ସାହିତ୍ୟରେ ଜାତୀୟ ଜାଗରଣ ଆଣିଥିଲେ ବ୍ୟାସକବି

Advertisment
ସାହିତ୍ୟରେ ଜାତୀୟ ଜାଗରଣ ଆଣିଥିଲେ ବ୍ୟାସକବି

ଭୁବନେଶ୍ବର : ବିଖ୍ୟାତ ବଙ୍ଗଳା ଲେଖକ ବଙ୍କିମ ଚନ୍ଦ୍ର ଲେଖା ଜରିଆରେ ହିନ୍ଦୁ ଜାଗରଣ ଆଣିଥିଲେ। ମାତ୍ର ଫକିର‌ ମୋହନ ସେନାପତି ‌େଲଖାରେ ଜାତୀୟ ଜାଗରଣ ଆଣିପାରିଥିଲେ। ବ୍ୟାସକବି ଥିଲେ ଧର୍ମ ନିରପେକ୍ଷ ସାହିତ୍ୟିକ। ‘ରାଜ୍ୟସ୍ତରୀୟ ବ୍ୟାସକବି ଫକିର ମୋହନ ସ୍ମୃତି ସଂସଦ’ ପକ୍ଷରୁ ନୂଆପଲ୍ଲୀ ଭିଆଇପି କଲୋନିସ୍ଥିତ ସଂସଦ ସଭାଗୃହରେ ଅନୁଷ୍ଠିତ ବ୍ୟାସକବିଙ୍କ ଜୟନ୍ତୀ ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଏହା କହିଛନ୍ତି।

ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଫକିର ମୋହନଙ୍କ ଗଳ୍ପ ଓ ଉପନ୍ୟାସରେ ଥିବା ମୌଳିକ କଥାବସ୍ତୁ ଏବଂ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ବ୍ୟାସକବିଙ୍କ ସାହିତ୍ୟର ଅନୁବାଦ ଉପରେ ଗୁରୁତ୍ବ ଦେବାକୁ ସେ କହିଥିଲେ। ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫକିର‌ ମୋହନଙ୍କର ଓଡ଼ିଆ ଭାଷାକୁ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ କହିଲେ, ଆମ ଭାଷା ଆଉ ଆମମାନଙ୍କ ଘରେ ବ୍ୟବହାର ହେଉନାହିଁ। ଆମେ ନିଜେ ହିଁ ଆମ ଭାଷାର ଶତ୍ରୁ ପାଲଟିଛେ। ତେବେ ଧ୍ୟାନ ରଖିବାକୁ ହେବ ଯେ, ଭାଷା କେବଳ ଉତ୍ତରପିଢ଼ି ଦ୍ବାରା ବଞ୍ଚିପାରିବ। ଏଥିପାଇଁ ଭାଷାକୁ କାରିଗରୀ କୌଶଳ ସହ ଯୋଡ଼ିବାର ପ୍ରୟୋଜନ ରହିଛି ବୋଲି ସେ କହିଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଆଗାମୀ ପିଢ଼ିକୁ ଆମ ଭାଷା ସାହିତ୍ୟ ଆଡ଼କୁ ମୁହାଁଇବାକୁ ଉଦ୍ୟମ କରିବା ବୋଲି କହିଥିଲେ। ସଂସଦର ସଭାପତି ଡ.କାର୍ତିକେଶ୍ବର ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ସମ୍ପାଦକ ବିରାଜ ଦାସ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ଲଡ଼ୁକିଶୋର ପଢ଼ିଆରୀ, ଭାରତୀଭୂଷଣ ପଟ୍ଟନାୟକ, ଅଳକା ପ୍ରିୟଦର୍ଶିନୀ ଏବଂ ‌ମନୋରମା ଚହଟ୍ଟରାୟଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ପୂର୍ଣ୍ଣାନନ୍ଦ ମହାନ୍ତି ଓ ମିନତି ଦାଶଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। ଉପସଭାପତି ଜ୍ଞାନଚାନ୍ଦ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe