ଭୁବନେଶ୍ୱର ୱାର୍ଡ ନଂ୩୧: ସମସ୍ୟାକୁ ନେଇ ବର୍ଷିଲେ କଂଗ୍ରେସ ପ୍ରାର୍ଥୀ

Advertisment
ଭୁବନେଶ୍ୱର ୱାର୍ଡ ନଂ୩୧: ସମସ୍ୟାକୁ ନେଇ ବର୍ଷିଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର: ନିର୍ବାଚନ ପାଇଁ ୱାର୍ଡ ନମ୍ବର ୩୧ରେ ରାଜନୈତିକ ପରିବେଶ ସରଗରମ ହୋଇଯାଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ଯୁବ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ଜେନା ମାରାଥନ୍ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଚାର ବେଳେ ସ୍ଥାନୀୟ ସମସ୍ୟାକୁ ନେଇ ଶାସକ ଦଳର ପ୍ରାର୍ଥୀଙ୍କୁ ସିଧାସଳଖ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳିଛି।

୩୧ ନମ୍ବର ୱାର୍ଡରେ ନା ଭଲରାସ୍ତା ଅଛି ନା ଲୋକଙ୍କୁ ଭଲପାଣି ମୁନ୍ଦେ ପିଇବାକୁ ମିଳୁଛି। ଡ୍ରେନ୍‌, ଆଲୋକୀକରଣ ବ୍ୟବସ୍ଥା ବି ଠିକ୍ ନାହିଁ। ବର୍ଷ ବର୍ଷ ଧରି ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହୋଇପାରୁନି। ଦୀର୍ଘ ୧୦ ବର୍ଷ ହେବ ଶାସକ ଦଳ ହାତରେ ଏହି ୱାର୍ଡ ଥିଲେ ମଧ୍ୟ ଲୋକଙ୍କୁ କେବଳ ପ୍ରତିଶ୍ରୁତି ଦେଇ ବିଶ୍ବାସଘାତକତା କରାଯାଇଛି ବୋଲି ସେ ଆରୋପ ଲଗାଇଥିଲେ। ତେଣୁ କଂଗ୍ରେସକୁ ଥରେ ସୁଯୋଗ ଦେବାକୁ ସେ ନିବେଦନ କରିଥିଲେ। ଆଜି ଶ୍ରୀ ଜେନା ଚଣ୍ଡିମାତା କଲୋନି, ନେତାଜୀନଗର, ଶବରସାହି ଅଞ୍ଚଳରେ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ। ଆଜି ପ୍ରଚାର ଅଭିଯାନରେ ତାଙ୍କ ବାପା ତଥା ପୂର୍ବତନ କର୍ପୋରେଟର ପ୍ରକାଶ ଜେନା, ସରୋଜ ଲେଙ୍କା, ବିଦ୍ୟୁତ ସାମନ୍ତରାୟ, କାଳିଆ ପ୍ରଧାନ, ମାନସ ଜେନା, ଅଲିଆ ପ୍ରଧାନ, କୁନ୍‌ମୁନି ପାତ୍ର, କିଶୋର ପୁହାଣଙ୍କ ସମେତ ଶତାଧିକ ସମର୍ଥକ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe