ଓଡ଼ିଶା ଜଳ ନିଗମ ପକ୍ଷରୁ ଜଳ ଦିବସ

Advertisment
ଓଡ଼ିଶା ଜଳ ନିଗମ ପକ୍ଷରୁ ଜଳ ଦିବସ

representational immage - watcoodisha.in

ଭୁବନେଶ୍ବର: ବିଶ୍ୱ ଜଳ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଓଡ଼ିଶା ଜଳ ନିଗମ ପକ୍ଷରୁ ଜଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ୍ ଯୋଗ ଦେଇ କୋଟି କୋଟି ଜନସାଧାରଣଙ୍କ ନିମନ୍ତେ ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା କେନ୍ଦ୍ର, ଚାଷ ଜମି ଏବଂ କାରଖାନା ଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ଜଳ ଏବଂ ଶୌଚାଳୟ ନାହିଁ ବୋଲି କହିଥିଲେ।‌ ସମ୍ମାନିତ ଅତିଥି ଭାବେ ଭାରତସ୍ଥିତ ଇସ୍ରାଏଲ୍‌ ଦୂତାବାସର ୱାଟର ଆଟାଚେ ଡ. ଲିଅର ଆସାଫ ଚଳିତ ବର୍ଷ ଜଳି ଦିବସର ବିଷୟ ‘ପରିବର୍ତନକୁ ତ୍ବରାନ୍ବିତ କରିବା’ ଉପରେ ଗୁରୁତ୍ବାରୋପ କରି ବିଶ୍ବ ଜଳ ସଙ୍କଟ ଦୂର କରିବା ପାଇଁ ନିର୍ଣ୍ଣୟକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ମତ ଦେଇଥିଲେ।

ଓଡ଼ିଶାର ପ୍ରତ୍ୟେକ ସହରାଞ୍ଚଳକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନା ଅନେକ ଦେଶ ତୁଳନାରେ ଅଗ୍ରଣୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୱାଟ୍‌କୋ ସହିତ କାମ କରୁଥିବା ଜଳସାଥୀ ଏବଂ ତୃତୀୟ ଲିଙ୍ଗୀ ସଦସ୍ୟମାନେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଆଧାରିତ ଓଡ଼ିଶାର ସହରୀ ଜଳ ଯୋଗାଣ ଯାତ୍ରାରେ ହୋଇଥିବା ପରିବର୍ତନକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ଏହି ଅବସରରେ ୱାଟକୋର ସିଇଓ ପ୍ରଦୀପ୍ତ କୁମାର ସ୍ବାଇଁ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ପିଏଚ୍ଇଓ ଇଆଇସି ଆର୍.ଏନ୍.ମଲ୍ଲିକ, ଚିନ୍ମୟ ତ୍ରିପାଠୀଙ୍କ ସହ ଅନ୍ୟ ଜଳସାଥୀ, ତୃତୀୟଲିଙ୍ଗୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe