ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡର ଦାୟିତ୍ୱ ମୋର, ତ୍ୱରାନ୍ୱିତ ହେବ ବିକାଶମୂଳକ କାର୍ଯ୍ୟ: ବିଧାୟକ

ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡର ଦାୟିତ୍ୱ ମୋର, ତ୍ୱରାନ୍ୱିତ ହେବ ବିକାଶମୂଳକ କାର୍ଯ୍ୟ: ବିଧାୟକ

ଭୁବନେଶ୍ବର : ୪ ନମ୍ବର ‌ୱାର୍ଡର ବିକାଶ କରାଯାଇଛି। ଡ୍ରେନ୍‌ ନିର୍ମାଣ କରାଯାଇ ଜଳବନ୍ଦୀ ସମସ୍ୟାର ସମାଧାନ ହୋଇଛି। ରାସ୍ତାଘାଟ ଉନ୍ନତୀକରଣ ହୋଇଛି। ଗତ ତିନି ବର୍ଷ ମଧ୍ୟରେ ବିଧାୟକ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ୱାର୍ଡରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ସହର ବଢ଼ୁଥିବାରୁ କିଛି ସମସ୍ୟା ଯୋଡ଼ି ହୋଇଛି ସତ। ସେଗୁଡ଼ିକର ସମାଧାନ କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ। ଏହି ୱାର୍ଡର ଦାୟିତ୍ବ ନିଜ କାନ୍ଧକୁ ନେଇଛି। ଲୋକମାନଙ୍କ ସୁଖ, ଦୁଃଖ‌ରେ ରହିଛି। ଆଗକୁ ରହିବି ମଧ୍ୟ। ବିଜେଡି ୪ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଅକ୍ଷୟ କୁମାର ଲେଙ୍କାଙ୍କ ଲାଗି ଭୋଟ ଭିକ୍ଷା କରିବା ସମୟ‌ରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ୱାର୍ଡବାସୀ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀ ରାଉତ ଆହୁରି କହିଥି‌ଲେ ଯେ ‌ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଓ ଜନହିତକର କାର୍ଯ୍ୟଶୈଳୀକୁ କାର୍ଯ୍ୟ କରିବାକୁ ପଡ଼ିବ। ବିଗତ କିଛି ବର୍ଷ ମଧ୍ୟରେ ୪ ନମ୍ବର ୱାର୍ଡରେ ଏକାଧିକ ବିକାଶମୂଳକ କାର୍ଯ୍ୟ ହୋଇଛି। ସାହାବାଜଠାରେ ପୁରୀ କେନାଲ ରୋଡ୍‌ଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଡ୍ରେନ୍‌ ସହ କଭର୍‌ ସ୍ଲାବ ପକାଯାଇଛି। ସବୁ ଅଞ୍ଚଳରେ ଡ୍ରେନ୍‌ ହୋଇଛି। ବାଙ୍ଗୁଆରି ପଳାସାହି, ସୁନ୍ଦରପାଟଣା ରାସ୍ତା ନିର୍ମାଣ, ମିଲିନିୟମ୍‌ ସିଟିର ମରାମତି ହୋଇଛି। ପାହାଳରେ ଶ୍ମଶାନ ନିର୍ମାଣ ସହ ସେଠାକୁ ଯିବା ଆସିବା ଲାଗି ରାସ୍ତା ସଂଯୋଗ ହୋଇଛି। ପଣ୍ଡା ସାହି ବାଙ୍ଗୁଆରି ରାସ୍ତା ନିର୍ମାଣ, ଜୋହଳରେ ପିଏଚ୍‌ଡି ପମ୍ପ ହାଉସରୁ ଭୋଇ ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ହରିଦାସପୁର ମୁସଲିମ୍‌ ସାହି ରାସ୍ତା ଓ ଡ୍ରେନ୍‌ ବାବଦରେ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଲୋକୀକରଣକୁ ପ୍ରାଥମିକତା ଦିଆଯାଇଛି। ପାହାଳ ସ୍ବାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚିଛି। ୫-ଟି ଅଧୀନରେ ନହରକଣ୍ଟା ସ୍କୁଲର ବିକାଶ ହୋଇଛି। ନହରକଣ୍ଟା ହସ୍ପିଟାଲର ନୂଆ ବିଲଡିଂ ‌କରାଯାଇଛି। ଜାତୀୟ ରାଜପଥ ପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଥଇଥାନ କରାଯାଇଛି। ଏହି ବିକାଶ ଧାରାକୁ ଆଗକୁ ନେବାକୁ ହେଲେ ‌ଶଙ୍ଖ ଚିହ୍ନରେ ମୋହର ମାରି ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କୁ ଜିତାଇବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe