ଲୋକେ ସହଯୋଗ ନ କଲେ ବର୍ଜ୍ୟବସ୍ତୁ ପରିଚାଳନା ସଫଳ ହେବନି

ଲୋକେ ସହଯୋଗ ନ କଲେ ବର୍ଜ୍ୟବସ୍ତୁ ପରିଚାଳନା ସଫଳ ହେବନି

ଭୁବନେଶ୍ୱର : ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଯେତେ ନିୟମ ହେଲେ ବି ସଫଳ ହେବନି। ଯେତେଦିନ ପର୍ଯ୍ୟନ୍ତ ଲୋକ ସଚେତନ ହୋଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥା ସୁଧୁରିବନି। ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ କରିବାକୁ ହେଲେ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ଜନ ପ୍ରତିନିଧିମାନେ କହିଛନ୍ତି।

ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମରେ ବର୍ଜ୍ୟବସ୍ତୁ ପରିଚାଳନା ଆଇନ-୨୦୧୬ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ନେଇ ପୌର ପ୍ରଶାସକ, ଲୋକ ପ୍ରତିନିଧି ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଅବଗତ କରାଇବା ପାଇଁ ବିଏମ୍‌ସି ଏବଂ ଜାତୀୟ ଉତ୍ପାଦକ କାଉନ୍‌ସିଲ୍‌ର ସହଯୋଗରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ସିଏମ୍‌ସି ମେୟର ମୀନାକ୍ଷି ବେହେରା ପ୍ରମୁଖ ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୌରସଂସ୍ଥା ତୁଳନାରେ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

କର୍ମଶାଳାରେ ଯାଦବପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ସାଧନ କୁମାର ଘୋଷ କହିଥିଲେ, ବର୍ଜ୍ୟବସ୍ତୁକୁ ସଫଳ ପରିଚାଳନା କଲେ ଏହାକୁ ସମ୍ବଳ ଭାବରେ ବ୍ୟବହାର କରିହେବ। ସେହିପରି ବର୍ଜ୍ୟକୁ ଓଦା ଏବଂ ଶୁଖିଲା ଭାବେ ଅଲଗା ଅଲଗା କରି ଘରୁ ସଂଗ୍ରହ କଲେ ପୌରସଂସ୍ଥାଗୁଡ଼ିକ ଏହାର ପରିଚାଳନା ଖର୍ଚ୍ଚ ୫୦% କମାଇପାରିବେ। ଏଥିରେ ପରିବେଶ ବିଶେଷଜ୍ଞ ସଂଜୟ କୁମାର ସିଂହ, ବିଶ୍ୱଜିତ ଦେବନାଥ, କେ.କେ ସିହ୍ନା ପ୍ରମୁଖ ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ମତ ରଖିଥିଲେ। କର୍ମଶାଳାରେ ପରିବେଶବିତ, ବର୍ଜ୍ୟବସ୍ତୁ ପରିଚାଳନାରେ ସଂପୃକ୍ତ ବ୍ୟକ୍ତିବିଶେଷ, ସାନିଟାରି ଇନ୍‌ସ୍ପେକ୍ଟର, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଶିଳ୍ପ ସଂସ୍ଥା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧି, ପରିବେଶ ଓ ଜଙ୍ଗଲ ବିଭାଗ ଅଧିକାରୀ, ଇ-ୱେଷ୍ଟ୍‌ ପରିଚାଳନା କରୁଥିବା ସଂସ୍ଥାର ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ଭୁବନେଶ୍ୱର ସମେତ କଟକ ଏବଂ ବ୍ରହ୍ମପୁର ମହାନଗର ନିଗମର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe