ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ: ଭଙ୍ଗାଗଲା ବିପଦସଙ୍କୁଳ ସ୍କୁଲକୋଠା

Advertisment

ମାଣ୍ଡୋସ୍ଥିତ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସରେ ବିପଦସଙ୍କୁଳ ଅବସ୍ଥା‌ରେ ଥିବା କୋଠାକୁ ଭଙ୍ଗାଯାଇଛି। ଇତିମଧ୍ୟରେ ୬ଟି ‌‌ଶ୍ରେଣୀ ଗୃହରୁ ଆଜବେଷ୍ଟସ୍‌ କଢ଼ାଯିବା ସହ ଏହା ଭିତରେ ଥିବା ବେଞ୍ଚ୍‌, ଡେସ୍କ ଓ ଅନ୍ୟାନ୍ୟ ଜିନିଷକୁ ବାହାରେ ରଖାଯାଇଛି।

ମାଣ୍ଡୋସ୍ଥିତ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସରେ ବିପଦସଙ୍କୁଳ ଅବସ୍ଥା‌ରେ ଥିବା କୋଠାକୁ ଭଙ୍ଗାଯାଇଛି। ଇତିମଧ୍ୟରେ ୬ଟି ‌‌ଶ୍ରେଣୀ ଗୃହରୁ ଆଜବେଷ୍ଟସ୍‌ କଢ଼ାଯିବା ସହ ଏହା ଭିତରେ ଥିବା ବେଞ୍ଚ୍‌, ଡେସ୍କ ଓ ଅନ୍ୟାନ୍ୟ ଜିନିଷକୁ ବାହାରେ ରଖାଯାଇଛି।

sambad effect

ଖଣ୍ଡଗିରି: ତମାଣ୍ଡୋସ୍ଥିତ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସରେ ବିପଦସଙ୍କୁଳ ଅବସ୍ଥା‌ରେ ଥିବା କୋଠାକୁ ଭଙ୍ଗାଯାଇଛି। ଇତିମଧ୍ୟରେ ୬ଟି ‌‌ଶ୍ରେଣୀ ଗୃହରୁ ଆଜବେଷ୍ଟସ୍‌ କଢ଼ାଯିବା ସହ ଏହା ଭିତରେ ଥିବା ବେଞ୍ଚ୍‌, ଡେସ୍କ ଓ ଅନ୍ୟାନ୍ୟ ଜିନିଷକୁ ବାହାରେ ରଖାଯାଇଛି। ବାହାର ପାର୍ଶ୍ବରେ ଥିବା ସମସ୍ତ ସିମେଣ୍ଟ ଖୁଣ୍ଟକୁ ଭଙ୍ଗାଯାଇଛି। ଶ୍ରେଣୀଗୃହର ଛାତରେ ଥିବା କାଠଗୁଡ଼ିକୁ କଢ଼ାଯାଉଛି। କୋଠାକୁ ସମ୍ପୂର୍ଣ୍ଣ ଭଙ୍ଗାଯିବା ପରେ ସେଠାରେ ଆଉ କୌଣସି ନୂତନ ନିର୍ମାଣ କରାଯିବ ନାହିଁ। ବରଂ ସେହି ସ୍ଥାନକୁ ଛାତ୍ରଛାତ୍ରୀଙ୍କ ଖେଳ ପଡ଼ିଆ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଅଭିଭାବକମାନେ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ଛତ୍ରଛାତ୍ରୀ ଆଶ୍ବସ୍ତି ଲାଭ କରିଛନ୍ତି। ତେବେ ଶ୍ରେଣୀ ଗୃହ ଅଭାବ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

କ୍ୟାମ୍ପସରେ ଥିବା ଏକ ପୁରୁଣା ଆଜବେଷ୍ଟସ୍‌ ଘରେ ଛାତ୍ରଛାତ୍ରୀ ବିପଦଜନକ ଭାବେ ପଢ଼ୁଥିଲେ। ଲଗାଣ ବର୍ଷାରେ ଶ୍ରେଣୀଗୃହରୁ ଆଜବେଷ୍ଟସ୍‌ ଖସିଯିବାରୁ ସେହି ଘରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। କୋଠାଟି ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଅସନ୍ତୋଷ ବଢ଼ି ଚାଲିଥିଲା। ବିଦ୍ୟାଳୟ ପରିଚାଳନା କମିଟି ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଯୋଗୁ ତାହା ଭଙ୍ଗାଯାଇ ପାରୁ ନଥିଲା। ବିପଦସଙ୍କୁଳ କୋଠା ନିକଟରେ ଛାତ୍ରଛାତ୍ରୀ ଖେଳୁଥିଲେ। ସେପ୍ଟେମ୍ବର ୧୨ରେ ‘ସମ୍ବାଦ’ରେ ‘ବିପଦସଙ୍କୁଳ ଘର, ବାଜି ଲାଗୁଛି ପିଲାଙ୍କ ଜୀବନ’ ଶୀର୍ଷକ ଖବର ପ୍ରକା‌ଶ ପରେ ପ୍ରଶାସନ ତତ୍ପରତା ପ୍ରକା‌ଶ କରିବା ସହ ଏବେ କୋଠାକୁ ଭାଙ୍ଗିବା ଦିଗରେ ପଦକ୍ଷେପ ନେଇଛି।

ତେବେ ଏବେ ମଧ୍ୟ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀର ୫୬୦ ଜଣ ଛାତ୍ରଛାତ୍ରୀ ପା‌ଳିରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏକକାଳୀନ ସମସ୍ତଙ୍କୁ କ୍ଲାସରୁମ୍‌ ଯୋଗାଇ ଦିଆଯାଇ ପାରୁ ନଥିବାରୁ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏବଂ ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ସମୟରେ ହେଉଛି। ଦେଢ଼ବର୍ଷ ହେଲା ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପରେ ବିଦ୍ୟାଳୟଠାରୁ ୪ କିମି ଦୂରରେ ଥିବା ଯଦୁପୁର ସୟଦ ମମତାଜ୍‌ ଅଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନକୁଳ କୁମାର ମଲ୍ଲିକ ଏଠାକାର ଅତିରିକ୍ତ ଦାୟିତ୍ବ‌ରେ ଅଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି, ବିଦ୍ୟାଳୟର ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି। ବ୍ଲକ୍‌ର ଏକ ମାତ୍ର ବିଦ୍ୟାଳୟ ଭାବେ ଚଳିତବର୍ଷ ପିଏମ୍ ଶ୍ରୀ ‌ଯୋଜନା‌ରେ ଏହା ସାମିଲ ହୋଇଥିବାରୁ ୨୦୨୪-୨୫ ଶିକ୍ଷାବର୍ଷରେ ୫ କୋଟି ଟଙ୍କାର ସହାୟତା ମିଳିବ। ସେହିପରି ବିପଦସଙ୍କୁଳ କୋଠାକୁ ଭଙ୍ଗାଯିବା ପରେ ୩ଟି ନୂଆ ଶ୍ରେଣୀଗୃହ ନିର୍ମା‌ଣ ହେବ। ଫଳରେ ଆଉ ପାଳିକରି ପାଠପଢ଼ା ହେବନାହିଁ। ଏନେଇ ଜିଲ୍ଲା ଡିପିସି ଅନୁମତି ଦେଇସାରିଛନ୍ତି। ସ୍ଥାନ ଚିହ୍ନଟ ପରେ କୋଠା ନିର୍ମାଣ ଆରମ୍ଭ ‌ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe