ବିଶ୍ବ ପରିବେଶ ଦିବସ‌ରେ ଏସ୍‌ବିଆଇ ପକ୍ଷରୁ ୱାକାଥନ୍‌

Advertisment
ବିଶ୍ବ ପରିବେଶ ଦିବସ‌ରେ ଏସ୍‌ବିଆଇ ପକ୍ଷରୁ ୱାକାଥନ୍‌

ଭୁବନେଶ୍ବର: ଏସ୍‌ବିଆଇର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉପମହାପ୍ରବନ୍ଧକ ଓ ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂଙ୍କ ନେତୃତ୍ବରେ ଏକ ୱାକାଥନ୍‌ ସକାଳେ କର୍ମଚାରୀଙ୍କ ଦ୍ବାରା କରାଯାଇଥିଲା। ଏଥିରେ ପ୍ରାୟ ୧୫୦ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଏବଂ ପ୍ଲାଷ୍ଟିକ୍‌ର ବ୍ୟାବହାରିକ ହ୍ରାସ, ପୁନର୍ବ୍ୟବହାର ଓ ପୁନର୍ବ୍ୟବହାରକ୍ଷମ କରିବାର ବାର୍ତ୍ତା ପ୍ରଚାର କରିଥିଲେ। ପରେ କର୍ମଚାରୀଙ୍କ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ୩୦ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ ଏବଂ ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ସିଂଙ୍କ ଦ୍ବାରା ତାଙ୍କୁ ସମ୍ମାନିତ କରାଯାଇଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ିଶା ପରିବେଶ ସୋସାଇଟି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସହଭାଗିତାରେ ଭୁବନେଶ୍ବରର ଏକ ସଭାଗୃହରେ ପ୍ଲାଷ୍ଟିକ୍‌ ବର୍ଜନ ପ୍ରସଙ୍ଗରେ ସେମିନାର୍‌ ଆୟୋଜିତ ହୋଇଥିଲା। ଏହି ଅବସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe