ଜଳବନ୍ଦୀମୁକ୍ତ ୪ନମ୍ବର ୱାର୍ଡ: ସୁଶାନ୍ତ

Advertisment

ସାମିଲ ହେଲେ ବିଜେପି କର୍ପୋରେଟର

ସାମିଲ ହେଲେ ବିଜେପି କର୍ପୋରେଟର

ଜଳବନ୍ଦୀମୁକ୍ତ ୪ନମ୍ବର ୱାର୍ଡ: ସୁଶାନ୍ତ

ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମସି ୪ ନମ୍ବର ୱାର୍ଡରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଜୋରଦାର ପ୍ରଚାର କରିଛନ୍ତି। ରୋଡ ସୋ’ ମାଧ୍ୟମରେ ହଜାର ହଜାର ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ଶ୍ରୀ ରାଉତଙ୍କ ଶୋଭାଯାତ୍ରା ସମ୍ପୂର୍ଣ୍ଣ ଅଞ୍ଚଳ ପରିକ୍ରମା କରିଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଯୁବକ, ଯୁବତୀ, ମହିଳା, ବରିଷ୍ଠ ନାଗରିକ ସାମିଲ ହୋଇ ପୁଣି ଥରେ ସୁଶାନ୍ତଙ୍କୁ ବିଜୟ କରାଇବାକୁ ଆହ୍ବାନ ଦେଇଥିଲେ। ରୋଡ୍‌ ସୋ’ ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ସୁକୁମାର ସାହୁ ଆଜି ସୁଶାନ୍ତଙ୍କ ରୋଡ୍‌ ସୋ’ରେ ସାମିଲ ହୋଇଥିଲେ। ‘ମୋର ନୀତି ୱାର୍ଡର ଉନ୍ନତି’ ପ୍ଲା କାର୍ଡ ଧରି ସୁଶାନ୍ତଙ୍କ ଗାଡ଼ିରେ ଛିଡ଼ା ହୋଇ ରହିଥିଲେ। ଏହି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ରୋଡ ସୋ’ ଅବସରରେ ସୁଶାନ୍ତ କହିଛନ୍ତି ଯେ ଦିନେ ଜଳବନ୍ଦୀ ୱାର୍ଡ ଭାବେ ପରିଚୟ ଲାଭ ପାଇଥିବା ୪ ନମ୍ବର ୱାର୍ଡରେ ବିକାଶ ଧାରା ଜାରି ରହିଛି। ଏବେ ଗତ ୫ବର୍ଷରେ ଏହି ୱାର୍ଡରେ ୨୦ କୋଟି ଟଙ୍କାରେ ୧୫ଟି ଡ୍ରେନ୍‌ ପ୍ରକଳ୍ପ ନିର୍ମାଣ ହୋଇଛି। ‘ମୋ ପୋଖରୀ’ ‌ଯୋଜନାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ୱାର୍ଡର ଚନ୍ଦନ ପୋଖରୀ, ଗମ୍ଭାରିଆ ପୋଖରୀ, ସନ୍ଥ ତୁଲସୀଦାଶ ପୋଖରୀ, ଧର୍ମସାଗର ପୋଖରୀ, ସାଧୁଆ ପୋଖରୀ, ମସ୍‌ଜିଦ୍‌ ପୋଖରୀର ନବୀକରଣ ହୋଇଛି। ନହରକଣ୍ଟାରେ ପ୍ରାୟ ସାଢ଼େ ୫ କୋଟି ଟଙ୍କାରେ ଷ୍ଟାଡିୟମ୍‌ ନିର୍ମାଣ ହୋଇଛି। ବାଙ୍ଗୁଆରି ପ୍ରାଥମିକ ସ୍କୁଲ ପାଚେରୀ, କମ୍ୟୁନିଟି ସେଣ୍ଟର, ବିଭିନ୍ନ ମନ୍ଦିର ନିକଟରେ ମଣ୍ଡପ, ଭାଗବତ ଘର, ନହରକଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟର କ୍ଲାସରୁମ୍‌ ଓ ଲାଇବ୍ରେରି ରୁମ୍‌, ଜୟଦେବ କଲେଜର ପା‌ଚେରୀ, ବାଙ୍ଗୁଆରିରେ ଥିବା ଜାଗୁଳାଇ ମନ୍ଦିର, ସାହାବାଜ୍‌ସ୍ଥିତ ରାଧାବଲ୍ଲଭ ମନ୍ଦିର, ନଖରାସ୍ଥିତ ଲକ୍ଷେଶ୍ବର ମନ୍ଦିର, ରୁଦ୍ରେଶ୍ବର ମନ୍ଦିର, ହରିଦାସପୁରସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ଓ ଜଗନ୍ନାଥ ମନ୍ଦିର, ହଂସପାଳର ଖରାଖାଇ ମନ୍ଦିର, ନୂଆପାଟଣାର ମା’ ଜଗୁଳାଇ ମନ୍ଦିର, ଜୋହଳସ୍ଥିତ ମା’ ବା‌ରୁଣେଇ ମନ୍ଦିର, ନହରକଣ୍ଟା ହନୁମାନ ମନ୍ଦିର, ନହରକଣ୍ଟା ୟୁପିଏଚ୍‌ସିର ପାଚେରୀ ନିର୍ମାଣ ହୋଇଛି। ଏହି ଶୋଭାଯାତ୍ରାରେ ବିଜେଡିର ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, ମେୟର ସୁଲୋଚନା ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe