ପାଣି ବିଲ୍‌: କାହାର ୧୮ ହଜାର, କାହାର ୧୦

Advertisment

ପର ଘରେ ମୂଲ ଲାଗିରେ ମାସିକ ୫ ହଜାର ଟଙ୍କା ବି ମିଳୁନି। ସ୍ବାମୀ ସ୍ତ୍ରୀ ମିଶି ଯେତିକି ରୋଜଗାର ହେଉଛି ସେଥିରେ କୁଟୁମ୍ବଙ୍କ ପେଟ ପୂରୁନି। ହେଲେ ପାଣି ବିଲ୍‌ ଆସିଛି ୧୮ହଜାର ୮୩ଟଙ୍କା।

ପର ଘରେ ମୂଲ ଲାଗିରେ ମାସିକ ୫ ହଜାର ଟଙ୍କା ବି ମିଳୁନି। ସ୍ବାମୀ ସ୍ତ୍ରୀ ମିଶି ଯେତିକି ରୋଜଗାର ହେଉଛି ସେଥିରେ କୁଟୁମ୍ବଙ୍କ ପେଟ ପୂରୁନି। ହେଲେ ପାଣି ବିଲ୍‌ ଆସିଛି ୧୮ହଜାର ୮୩ଟଙ୍କା।

dgdgcvcv

ଭୁବନେଶ୍ୱର: ପର ଘରେ ମୂଲ ଲାଗିରେ ମାସିକ ୫ ହଜାର ଟଙ୍କା ବି ମିଳୁନି। ସ୍ବାମୀ ସ୍ତ୍ରୀ ମିଶି ଯେତିକି ରୋଜଗାର ହେଉଛି ସେଥିରେ କୁଟୁମ୍ବଙ୍କ ପେଟ ପୂରୁନି। ହେଲେ ପାଣି ବିଲ୍‌ ଆସିଛି ୧୮ହଜାର ୮୩ଟଙ୍କା। ପୂର୍ବରୁ ଗୋଟିଏ ଜାଗାରୁ ଦିନକୁ ଦୁଇ ଥର ସମସ୍ତେ ପାଣି ଆଣୁଥିଲୁ। ହେଲେ ୨୪ ଘଣ୍ଟିଆ ପାଣି ମିଳିବ କହି ଘରକୁ ପାଇପ୍‌ ସଂଯୋଗ କରି ମିଟର୍‌ ଲଗେଇ ଦେଲେ। ମିଟର୍‌ ଲାଗିବା ପରେ ଥରୁଟିଏ କେହି ରିଡିଂ ନେଇ ବିଲ୍‌ ଦେଇନାହାନ୍ତି। ହେଲେ ବିଲ୍‌୧୮ ହଜାର ଟଙ୍କାରେ ପହଞ୍ଚିଲାଣି। ସବୁ ସମ୍ପତ୍ତି ବିକିଦେ‌ଲେ ବି ୧୮ ହଜାର ହବନି। ପାଣି ବିଲ୍‌ ପାଇଁ ପଇସା କୋଉଠୁ ଆଣିବୁ?  

ୟୁନିଟ୍‌-୩  କେଶରୀନଗର ବସ୍ତିର କେବଳ ରୀନା ପ୍ରଧାନ ନୁହନ୍ତି, ବରଂ ଏଭଳି ସମସ୍ୟା ଏକାଧିକ ବସ୍ତିବାସିନ୍ଦାଙ୍କର ରହିଛି। କନକ ସିଂହ ମାଝୀଙ୍କର ୧୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ବିଲ୍‌ ଆସିଥିଲା ବେଳେ ସୁନ୍ଦରୀ ସେଠୀଙ୍କର ୨୩୦୯ ଟଙ୍କା ବିଲ୍‌ ଆସିଛି। ସେହିଭଳି ଅନ୍ୟମାନଙ୍କର ମଧ୍ୟ ହଜାର ହଜାର ଟଙ୍କାର ବିଲ୍‌ ଆସିଛି। ଯେଉଁମାନଙ୍କର ବିଲ୍‌ ଆସିନି ସେମାନେ ଏବେ ଆଶଙ୍କାରେ ଅଛନ୍ତି, କେବେ ଆସିଯିବ। ରାଜଧାନୀର ୩୬ ନମ୍ୱର ଵାର୍ଡରେ ଥିବା ଏହି ବସ୍ତିରେ ପାଖାପାଖି ୩୦୦ ପରିବାରର ଦେଢ଼ ହଜାର ଲୋକ ବସବାସ କରୁଛନ୍ତି। ବସ୍ତିର ଅଧିକାଂଶ ଲୋକ ଘରୋଇ ସହାୟିକା, ଶ୍ରମିକ ଅଥବା ଛୋଟ ମୋଟ ବ୍ୟବସାୟ କରନ୍ତି।

ଏଭଳିସ୍ଥିତିରେ ବିଦ୍ୟୁତ୍‌ ବିଲ୍‌ ସହିତ ଏତେ ଟଙ୍କାର ପାଣି ବିଲ୍‌ ସେମାନଙ୍କୁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ବସ୍ତିବାସିନ୍ଦାଙ୍କ କହିବା ଅନୁଯାୟୀ ଯଦି ଆମେ କିସ୍ତିରେ ବି ଟଙ୍କା ଦେଉ ତାହା ବି ଆମକୁ ବାଧିବ। ପୁଣି ସ୍ପଳ୍ପ ଆୟ ଯେହେତୁ କେତେ ବ୍ୟବହାର କଲେ କେତେ କ’ଣ ଆସିବ ଜାଣି ନାହୁଁ। ତେଣୁ ପାଣି ବିଲ୍ ବିଷୟରେ ସରକାର ବିଚାର କରିବାକୁ ସେମାନେ ଅନୁରୋଧ କରିଛନ୍ତି। କେବଳ ଏହି ବସ୍ତି ନୁହେଁ, ବରଂ ସହରସାରା ଏଭଳି ସମସ୍ୟା ରହିଛି। କେଉଁଠାରେ ବି ମିଟର ରିଡିଂ ହେଉନାହିଁ। ବରଂ ଅଫିସରମାନେ ଘରେ ବସି ମନଇଚ୍ଛା ବିଲ୍‌ ପ୍ରସ୍ତୁତ କରୁଥିବାରୁ ଏଭଳି ସମସ୍ୟା ହୋଇଥିବା‌ ଅଭିଯୋଗ ହୋଇଛି। 

ଗତ ୨୦୧୯ ମସିହା ଡିସେମ୍ୱର ମାସରେ ସରକାର ଘରେ ଘରେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ବ୍ୟବସ୍ଥା କରାଇଥିଲେ। ପାଣିର ଉଚିତ ବିନିଯୋଗ ପାଇଁ ମିଟର ବସାଇଥିଲେ। ସେତେବେଳେ ଜଳସାଥୀମାନେ ଜଳକର ଆଦାୟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଜଳର ଗୁଣାବତ୍ତା ପରୀକ୍ଷା କରିବା, ଜଳଯୋଗାଣ ସଂସ୍ଥା ଓ ଉପଭୋକ୍ତାମାନଙ୍କ ମଧ୍ୟରେ ଜଳସାଥୀମାନେ ସେତୁ ଭଳି କାମ କରିବେ ବୋଲି କୁହାଯାଇଥିଲା। ହେଲେ ଯୋଜନା ମୁତାବକ ଅଧିକାଂଶ ସ୍ଥାନରେ ଏହି ନିୟମ ଲାଗୁ ହେଲାନାହିଁ। ଫଳସ୍ୱରୂପ ରାଜଧାନୀର ଅଧିକାଂଶ ସ୍ଥାନରେ ମିଟର୍‌ ରିଡିଂ ନିଆଯାଉନାହିଁ। ଏନେଇ କର୍ପୋରେଟର ଅଲିଅଳି ମଲ୍ଲିକଙ୍କ କହିବା ଅନୁଯାୟୀ ବସ୍ତିର ଲୋକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ବିଲ୍‌ ଛାଡ଼ କରାଯିବା ଉଚିତ। ଏଥିସହିତ ବସ୍ତିର ପାଣି ସମସ୍ୟା ବିଷୟରେ ସେ କନିଷ୍ଠ ଯନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପାଣି ମିଟର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଵାଟ୍‌କୋ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe