ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ‘ଭୋସ୍‍-୯୨’

Advertisment
ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ‘ଭୋସ୍‍-୯୨’

ଭୁବନେଶ୍ୱର: ପ୍ରତିଦିନ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଓ ନିକଟବର୍ତ୍ତୀ ଅଞ୍ଚଳ ବୁଲି ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ବାଣୀବିହାର ପୁରାତନ ଛାତ୍ର ସଂଘ-୧୯୯୨ (ଭୋସ୍‍-୯୨) ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ବାଣୀବିହାର ମୁଖ୍ୟ ଫାଟକ ସମ୍ମୁଖରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ‘ଭୋସ୍‍-୯୨’ ପକ୍ଷରୁ ବିଏମ୍‍ସି ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ, ଗ୍ଲୋବସ୍‍, ଦୁଇହଳ ମାସ୍କ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ସେମାନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ସହ ସାବୁନ୍‌ ଆଦି ବଣ୍ଟନ ହୋଇଥିଲା। କାର୍ଯ୍ୟକ୍ରମରେ ବାଣୀବିହାର କ୍ୟାମ୍ପସ ଅଞ୍ଚଳରେ ନିୟୋଜିତ ବିଏମ୍‍ସି ଅଧୀନରେ କାର୍ଯ୍ୟ କରୁଥିବା ଜାଗୃତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ଚନ୍ଦ୍ରଶେଖର ପ୍ରଧାନ, ବିଶ୍ୱନାଥ ଦାସ ଓ ରାମ୍‍କୃଷ୍ଣ ଧନ୍‍ୱାରଙ୍କ ସମେତ ୨୮ଜଣ ସଫେଇ କର୍ମଚାରୀଙ୍କୁ ‘ଭୋସ୍‍-୯୨’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ‘ଭୋସ୍‍-୯୨’ ସଭାପତି ପ୍ରିୟବ୍ରତ ମହାନ୍ତି କହିଥିଲେ ଯେ ସାମ୍ପ୍ରତିକ ସମୟରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଯଥେଷ୍ଟ ବଢ଼ିଯାଇଛି। ଏ କ୍ଷେତ୍ରରେ ପରିମଳ କର୍ମଚାରୀ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ସେମାନେ ନିଜ ଜୀବନକୁ ବିପଦରେ ପକାଇ ପରିବେଶକୁ ସୁସ୍ଥ ରଖୁଛନ୍ତି। ତେଣୁ ସମସ୍ତ ସହରବାସୀ ନିଜ ନିଜ ଅଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହିତ ଆବଶ୍ୟକ ସ୍ଥଳେ ସେମାନଙ୍କୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ନିରାପଦ ରଖିବା ଲାଗି ସାନିଟାଇଜର, ମାସ୍କ, ସାବୁନ ଇତ୍ୟାଦି ଆଦି ପ୍ରଦାନ କରିବାକୁ ନିବେଦନ କରିଥିଲେ। ‘ଭୋସ୍‍-୯୨’ ସମ୍ପାଦକ ଗଦାଧର ରଥ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଖାଦ୍ୟପୁଡ଼ିଆ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ସରିତ୍‍ ପଣ୍ଡା ଓ ଗୁରୁପ୍ରସାଦ ସାହୁ, ସୌଭାଗ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe