ବାଲିପାଟଣା : ଆଜି ସନ୍ଧ୍ୟାରୁ ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ଗାଁ ମୁଣ୍ଡ ନୂଆଗାଡ଼ିଆରେ ଏକ ଅଜବ ଭଉଁରି ଦେଖିବାକୁ ମିଳିଛି। ଘଣ୍ଟାଘଣ୍ଟା ଧରି ଏହି ଭଉଁରି ଚାଲିଛି। ଏହି ପୋଖରୀରେ ପ୍ରାୟ ୨୦୦ଫୁଟ ବ୍ୟାସାର୍ଦ୍ଧରେ ଏହି ଭଉଁରି ସୃଷ୍ଟି ହୋଇଛି। ଭଉଁରି ଫଳରେ ପୋଖରୀ ପାଣିରେ ବି ସ୍ରୋତ ସୃଷ୍ଟି ହୋଇଛି। ପୋଖାରୀରେ ଦଳ ସହ ୨ଟି ବଡ଼ କାଠଗଣ୍ଡି ବି ଭଉଁରିରେ ଘୂରି ବୁଲୁଛି। ଏଭଳି ଏକ ଅଜବ କଥା ଦେଖିବା ପାଇଁ ପୋଖାରୀ କୂଳରେ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଉଁରିଟି ଘୂରି ବୁଲୁଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। କେଉଁ କାରଣ ପାଇଁ ଏଭଳି ହେଉଛି କେହି ବି ଜାଣି ପାରୁ ନାହାନ୍ତି। କେହିକେହି ଭୂମିକମ୍ପ କି ପାଣିରେ ସୁନାମି ବୋଲି ଆଲୋଚନା କରୁଛନ୍ତି। କିନ୍ତୁ ପାଖାପାଖି ଅନ୍ୟ ପୋଖରୀରେ ଏଭଳି ଭଉଁରି ଦେଖାଯାଉ ନଥିବାରୁ ଏଭଳି ଆଲୋଚନାକୁ ବହୁ ଲୋକ ଖଣ୍ଡନ କରିଛନ୍ତି। ସନ୍ଧ୍ୟାରୁ ୪ଘଣ୍ଟାରୁ ଅଧିକ ସମୟ ଧରି ଭଉଁରି ଚାଲିଲାଣି। ରାତି ଅନ୍ଧାର ହୋଇଥିବାରୁ ପୋଖରୀରେ ଏଭଳି ଅବସ୍ଥା ସଂପର୍କରେ ସଠିକ୍ ଆକଳନ କିଛି କରି ହଉନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us