ଏମ୍ସରେ କାର୍ଯ୍ୟକ୍ଷମ ହେବ ଭିଆର୍‌ଡିଏଲ୍‌

Advertisment
ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Justdial

ଭୁବନେଶ୍ବର : ଏମ୍‌ସ ଭୁବନେଶ୍ବରରେ କାର୍ଯ୍ୟକ୍ଷମ ହେବ ରାଜ୍ୟସ୍ତରୀୟ ଭାଇରସ ରିସର୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲାବୋରେଟୋରି (ଭିଆର୍‌ଡିଏଲ୍‌)। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ଯୋଜନାରେ ଭାରତ ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ଅନୁଦାନ ଦିଆଯିବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି।

ମାଇକ୍ରୋବାୟୋଲୋଜି ବିଭାଗର ବୈଜୟନ୍ତୀମାଳା ମିଶ୍ର କହିଛନ୍ତି, ବର୍ତ୍ତମାନ ମଧ୍ୟ ଏମ୍‌ସରେ ଭାଇରସ ରିସର୍ଚ ଲାବୋରେଟୋରି ରହିଛି। ଏଠାରେ ଡେଙ୍ଗୁ, ଚିକେନଗୁନିଆ, ଇନ୍‌ଫ୍ଲୁଏଞ୍ଜା, ରୋଟାଭାଇରସ, ମିଳିମିଳା, ରୁବେଲା ଆଦି ଭୂତାଣୁ ପରୀକ୍ଷଣ ହେଉଛି। ରାଜ୍ୟର ଦ୍ବିତୀୟ ପରୀକ୍ଷାଗାର ଭାବରେ କୋଭିଡ୍‌ ପରୀକ୍ଷା ମଧ୍ୟ କରାଗଲା। ଏହା ପଶ୍ଚିମବଙ୍ଗ କୋଭିଡ୍‌-୧୯ ଆର୍‌ଟିପିସିଆର୍‌ ଟେଷ୍ଟିଂର ମେଣ୍ଟର ମଧ୍ୟ ଥିଲା। ଗୋଟିଏ ସମୟରେ ଦୈନିକ ୯୦ ହଜାର ନମୁନାର ପରୀକ୍ଷଣ ହୋଇ ପାରୁଥିଲା। ଭିଆର୍‌ଡିଏଲ୍‌ର ମାନ୍ୟତା ମିଳିଲେ ଏମ୍‌ସ ଭୁବନେଶ୍ବରକୁ ଅଧିକ କର୍ମଚାରୀ ମିଳିବ, ମେସିନ୍‌ ଆସିବ। ଏଥିପାଇଁ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଏମ୍‌ସ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କିଛି ବର୍ଷ ମଧ୍ୟରେ ଭାରତରେ ନିପା ଭାଇରସ୍‌, ଇନ୍‌ଫ୍ଲୁଏଞ୍ଜା, ଇବୋଲା ଭଳି ବିଭିନ୍ନ ପ୍ରକାର ଭୂତାଣୁ ଜନିତ ରୋଗ ବଢ଼ିବାରେ ଲାଗିଛି। ଏଥିଯୋଗୁଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe