ବରିଷ୍ଠ ନାଗରିକ ଆଇନ କଡ଼ାକଡ଼ି ହେବା ଆବଶ୍ୟକ

Advertisment
ବରିଷ୍ଠ ନାଗରିକ ଆଇନ କଡ଼ାକଡ଼ି ହେବା ଆବଶ୍ୟକ

ଭୁବନେଶ୍ୱର: ବୟସ୍କ ବ୍ୟକ୍ତିଙ୍କ ସୁରକ୍ଷା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟମ ପ୍ରଣୟନ ହୋଇଛି। ହେଲେ ସେଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ନ ଥିବାରୁ ବୟସ୍କ ବ୍ୟକ୍ତିମାନେ ବିଭିନ୍ନ ସମୟରେ ଶୋଷଣ ଓ ନିର୍ଯାତନାରେ ଶିକାର ହେଉଥିବା ଅଭିଯୋଗ ଆସୁଛି। ସେମାନଙ୍କୁ କିଭଳି ସମ୍ମାନର ସହ ବଞ୍ଚିବାର ଅଧିକାର ଦିଆଯିବ ଓ ସେମାନଙ୍କ ଲାଗି ପ୍ରଚଳିତ ଆଇନ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ ବିଭାଗ ପକ୍ଷରୁ ଆଜି ଆୟୋଜିତ ‘ଭାରତରେ ବୟସ୍କ ବ୍ୟକ୍ତିଙ୍କ ଅଧିକାର: ଆଇନଗତ ପ୍ରସଙ୍ଗ ଓ ପ୍ରତିକାର’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇଥିବା ବକ୍ତାମାନେ ଏହା କହିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମଦନମୋହନ ଦାସ, ହେଲ୍‌ପ ଏଜ୍‌ ଇଣ୍ଡିଆର ଯୁଗ୍ମ ନିର୍ଦେଶକ ଭାରତୀ ଚକ୍ର, ସୋଆ ଜାତୀୟ ଆଇନ ପ୍ରତିଷ୍ଠାନର ଡିନ୍‌ ପ୍ରବୀର କୁମାର ପଟ୍ଟାନାୟକ, ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ବିଶ୍ୱବିଦ୍ୟାଳୟର ଆଇନ ଅଧ୍ୟୟନ କେନ୍ଦ୍ର ମୁଖ୍ୟ ସି.ଏଲ୍‌.ପଟେଲ୍‌ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ଅଧିକାର ଓ ସୁରକ୍ଷା ଉପରେ ମତପ୍ରକାଶ କରିଥିଲେ। ଆଇନ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାଡୁଆଲ୍‌ ସ୍ୱାଗତ ଭାଷଣ ଓ ଅଧ୍ୟାପକ ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe