ପୌଷ ପୂର୍ଣ୍ଣମୀରେ ଶ୍ରୀଲିଙ୍ଗରାଜଙ୍କ ଜଳାଭିଷେକ

Advertisment
ପୌଷ ପୂର୍ଣ୍ଣମୀରେ ଶ୍ରୀଲିଙ୍ଗରାଜଙ୍କ ଜଳାଭିଷେକ

ପୁରୁଣା ଭୁବନେଶ୍ୱର: ପବିତ୍ର ପୌଷ ପୂର୍ଣ୍ଣମୀରେ ଆଜି ଶ୍ରୀଲିଙ୍ଗରାଜଙ୍କୁ ପବିତ୍ର ତୀର୍ଥ ଜଳରେ ଅଭିଷେକ କରାଯାଇଥିଲା। ଅଭିଷେକ ପାଇଁ ବଡ଼ୁ ସେବାୟତଙ୍କ ଦ୍ଵାରା ୧୦୮ କଳସ ପାଣି ବିନ୍ଦୁସାଗରରୁ ଅଣା ଯାଇଥିଲା। ପୌଷ ପୂର୍ଣ୍ଣିିମାରେ ମନ୍ଦିରରେ ପରମ୍ପରା ଅନୁଯାୟୀ ଏହି ନୀତି କରାଯାଇଥିଲା। ସକାଳ ଧୂପ ପରେ ବଡ଼ୁ ସେବାୟତମାନେ ୧୦୮କଳସରେ ତୀର୍ଥ ଜଳ ଆଣି ରଖିଥିଲେ। ପାଣିକୁ ବେହରଣ ମଣ୍ଡପରେ ରଖିବା ପରେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ମହାସ୍ନାନ, ଅଧିବାସ ପୂଜା କରାଯିବା ପରେ ପୂଜାପଣ୍ଡା ଗୋଟିଏ କଳସ ପାଣି ଲାଗି କରିଥିଲେ। ଏହା ପରେ ଶ୍ରୀଜିଉଙ୍କୁ ବଡ଼ୁ ସେବାୟତମାନେ ୧୦୮କଳସ ତୀର୍ଥ ଜଳ ଲାଗି କରିଥିଲେ। ଯାତ୍ରା ପୂଜା ଓ ବେହରଣ ମଣ୍ଡପ ପୂଜା ପରେ ଦ୍ଵିପ୍ରହର ଧୂପ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe