ବାଳକାଟି ସିଏଚ୍‌ସିରେ ମିଳୁନି ଭିଟାମିନ୍‌ ‘ସି’ ଟାବ୍‌ଲେଟ୍‌

Advertisment
ବାଳକାଟି ସିଏଚ୍‌ସିରେ ମିଳୁନି ଭିଟାମିନ୍‌ ‘ସି’ ଟାବ୍‌ଲେଟ୍‌

Live Science

ବାଲିଅନ୍ତା : ବା‌ଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ରେ ଭିଟାମିନ୍‌ ସି’ ଟାବ୍‌ଲେଟ୍‌ ମିଳୁନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମହାମାରୀ କରୋନା ପାଇଁ ଏହା ଏକ ପ୍ରତିଷେଧକଭାବେ ବ୍ୟବହାର କରାଯାଉଥିବାରୁ ଲୋକମାନେ ବାଳକାଟି ସିଏଚ୍‌ସିରେ ଭିଡ଼ ଲଗାଉଛନ୍ତି। ପଇସାବାଲା ଲୋକେ ଡାକ୍ତରଙ୍କ ବିନା ଚିଠାରେ ସିଧାସଳଖ ଔଷଧ ଦୋକାନରୁ ଏହି ଟାବ୍‌ଲେଟ୍‌ କିଣି ନେଉଥିବା ଦେଖିବାକୁ ମିଳିଛି। କିନ୍ତୁ ସାଧାରଣ ଲୋକମାନେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ହେଲେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକମାନଙ୍କୁ ଏସବୁ ଭିଟାମିନ୍‌ ଟାବ୍‌ଲେଟ୍‌ ମିଳୁନଥିବା ଅଭିଯୋଗ ହେଉଛି। ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ଗତ ୬ ପ୍ରାୟ ମାସ ହେଲା ଡାକ୍ତରଖାନାକୁ ଏହି ଭିଟାମିନ୍‌ ଯୋଗାଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଖୋଲା ବଜାରରକୁ ଏହି ଟାବ୍‌ଲେଟ୍‌ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଚାହିଦାକୁ ଦୃଷ୍ଟିରେ ରଖି ଔଷଧ ଦୋକାନୀ ଚଢ଼ା ଦରରେ ବିକ୍ରି କରୁଥିବା ସୂଚନା ମିଳିଛି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍‌ ଟାବ୍‌ଲେଟ୍‌ ଯୋଗାଇବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe