ବସନ୍ତମାଳ ହାଟରେ ଆଣ୍ଠୁଏ ପାଣି

ଛଅ ପଞ୍ଚାୟତ ଲୋକ ଭୋଗିଲେ ଦୁର୍ଦ୍ଦଶା

ବସନ୍ତମାଳ ହାଟରେ ଆଣ୍ଠୁଏ ପାଣି

ବାଲିପାଟଣା: ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତର ଏକ ବଡ଼ ହାଟ ଭାବେ ପରିଚିତ ବସନ୍ତମାଳ ହାଟରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିଛି। ଫଳରେ ଆଜି ହାଟ ଦିନରେ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି। ହାଟରେ ବେପାର ଘୋର ପ୍ରଭାବିତ ହୋଇଥିବା ବେଳେ ହାଟକୁ ଆସିଥିବା ଲୋକମାନେ ପନିପରିବା ଓ ଅନ୍ୟ ଜିନିଷ ପାଇବାରେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ପ୍ରତ୍ୟେକ ବୁଧବାର ଓ ରବିବାର ଦିନ ହାଟ ଉପରେ ବାଲିପାଟଣା ବ୍ଲକର କୁରୁଞ୍ଜିପୁର, ଗୁଆପୁର, ତୁରନ୍ତିରା, ମାର୍ଥାପୁର ଓ ନିମାପଡ଼ା ବ୍ଲକର ଚଅଁରପଦା, ଶଗଡ଼ା ଆଦି ଛଅଟି ପଞ୍ଚାୟତର ଶହଶହ ଲୋକ ନିର୍ଭର କରନ୍ତି। ପ୍ରବଳ ବର୍ଷା ପରେ ହାଟ ଭିତରୁ ପାଣି ଖସୁ ନଥିବାରୁ ବିଶେଷ ଭାବେ ପରିବା ଓ ପାନ ହାଟରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମା ହୋଇ ରହିଛି। ଆଜି ପରିବା ଚାଷୀ ଓ ବ୍ୟବସାୟୀମାନେ ବାଧ୍ୟ ହୋଇ ପାଖ ରାସ୍ତା କଡ଼ ଓ ଉଚ୍ଚ ସ୍ଥାନରେ ବସି ନିଜର ବେପାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe