Jayadeva Batika: ପର୍ଯ୍ୟଟକଙ୍କ ଅପେକ୍ଷାରେ: ଜୟଦେବ ବାଟିକା

Advertisment

ଆସିଲାଣି ପର୍ଯ୍ୟଟନ ଋତୁ। ଆରମ୍ଭ ହୋଇଗଲାଣି ବଣଭୋଜି ଆସର। ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ରେ ଲୋକମାନେ ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ନେଇ ବଣଭୋଜିର ମଜା ନେଲେଣି। ରାଜଧାନୀରେ ଖୁବ୍‌ କମ୍‌ ପିକ୍‌ନିକ୍‌ ସ୍ପଟ୍‌ ଥିବାରୁ ଭୋଜି ପାଇଁ ଥିବା ସ୍ଥାନର ଚାହିଦା ଢେର୍‌ ଅଧିକ ରହିଛି।

ଆସିଲାଣି ପର୍ଯ୍ୟଟନ ଋତୁ। ଆରମ୍ଭ ହୋଇଗଲାଣି ବଣଭୋଜି ଆସର। ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ରେ ଲୋକମାନେ ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ନେଇ ବଣଭୋଜିର ମଜା ନେଲେଣି। ରାଜଧାନୀରେ ଖୁବ୍‌ କମ୍‌ ପିକ୍‌ନିକ୍‌ ସ୍ପଟ୍‌ ଥିବାରୁ ଭୋଜି ପାଇଁ ଥିବା ସ୍ଥାନର ଚାହିଦା ଢେର୍‌ ଅଧିକ ରହିଛି।

dagdaggdzcvcv

ଖଣ୍ଡଗିରି: ଆସିଲାଣି ପର୍ଯ୍ୟଟନ ଋତୁ। ଆରମ୍ଭ ହୋଇଗଲାଣି ବଣଭୋଜି ଆସର। ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ରେ ଲୋକମାନେ ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ନେଇ ବଣଭୋଜିର ମଜା ନେଲେଣି। ରାଜଧାନୀରେ ଖୁବ୍‌ କମ୍‌ ପିକ୍‌ନିକ୍‌ ସ୍ପଟ୍‌ ଥିବାରୁ ଭୋଜି ପାଇଁ ଥିବା ସ୍ଥାନର ଚାହିଦା ଢେର୍‌ ଅଧିକ ରହିଛି। ପିକ୍‌ନିକ୍‌ ସ୍ପଟ୍‌ ନିର୍ମାଣ କରିବା ଲକ୍ଷ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ  ନିର୍ମାଣ କରାଯାଇଛି ‘ଜୟଦେବ ବାଟିକା’। ଖଣ୍ଡଗିରିଠାରୁ କମ୍‌ ଦୂରରେ ଥିବା ଏହି ସ୍ଥାନଟିକୁ ବହୁ ସଂଖ୍ୟାରେ ଲୋକ ବଣଭୋଜି ପାଇଁ ଆସୁଛନ୍ତି।

ପର୍ଯ୍ୟଟକଙ୍କ ପାଇଁ ଏଥର ଭଳିକି ଭଳି ବ୍ୟବସ୍ଥ‌ା
ଜାପାନିଜ୍‌ ଉଦ୍ୟା‌ନରେ ସମୟ କାଟିବେ
ପ୍ରଜାପତିଙ୍କ ବିଷୟରେ ଜାଣିବେ

ସୁନ୍ଦର ସୁନ୍ଦର ଗଛ, ତା’ ସାଙ୍ଗକୁ ଘଞ୍ଚ ଜଙ୍ଗଲ ବଣଭୋଜି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରେ। ଖାଲି ନୂଆବର୍ଷ କିମ୍ବା ବଣଭୋଜି ଋତୁ ନୁହେଁ, ବର୍ଷର ବିଭିନ୍ନ ସମୟରେ ଏଠାରେ ଭୋଜିଭାତ ଚାଲେ। କବି ଜୟଦେବଙ୍କ ନାମରେ ଏହି ସ୍ଥାନ ନାମିତ। ୧୨୦ ଏକର ପରିମିତ ଅଞ୍ଚଳରେ ଥିବା ଜୟଦେବ ବାଟିକାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ବାଟିକା ଭିତରେ ପୂର୍ବରୁ ୨ଟି କୃତ୍ରିମ ଝରଣା, କଳାମଞ୍ଚ, ଘାସ ଗାଲିଚା ଆଚ୍ଛାଦିତ ଯମୁନା ନଈ ଥିବା ବେଳେ ଏଥିରେ ଏବେ ଯୋଡ଼ି ହୋଇଛି ଜାପାନିଜ ଉଦ୍ୟ‌ାନ, ପ୍ରଜାପତି ଉଦ୍ୟାନ, ଟ୍ରି ହାଉସ୍‌।

ବଣଭୋଜି ପାଇଁ ବ୍ୟବସ୍ଥା
ବଣଭୋଜି ପାଇଁ ଏଠାରେ ଛୋଟ ବଡ଼ ୩୫ଟି ପିଣ୍ଡି ରହିଛି। ପିଣ୍ଡି ପିଛା ୨୪ଶହ ଟଙ୍କା ଦେୟ ରହିଥିବା ବେଳେ ବାହାରେ ୧୦୦ଟି ଭୋଜି ସ୍ଥାନ ରହିଛି। ଏଠାରେ ଭୋଜି କଲେ ୧୨ଶହ ଟଙ୍କା ଦେୟ ଦେବାକୁ ପଡ଼ିବ। ଏଥିସହ ଏଠାରେ ଥିବା ସମ୍ମୀଳନୀ କକ୍ଷ ବୁକ୍‌ କଲେ ୪ହଜାର ଟଙ୍କା ଦେବାକୁ ପଡ଼ିବ। ପ୍ରବେଶ ଶୁକ୍ଳ ପାଇଁ ଅଲଗା ଦେୟ ଦେବାକୁ ପଡ଼ିବ। ଜଣକୁ ୫୦ ଟଙ୍କା ଓ ବାଇକ୍‌ ପ୍ରବେଶକୁ ୪୦ ଟଙ୍କା ଲେଖାଏ ରହିଥିବା ବେଳେ ୩ ଚକିଆ ଯାନ ପାଇଁ ୭୦ ଟଙ୍କା, ୪ ଚକିଆ ଯାନ ପାଇଁ ୧୫୦ ଟଙ୍କା ଓ ୬ଚକିଆ ୪ଶହ ଟଙ୍କା ଦେୟ ଦେବାକୁ ପଡ଼ିବ। ଏଠାରେ ଭିଡିଓ ସୁଟିଂ କଲେ ୪ ହଜାର ଓ ଫଟୋସୁଟ୍‌ ପାଇଁ ୧୨ଶହ ଟଙ୍କା ଦେବାକୁ ହେବ। ସେହିପରି ୫ ବର୍ଷରୁ ୧୨ ବର୍ଷ ପିଲାଙ୍କ ପାଇଁ ଏହି ଦେୟ ୨୫ ଟଙ୍କା ରହିଛି।

ପ୍ରଜାପତି ଆକୃତିରେ ତିଆରି ହୋଇଛି ପ୍ରଜାପତି ଉଦ୍ୟାନ
ବାଟିକା ଭିତରେ ଏବେ ପ୍ରଜାପତିଙ୍କ ଗହଳ ଚହଳ। ପ୍ରଜାପତି ଆକୃତିରେ ତିଆରି ପ୍ରଜାପତି ଉଦ୍ୟାନରେ ଲାଗିଛି ଭଳିକି ଭଳି ଫୁଲ ଗଛ। ଏହି ଆକୃତିକୁ ଦେଖିବା ପାଇଁ ଏକ କାଠର ଭିୟୁ ପଏଣ୍ଟ ତିଆରି ହୋଇଛି। ଯେଉଁଠୁ ଉଦ୍ୟାନର ସମ୍ପୂର୍ଣ୍ଣ ଭିୟୁ ଅତ୍ୟନ୍ତ ମନୋରମ ଦିଶୁଛି। ଏହି ଉଦ୍ୟାନର ଗୋଟିଏ ପଟେ ପ୍ରଜାପତିର ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ପର୍କରେ ଉଲ୍ଲେଖ ‌ହୋଇଥିବା ବେଳେ ଅନ୍ୟ ପଟେ ପ୍ରଜାପତିର ଡେଣାଥିବା ଏକ ଲୁହା ସୋ’ କେସ୍‌ ତିଆରି ହୋଇଛି। ଯେଉଁଠି ଛିଡ଼ା ହୋଇ ପଟ ଉଠାଇବା ପାଇଁ ପର୍ଯ୍ୟଟକ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳୁଛି।
ଜାପାନିଜ୍‌ ଗାର୍ଡେନ୍‌ ଭ୍ରମରେ ପକାଉଛି
ବାଟିକାରେ ପ୍ରସ୍ତୁତ ହୋଇଥିବା ଟ୍ରି ହାଉସ୍‌କୁ ସଂପୂର୍ଣ୍ଣ କାଠରେ ତିଆରି କରାଯାଉଛି। କାଠର ପାହାଚ ଚଢ଼ି ପର୍ଯ୍ୟଟକ ୨ଟି ଗଛ ଉପରେ ନିର୍ମିତ ଟ୍ରି ହାଉସ୍‌ରେ ପହଞ୍ଚି ଚାରିପାଖର ପ୍ରକୃତିର ମଜା ନେଇ ପାରିବେ।  ହେଲେ ୩ଏକର ଜାଗାରେ  ମନ ଲୋଭା ଜାପାନିଜ୍‌ ଗାର୍ଡେନ୍‌ ଏବେ ପ୍ରମୁଖ ଆକର୍ଷଣ ସାଜିଛି। ପଥର, ଝରଣା, ପାଣି, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅଧିକ ଗୁରୁତ୍ବ ଦେଉଥିବା ଜାପାନର ବଗିଚା ପରି ଏଠାରେ ମଧ୍ୟ ନିର୍ମାଣ ହୋଇଛି ସେହିଭଳି ଏକ ଉଦ୍ୟା‌ନ। ଯାହା ଜାପାନ୍‌ରେ ଉଦ୍ୟାନର ଭ୍ରମ ତିଆରି କରୁଛି। ଏହା ଭିତରୁ ଯିବା ପାଇଁ ପ୍ରସ୍ତୁତ ହୋଇଛି ପୁରୁଣା ଜାପାନ୍‌ ଶୈଳିରେ ଏକ ଫାଟକ। ଯେଉଁଠି ୨ ଜାପାନୀ ମହିଳାଙ୍କ ପ୍ରତିକୃତି ସ୍ବାଗଗ ଜଣାଉଛନ୍ତି। ଭିତରେ ଲମ୍ବା ଲନ୍ ସହିତ ୨ଟି ପୋଖରୀ ଓ ଏହାକୁ ଯୋଡ଼ିବାକୁ ୨ ବ୍ରିଜ୍‌ର ନିର୍ମାଣ ହୋଇଛି। ପୋଖରୀ ଭିତରେ ପାଣି ଫୁଆରା ସହିତ ଡଙ୍ଗା ଥୁଆ ହୋଇଛି। ବିଭିନ୍ନ ପ୍ରକାର ବାଉଁଶ ସହ ଲତା ଜାତୀୟ ଗଛ ପାର୍କକୁ ଅତ୍ୟନ୍ତ ଆକର୍ଷଣୀୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe