ଭୁବନେଶ୍ୱର କ୍ଲବ ନିର୍ବାଚନ ପାଇଁ ମତଦାନ ସରିଲା, ଆଜି ଗଣତି

Advertisment
ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚନ : ଜିତିଲେ ଅସିତ ତ୍ରିପାଠୀ

ଭୁବନେଶ୍ବର : ଭୁବନେଶ୍ବର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ରବିବାର ଶେଷ ହୋଇଛି। ଦୁଇ ଦିନରେ ମୋଟ୍ ୧୨୬୯ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହ୍‌ଣରେ ଭୋଟ୍‌ ଗଣତି ହେବ ବୋଲି ଜଣାପଡ଼ିଛି। କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା। ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍‌ ଚିହ୍ନ‌ ମାରି ଭୋଟ୍ ଦେଇଥିଲେ। ନିର୍ବାଚନ ସରିବା ପରେ ଜଉମୁଦ ଦେଇ ଭୋଟ୍‌ ବାକ୍ସଗୁଡ଼ିକୁ ସିଲ୍‌ କରାଯାଇଛି। ଏହାକୁ ସୋମବାର ଅପରାହ୍‌ଣରେ ଖୋଲାଯିବ। ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେଉଥିବାରୁ କିଏ ବାଜି ମାରୁଛନ୍ତି ତାହାକୁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe