Advertisment

୧୨ ନମ୍ୱର ୱାର୍ଡ: ଡ୍ରେନ୍‌ ଓ ପରିମଳ ଅବ୍ୟବସ୍ଥାରେ ଲୋକେ ହନ୍ତସନ୍ତ

Advertisment

ଜଟଣୀ ପୌରପାଳିକାରେ ମିନି ଇଣ୍ଡିଆ ଭାବେ ଜଣାଶୁଣା ୧୨ନମ୍ବର ୱାର୍ଡ। ଏହି ୱାର୍ଡରେ ବସ୍ତି ସଂଖ୍ୟା ଅଧିକ ଥିବା ବେଳେ ଏଠାରେ ଭାଇଚାରାର ସମ୍ପର୍କ ରହିଛି। କୌଣସି ବିବାଦ ହେଲେ ମାମଲା ଥାନାକୁ ଯାଏ ନାହିଁ, ବସ୍ତିରେ ହିଁ ସମାଧାନ ହୁଏ।

ଜଟଣୀ ପୌରପାଳିକାରେ ମିନି ଇଣ୍ଡିଆ ଭାବେ ଜଣାଶୁଣା ୧୨ନମ୍ବର ୱାର୍ଡ। ଏହି ୱାର୍ଡରେ ବସ୍ତି ସଂଖ୍ୟା ଅଧିକ ଥିବା ବେଳେ ଏଠାରେ ଭାଇଚାରାର ସମ୍ପର୍କ ରହିଛି। କୌଣସି ବିବାଦ ହେଲେ ମାମଲା ଥାନାକୁ ଯାଏ ନାହିଁ, ବସ୍ତିରେ ହିଁ ସମାଧାନ ହୁଏ।

dssdxccx

ଜଟଣୀ: ଜଟଣୀ ପୌରପାଳିକାରେ ମିନି ଇଣ୍ଡିଆ ଭାବେ ଜଣାଶୁଣା ୧୨ନମ୍ବର ୱାର୍ଡ। ଏହି ୱାର୍ଡରେ ବସ୍ତି ସଂଖ୍ୟା ଅଧିକ ଥିବା ବେଳେ ଏଠାରେ ଭାଇଚାରାର ସମ୍ପର୍କ ରହିଛି। କୌଣସି ବିବାଦ ହେଲେ ମାମଲା ଥାନାକୁ ଯାଏ ନାହିଁ, ବସ୍ତିରେ ହିଁ ସମାଧାନ ହୁଏ। ରାମଚନ୍ଦ୍ରପୁର, ବାଛରାପାଟଣା, ଗୋଡ଼ାଧର୍ମ ସାଗର ଭଳି ଅଞ୍ଚଳକୁ ନେଇ ଏହି ୱାର୍ଡ ଗଠିତ। ଏହି ୱାର୍ଡରେ କିନ୍ତୁ ବିକାଶମୂଳକ କାର୍ଯ୍ୟ ସେମିତି ଆଖିଦୃଶିଆ ହୋଇପାରିନି ବୋଲି ଅଭିଯୋଗ ହେଉଛି। 

ପୁରୁଣା ଟେଣ୍ଡର୍‌ର ସବୁ କାମ ଶେଷ ହୋଇଯାଇଛି। ନୂଆ ଟେଣ୍ଡର ହେଇଛି, ହେଲେ ପ୍ରକଳ୍ପର କାମ ଆରମ୍ଭ ହୋଇପାରିନି। ଏହି ଅଞ୍ଚଳରେ ପରିମଳ ଓ ଡ୍ରେନ୍ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ପ୍ରଥମତଃ ସବୁ ରାସ୍ତାରେ ଡ୍ରେନ୍ ନାହିଁ। କିନ୍ତୁ ଯେଉଁଠି ଅଛି, ସେସବୁ ଅଧା ବାଟରେ ବନ୍ଦ। ଫଳରେ ଡ୍ରେନ୍ ପାଣି ସଂପୂର୍ଣ୍ଣ ନିଷ୍କାସିତ ହୋଇନପାରି ଜମିରହୁଛି। ବର୍ଷା ଦିନେ ଡ୍ରେନ୍ ପାଣି ରାସ୍ତା ଉପରକୁ ମାଡ଼ି ଆସିଥାଏ। ସେହିପରି ବହୁ ସ୍ଥାନରେ ଡ୍ରେନ୍ ମୁକୁଳା ପଡ଼ିଛି। ଏଠାରେ ପ୍ରତିଦିନ ଅଳିଆ ସଫେଇ ହେଉନାହିଁ। ତେଣୁ ଗଦା ହୋଇ ରହୁଥିବା ଅଳିଆରୁ ପଚାଗନ୍ଧ ବାହାରିବା ଦ୍ବାରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏହି ୱାର୍ଡର ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଶିକ୍ଷକ ନାହାନ୍ତି। ଶ୍ରେଣୀଗୃହର ମଧ୍ୟ ଅଭାବ ରହିଛି। ସେହିପରି ଅନେକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲାଗି ନାହିଁ। ପୁଣି କିଛି ସ୍ଥାନରେ ପାନୀୟ ଜଳଯୋଗାଣ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି। 

ସ୍ଥାନୀୟ ବାସିନ୍ଦା ନିତ୍ୟାନନ୍ଦ ସାହୁ କହିଛନ୍ତି, ବିଦ୍ୟୁତ୍ ବିଭାଗର ଖାମଖିଆଲ୍ ନୀତି ପାଇଁ ବିଭିନ୍ନ ସ୍ଥାନରେ ତାର ଝୁଲନ୍ତା ଅବସ୍ଥାରେ ରହିଛି। ଫଳରେ ଲୋକଙ୍କ ପ୍ରତି ବିପଦ ସାଜିଛି। ଆଉ କେତେକ ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇପଡ଼ିଛି। ଅନ୍ୟପଟେ ବରିଷ୍ଠ ନାଗରିକମାନେ ଯେଉଁ ମୌଳିକ ସୁବିଧା ସୁଯୋଗ ପାଇବା କଥା ତାହା ପାଇପାରୁ ନଥିବା ସେ ଅଭିଯୋଗ କରିଛନ୍ତି। 
ଏହା ଉପରେ କାଉନସିଲର୍ ନିଳୀମା ସ୍ବାଇଁ କହିଛନ୍ତି, ୱାର୍ଡରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ବାଛରା ମୁଣ୍ଡିଆ ଉପରେ ୩୪ଏକର ଜମିରେ ଏକ ମଡେଲ ପାର୍କ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ତେବେ ୱାର୍ଡର ଭୂମିରୂପ ବଡ଼ ସମସ୍ୟା ଭାବେ ରହିଛି। କେଉଁଠି ଉଚ୍ଚା ତ କେଉଁଠି ଖାଲ ଥିବାରୁ ଡ୍ରେନ୍ ନିର୍ମାଣ ପାଇଁ ସମସ୍ୟା ହେଉଛି। ତେବେ ସେଥିପାଇଁ ସ୍ବତନ୍ତ୍ର ନଜର ଦିଆଯାଉଛି ଏବଂ ସମାଧାନ ପାଇଁ ନକ୍‌ସା ତିଆରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe