କରୋନାରେ ୱାର୍ଡ ଅଫିସରଙ୍କ ମୃତ୍ୟୁ, ସତ୍ୟନଗର ଶ୍ମଶାନରେ ଦିଆଗଲା ଗାର୍ଡ ଅଫ୍‌ ଅନର

Advertisment
କରୋନାରେ ୱାର୍ଡ ଅଫିସରଙ୍କ ମୃତ୍ୟୁ, ସତ୍ୟନଗର ଶ୍ମଶାନରେ ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର : ବିଏମ୍‌ସିର ୱାର୍ଡ-୪୫ର ୱାର୍ଡ ଅଫିସର ବିଶ୍ବଜିତ ମାନ୍ନାଙ୍କର କରୋନାରେ ମୃତ୍ୟୁ ହୋଇଛି। ୫୯ବର୍ଷୀୟ ଏହି ୱାର୍ଡ ଅଫିସର ଜଣଙ୍କ ୱାର୍ଡ ୪୫ର ନୋଡାଲ ଅଫିସର ଭାବେ କାର୍ଯ୍ୟକରିବା ସହ ବିଏମ୍‌ସିର ସମସ୍ତ ସର୍ଭେରେ ସାମିଲ୍‌ ହୋଇଥିଲେ। ଘରକୁ ଘର ବୁଲି ସର୍ଭେ କରିବା ସହ ନିଷ୍ଠାପର ଭାବେ କାମ କରିଚାଲିଥିଲେ। କିନ୍ତୁ ଗତ ୧୭ତାରିଖ‌େର ସେ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ସମ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ରାତିରେ ମୃତ୍ୟୁ ହୋଇଛି।

ବିଶ୍ବଜିତଙ୍କୁ କରୋନା ଯୋଦ୍ଧାର ସମ୍ମାନ ସହ ସମସ୍ତ ସରକାରୀ ସୁବିଧା ଯୋଗାଇବାକୁ ଦକ୍ଷିଣ-ପୂର୍ବ ଜୋନ୍‌ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଆଜି ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଥିଲେ। ଏହାପରେ ବିଏମ୍‌ସି କମିସନର ବିଶ୍ବଜିତଙ୍କୁ କରୋନା ଯୋଦ୍ଧା ସମ୍ମାନ ଦେଇଥିଲେ। ଅପରାହ୍ନରେ ସତ୍ୟନଗର ଶ୍ମଶାନରେ କରୋନା ଯୋଦ୍ଧା ସମ୍ମାନ ଦେବା ପାଇଁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସତ୍ୟନଗର ଶ୍ମଶାନରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଅଂଶୁମାନ ରଥ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଅପରପକ୍ଷେ ୱାର୍ଡ-୪୫ର ପୂର୍ବତନ କର୍ପୋରେଟର ଅମରେଶ ଜେନା ସ୍ବର୍ଗତ ମାନ୍ନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ଏବଂ ତାଙ୍କ ପରିବାରର ଜଣଙ୍କୁ ଚାକିରୀ ଦେବାକୁ ଦାବି କରିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ମୁଁ କର୍ପୋରେଟର ହିସାବ‌ରେ ମୋ ୱାର୍ଡରେ ଯେତିକି ପରିଚିତ ନଥିଲି, ସ୍ବର୍ଗତ ମାନ୍ନା ୱାର୍ଡ ଅଫିସର ହୋଇଥିଲେ ବି ମୋ ଠାରୁ ଅଧିକ ପରିଚିତ ଥିଲେ। ସୂଚନାଯୋଗ୍ୟ, ବିଏମ୍‌ସିର ତିନି ଜଣ କର୍ମଚାରୀଙ୍କର ବର୍ତ୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe