୩ ଜଣଙ୍କୁ ବିବେକାନନ୍ଦ ସେବା ସମ୍ମାନ

୩ ଜଣଙ୍କୁ ବିବେକାନନ୍ଦ ସେବା ସମ୍ମାନ

ଭୁବନେଶ୍ୱର : ସମାଜସେବୀ ସ୍ୱର୍ଗତ ବିବେକାନନ୍ଦ ପଣ୍ଡାଙ୍କ ଅଷ୍ଟାଦଶ ସ୍ମୃତିଚାରଣ ସଭା ରେଡ୍‌କ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିବେକାନନ୍ଦ ଟ୍ରଷ୍ଟ୍‍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ପୂର୍ବତନ ପୁଲିସ୍‌ ଡିଜି ଅମୀୟଭୂଷଣ ତ୍ରିପାଠୀ, କବି ରାଜେନ୍ଦ୍ର କିଶୋର ପଣ୍ଡା ଏବଂ ପ୍ରାକ୍ତନ ପ୍ରଶାସକ ଅର୍ଧେନ୍ଦୁ ଶେଖର ଷଡ଼ଙ୍ଗୀ, ପୂର୍ବତନ ପ୍ରଶାସକ ଏଲ୍‌ କିଣ୍ଡୋ, ଏଲ୍‌ଆଇସି ଅଧିକାରୀ ଶ୍ରୀପତି ହାଁସ୍‌ଦା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜସେବା କ୍ଷେତ୍ରରେ ବିବେକାନନ୍ଦ ପଣ୍ଡାଙ୍କ ଅବାଦାନ ସମ୍ପର୍କରେ ଅବତାରଣା କରିଥିଲେ।

ଏହି ଅବସରରେ ବୟୋଜ୍ୟେଷ୍ଠ ବର୍ଗରେ ପୂର୍ବତନ କେନ୍ଦ୍ର ସଚିବ ନିହାର ରଂଜନ ହୋତା, ପିତାମାତାଙ୍କ ସେବାରେ ବ୍ରତୀ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଆଦିତ୍ୟ ନାରାୟଣ ଦାସ, ଇଭିତା ଏନ୍‌ ଦାସଙ୍କୁ ବିବେକାନନ୍ଦ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟ୍‍ର ଆବାହକ ଲକ୍ଷ୍ମୀଧର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ରଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଅଧ୍ୟାପିକା ବିଜୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଗୋପାଳ ମିତ୍ର, ଅବସର ବେଉରିଆ, ଯୁଗଳ କିଶୋର ମହାପାତ୍ର, ନବକିଶୋର ଭୂଜବଳ, ଲକ୍ଷ୍ମୀପ୍ରସାଦ ଦାସ ଏବଂ ଡିକେ ରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe