ଼ୁ, ଉଖୁଡ଼ା ଆଦି ବାଳଭୋଗ ଲାଗି କରାଯାଇଥିଲା। ସେହିପରି ମଧ୍ୟାହ୍ନ ସାଢ଼େ ୧ଟାରେ  ମା’ ଙ୍କ ନିକଟରେ ମାଛଭୋଗ ସହ ଅନ୍ନ, କ୍ଷୀରି, ଖଟା, ଡାଲି ଆଦି ଶଙ୍ଖୁଡ଼ି ଭୋଗ ଲାଗି ହୋଇଥିଲା। ପରେ ପହଡ଼ ପଡ଼ିଥିଲା। ସଂଧ୍ୟା ଆଳତି ସମୟରେ ମା’ ଙ୍କ ନିକଟରେ ଚକୁଳି ପିଠା ଓ କ୍ଷୀରି ଭୋଗ ଲାଗି ହୋଇ ସଂଧ୍ୟା ଧୂପ ପୂଜା ହୋଇଥିଲା। ପରେ ରାତି ୧୦ବେଳେ ଅନ୍ନ, କ୍ଷୀରି, ଡାଲି, ବେସର ଆଦି ଭୋଗ ଲାଗି ହୋଇ ପହଡ଼ ପଡ଼ିଥିଲା ବୋଲି ପୂଜକ ବ୍ରଜମୋହନ ରଥ, ବଂଶୀଧର ଦାଶ, ସମୀର କୁମାର ମିଶ୍ର ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ମା’ ଦକ୍ଷିଣକାଳୀ
ଜଟଣୀ ବ୍ଲକ୍‌ ଅନ୍ତର୍ଗତ ନିରଞ୍ଜନପୁରରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିରରେ ଧୁମଧାମ୍‌ରେ ପୂଜା ଆରମ୍ଭ ହୋଇଛି। ଆଜି ସକାଳେ ମା’ ଙ୍କ ମାଜଣା ନୀତି ସହ ମହାସ୍ନାନ କାର୍ଯ୍ୟ ସମାପ୍ତି ହୋଇ ବେଶ ହୋଇଥିଲା। ପରେ ମଧ୍ୟାହ୍ନ ସାଢେ଼ ୧୨ ଟା ସମୟରେ ଅନ୍ନପ୍ରସାଦ ଲାଗି ପରେ ମା’ ବିଶ୍ରାମ ନେଇଥିଲେ। ସେହିପରି ସଂଧ୍ୟା ୬ଟାରେ ମହାଉପଚାର ପୂଜା, ଆଳତି ଓ ପୁଷ୍ପାଞ୍ଜଳି ପରେ ପହଡ଼ ପଡ଼ିଥିଲା। ସବୁଠୁ ବଡ଼ କଥା ହେଉଛି ଏଠାରେ ମା’ ଦକ୍ଷିଣକାଳୀଙ୍କ ପୂଜା ପୂର୍ବରୁ ପ୍ରଥମେ ମନ୍ଦିର ନିକଟରେ ଥିବା ମା’ ବଘେଇଙ୍କ ପୂଜା ସମାପ୍ତି ହୋଇଥାଏ। ଏଥିସହ ପ୍ରତିଦିନର ସଂଧ୍ୟାରେ ମହାଉପଚାର ପୂଜା ହୋଇ ଗୋଟିଏ ଥାଳିରେ ଭୋଗ ହୁଏ। ଏଥିରେ ଛେନା, ପଣା ପ୍ରସ୍ତୁତ କରାଯାଏ। ପରେ ଏହାକୁ ସମସ୍ତ ଭକ୍ତଙ୍କୁ ବଣ୍ଟାଯାଏ। ଏହି ଷୋଡ଼ଶ ପୂଜା ସମୟରେ କୌଣସି ମହିଳା ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ପରମ୍ପରା ଅନୁସାରେ ସମସ୍ତ ମହିଳାଙ୍କୁ ପ୍ରବେଶ ନିଷେଧ ହୋଇଥାଏ। କେବଳ ମନ୍ଦିର ବାହାରୁ ମା’ ଙ୍କୁ ଦର୍ଶନ କରିପାରିବେ। ଅନ୍ୟପଟେ ଏଠାରେ ବିଶେଷତ୍ୱ ହେଉଛି ମା’ ଙ୍କ ନିକଟରେ ଶୁଖୁଆ ଭୋଗ ଲାଗି ହୁଏ। କିନ୍ତୁ ଏହି ଷୋଡ଼ଶ ପୂଜା ସମେତ କାର୍ତ୍ତିକ ମାସରେ ଶୁଖୁଆ ଭୋଗ ବନ୍ଦ ହୋଇଥାଏ। କେବଳ ମାର୍ଗଶୀର ମାସରୁ ଆରମ୍ଭ ହୋଇ ଫାଲଗୁନ ମାସର ୧୦ଦିନ ପର୍ଯ୍ୟନ୍ତ ଏହା ଲାଗୁ ହୋଇଥାଏ ବୋଲି ମନ୍ଦିର ପୂଜକ ଗତିକୃଷ୍ଣ ମିଶ୍ର ସୂଚନା ଦେଇଛନ୍ତି।

ଚଉଷଠୀ ଯୋଗିନୀ ପୀଠ 
ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଅଧୀନ ହୀରାପୁରସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ମା’ ଚଉଷଠୀ ଯୋଗିନୀ ପୀଠରେ ଆଜିଠାରୁ ଷୋଳପୂଜା ବିଧି ଆରମ୍ଭ ହୋଇଛି l ଏନେଇ ମନ୍ଦିର ପରିସର ଉତ୍ସବମୁଖର ହୋଇଉଠିଛି l ଆଜି ପ୍ରତ୍ୟୁଷରେ ମା’ଙ୍କର ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା l ଆଜି ଷୋଳପୂଜା ଅବସରରେ ମା’ଙ୍କର ୨ ଥର ସ୍ନାନନୀତି ସମ୍ପନ୍ନ ହୋଇଥିଲା l ମଧ୍ୟାହ୍ନରେ ମାର୍ଜଣା, ସ୍ନାନ ନୀତି କରାଯାଇଥିଲା l ମାଆଙ୍କୁ ନବପାଟ ବସ୍ତ୍ର ପରିଧାନ କରାଇ ବେଶ କରାଯାଇଥିଲା l ଏହାପରେ ଆଳତି, ବାଲଭୋଗ ଏବଂ ଫଳ ଭୋଗ ଲାଗି ହୋଇଥିଲା l ସେହିପରି ସନ୍ଧ୍ୟା ୮ଟା ସମୟରେ ସ୍ନାନନୀତି କରାଯାଇ ପୁଣି ନୂଆବସ୍ତ୍ର  ପରିଧାନ ପୂର୍ବକ ବେଶ କରାଯାଇଥିଲା l ସନ୍ଧ୍ୟା ଆଲତି ସରିବା ପରେ କ୍ଷୀରି, ଖେଚୁଡ଼ି ଭୋଗ ଲାଗି ସରିବା ପରେ ପହଡ଼ ହୋଇଥିଲା l ୧୬ ଦିନ ବ୍ୟାପୀ କ୍ଷୀରି,ଏଣ୍ଡୁରି ଏବଂ କାକେରା ଭୋଗ ଅନ୍ୟ ଏକ ପରମ୍ପରା l ଏହିଭୋଗ ଷୋଳଦିନ ଧରି ୧୬ଟି ଗାଁର ଶ୍ରଦ୍ଧାଳୁଙ୍କ ଘରକୁ ପଠାଯାଇ ଥାଏ ବୋଲି କହିଛନ୍ତି ସେବାୟତ ବଟକୃଷ୍ଣ ମହାପାତ୍ର ଏବଂ ଭୀମସେନ ପାଢ଼ୀ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe