Advertisment

ଆବର୍ଜନାପୂର୍ଣ୍ଣ ଐତିହ୍ୟ ପୁଷ୍କରିଣୀ: ଆଗରୁ ଘରକୁ ନେଉଥିଲେ, ଏବେ ନାକ ଟେକୁଛନ୍ତି

Advertisment

ଆଉ ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରନ୍ତି ଶ୍ରଦ୍ଧାଳୁ। ହେଲେ ବର୍ଷ ବର୍ଷ ଧରି ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀମାନ ଅବହେଳିତ ଅବସ୍ଥାରେ ରହିଛି।

ଆଉ ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରନ୍ତି ଶ୍ରଦ୍ଧାଳୁ। ହେଲେ ବର୍ଷ ବର୍ଷ ଧରି ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀମାନ ଅବହେଳିତ ଅବସ୍ଥାରେ ରହିଛି।

gfgfhgfh654

ପୁରୁଣା ଭୁବନେଶ୍ୱର: ଆଉ ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରନ୍ତି ଶ୍ରଦ୍ଧାଳୁ। ହେଲେ ବର୍ଷ ବର୍ଷ ଧରି ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀମାନ ଅବହେଳିତ ଅବସ୍ଥାରେ ରହିଛି। ପ୍ରାୟ ସମସ୍ତ ପୁଷ୍କରିଣୀ ନିକଟସ୍ଥ ମନ୍ଦିରର ପୂଜାର୍ଚ୍ଚନା ସହ ଜଡ଼ିତ ଥିଲେ ମଧ୍ୟ ଗତ କିଛିବର୍ଷ ହେଲା ସେସବୁର ଅପରିଷ୍କାର ଜଳ ମନ୍ଦିରରେ ବ୍ୟବହାର ହେଉନାହିଁ। ଦେବୀ ପାଦହରା, ରାମେଶ୍ବର ପୁଷ୍କରିଣୀ, କୋଟି ତୀର୍ଥେଶ୍ବର ପୁଷ୍କରିଣୀ, ଚିନ୍ତାମଣିଶ୍ବର, ସୂକ୍ଷ୍ମେଶ୍ବର ପୁଷ୍କରିଣୀ, ଗୋସାଗରେଶ୍ବର ପୁଷ୍କରିଣୀ, ବ୍ରହ୍ମେଶ୍ବର ପୁଷ୍କରିଣୀ, ମେଘେଶ୍ବର ପୁଷ୍କରିଣୀ ଓ କେଦାର-ଗୌରୀ ପୁଷ୍କରିଣୀ ଭଳି ବହୁ ଐତିହ୍ୟ ପୁଷ୍କରିଣୀର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏମିତିକି କୋଟିକୋଟି ଟଙ୍କା ବ୍ୟୟରେ ବିନ୍ଦୁସାଗର ଓ କେଦାର-ଗୌରୀ ପୁଷ୍କରିଣୀର ପୁନରୁଦ୍ଧାର ସତ୍ତ୍ବେ ପର୍ଯ୍ୟଟକମାନେ ବୁଡ଼ ପକାଇବାକୁ ବିମୁଖ ହେଉଛନ୍ତି।

ପୁରୁଣା ଭୁବନେଶ୍ବରର କୀର୍ତ୍ତିରାଜି ସହ ଜଡ଼ିତ ଏହି ଐତିହ୍ୟ ପୁଷ୍କରିଣୀଗୁଡ଼ିକ ଉପରେ ରହିଛି ସୁନ୍ଦର କିଂବଦନ୍ତି। ମାତ୍ର  ଏହି ଐତିହ୍ୟ ପୁଷ୍କରିଣୀଗୁଡ଼ିକ ମଧ୍ୟରୁ କିଛି ପରିତ୍ୟକ୍ତ ଅବସ୍ଥାରେ ଥିଲା ବେଳେ ଆଉକିଛି ଜବରଦଖଲରେ ରହିଛି। ସେଥିମଧ୍ୟରୁ ଦେବୀ ପାଦହରା ପୁଷ୍କରିଣୀ ଅନ୍ୟତମ। ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ଥିବା ଏହି ପୁଷ୍କରିଣୀର ଜଳ ଏବେ ନୀଳ ହୋଇଗଲାଣି। ପୁଷ୍କରିଣୀର ଚାରିପଟେ ୧୦୮ଶିବଲିଙ୍ଗ ମନ୍ଦିର ରହିଛି। ଏଥିମଧ୍ୟରୁ ପ୍ରାୟ ୪୦ଟି ମନ୍ଦିରରେ ଶିବଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନାବସ୍ଥାରେ ରହିଛି। ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଏଏସ୍ଆଇ ଏବେ କାମ ଆରମ୍ଭ କରିଥିଲେ ହେଁ ଏହାର ଚାରିପଟେ ଥିବା ଭଗ୍ନ ମନ୍ଦିରର ଉନ୍ନତୀକରଣ ହେବ ନାହିଁ ବୋଲି ଏଏସ୍ଆଇ କହିଛି।

ସେହିପରି ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁସାଗରରେ ବୁଡ଼ ପକାଇବାକୁ ପର୍ଯ୍ୟଟକମାନେ ମନ କରୁନାହାନ୍ତି। ଦଳ ଭର୍ତ୍ତି ପାଣିକୁ ଦେଖି ପର୍ଯ୍ୟଟକମାନେ ନାକ ଟେକୁଛନ୍ତି। ଏବେ ଏଠାରେ ଚିଙ୍ଗୁଡ଼ିଆ ଦଳ ପ୍ରଚୁର ମାତ୍ରାରେ ଭର୍ତ୍ତି ହୋଇଗଲାଣି। ସେହିପରି ରାମେଶ୍ବର ପୁଷ୍କରିଣୀରେ ପଦ୍ମଦଳ ମାଡ଼ି ପାଣି ନୀଳ ପଡ଼ିଯାଇଛି। କେଦାର-ଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗଏ ଏଏସ୍ଆଇ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦ୍ବାରା ସଫା କରାଯାଇଛି। କିନ୍ତୁ ଏହାର ମୂଳ ସମସ୍ୟା କୁଣ୍ଡରେ ନେଳି ପାଣି ଭାସିବା ବନ୍ଦ ହୋଇନାହିଁ। ସମାନ ଅବସ୍ଥା କୋଟି ତୀର୍ଥେଶ୍ବର ପୁଷ୍କରିଣୀ, ସୂକ୍ଷ୍ମେଶ୍ବର ପୁଷ୍କରିଣୀ, ଚିନ୍ତାମଣିଶ୍ବର, ଗୋସାଗରେଶ୍ବର ପୁଷ୍କରିଣୀ, ବ୍ରହ୍ମେଶ୍ବର ପୁଷ୍କରିଣୀ, ମେଘେଶ୍ବର ପୁଷ୍କରିଣୀ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ପୁଷ୍କରିଣୀ ସଫା ହେଉନାହିଁ। ପାଣି ନିଷ୍କାସନ ବ୍ୟବସ୍ଥାରେ ସୁଧାର ଆସୁନଥିବାରୁ ସମସ୍ୟା ଆହୁରି ଜଟିଳ ହେଉଛି। ପାଣି ଅପରିଷ୍କାର ହେବାଯୋଗୁ ଶ୍ରଦ୍ଧାଳୁମାନେ ତୀର୍ଥପାଣିକୁ ସିଞ୍ଚନ କରିବାକୁ ବି ନାକ ଟେକୁଛନ୍ତି।

ଯେଉଁ ମନ୍ଦିରକୁ ପର୍ଯ୍ୟଟକ ଅଧିକ ଆସୁଛନ୍ତି ଏଏସ୍ଆଇ କେବଳ ସେହି ମନ୍ଦିର ବ୍ୟତୀତ ଅନ୍ୟ କିଛି କରୁନାହିଁ। ଏକାମ୍ର କ୍ଷେତ୍ରରେ ବହୁ ତୀର୍ଥ ପୁଷ୍କରିଣୀ ରହିଛି। ତୀର୍ଥଯାତ୍ରୀମାନେ ଏଠାରେ ସ୍ନାନ କରିବାକୁ ପୁଣ୍ୟ ବୋଲି ବିଚାର କରନ୍ତି। ବିଭିନ୍ନ ପର୍ବପର୍ବାଣୀରେ ସ୍ଥାନୀୟ ଲୋକ ମଧ୍ୟ ସ୍ନାନ କରନ୍ତି। ହେଲେ ଏହି ପାଣି ଏବେ ରୋଗବାହକ ହୋଇଛି।
- ସମାଜସେବୀ ସଙ୍ଗୀତା ପଟ୍ଟନାୟକ
ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ପ୍ରତିଦିନ ଏହି ପୁଷ୍କରିଣୀଗୁଡ଼ିକରେ ସ୍ନାନ କରନ୍ତି। ସ୍ଥାନୀୟ ଲୋକ କାର୍ତ୍ତିକ ମାସ ଓ କାର୍ତ୍ତିକ ପୂର୍ଣ୍ଣିମାରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରନ୍ତି, ହେଲେ ପାଣି ଅପରିଷ୍କାର ଯୋଗୁଁ ଏହାକୁ ବ୍ୟବହାର କରୁନାହାନ୍ତି।
-ପରିବେଶବିତ୍ ରବୀନ୍ଦ୍ର କୁମାର ରାଉତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe