ଲାଗିଲା ମନ୍ଦିର ପ୍ରଶାସନର ସାଇନ୍‌ବୋର୍ଡ

Advertisment

ଜବରଦଖଲ ଜମି ନିଜ ଅକ୍ତିଆରକୁ ନେଲା ମନ୍ଦିର ପ୍ରଶାସନ

ଜବରଦଖଲ ଜମି ନିଜ ଅକ୍ତିଆରକୁ ନେଲା ମନ୍ଦିର ପ୍ରଶାସନ

ଲାଗିଲା ମନ୍ଦିର ପ୍ରଶାସନର ସାଇନ୍‌ବୋର୍ଡ

ପୁରୁଣା ଭୁବନେଶ୍ୱର : ରାମେଶ୍ୱର ପାଟଣାସ୍ଥିତ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜବରଦଖଲ ଜମିକୁ ମନ୍ଦିର ପ୍ରଶାସନ ଆଜି ନିଜ ଅକ୍ତିଆରକୁ ନେଇଛି। ଜବରଦଖଲ ଜମିରେ ନିର୍ମାଣ ହୋଇଥିବା ପାଚେରିକୁ ଭଙ୍ଗିବା ସହ ମନ୍ଦିର ପ୍ରଶାସନ ସାଇନ୍‌ବୋର୍ଡ ଲଗାଯାଇଛି।

ମିଳିଥିିବା ସୂଚନା ଅନୁଯାୟୀ ରଥ ରୋଡ୍‌ରେ ମାଉସୀ ମା’ ଛକ ରୁକୁଣା ରଥ ରହୁଥିବା ସ୍ଥାନ ନିକଟ ଭୁବନେଶ୍ୱର ସହର ୟୁନିଟ୍‌ ୨୭ମୌଜା ଅନ୍ତର୍ଗତ ୪୧୧ନଂ ଖାତାର ୬୩୯/୩୭୪୭ ପ୍ଲଟ୍‌ରେ ୭୦ ଡେସିମିଲିର ମନ୍ଦିର ପ୍ରଶାସନର ଏକ ଖାଲି ପଡ଼ିଆ ରହିଛି। ରଥ ମାଉସୀ ମା’ ଛକଠାରେ ଲାଗିବା ବେଳେ ଭକ୍ତମାନେ ସେଠାରେ ଠାକୁରଙ୍କୁ ଅପେକ୍ଷା କରିଥାନ୍ତି। ତେବେ ଏହି ଜମି ଜବରଦଖଲ ହୋଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ଅଭିଯୋଗ କରାଯାଇଥିଲା। ଆଜି ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା ଓ ପ୍ରଶାସନର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ପାଚେରିକୁ ଭଙ୍ଗା ଯାଇଥିଲା। ଏହା ପରେ ସେଠାରେ ମନ୍ଦିର ପ୍ରଶାସନ ପକ୍ଷରୁ ସାଇନ୍‌ବୋର୍ଡ ଲଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe