ଅସରାଏ ବର୍ଷାରେ ଜଳମଗ୍ନ ଶ୍ରୀବିହାର: ଦମକଳ ଲଗାଇ ବାହାର କରୁଛନ୍ତି ପାଣି

Advertisment

୪୯ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ରୀବିହାର ରାସ୍ତାରେ ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚାରେ ପାଣି ଜମୁଛି। ଫଳରେ ଅଞ୍ଚଳବାସୀ ଚଳପ୍ରଚଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

୪୯ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ରୀବିହାର ରାସ୍ତାରେ ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚାରେ ପାଣି ଜମୁଛି। ଫଳରେ ଅଞ୍ଚଳବାସୀ ଚଳପ୍ରଚଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

fhkfhhfhkkhkhf

ଭୁବନେଶ୍ୱର: ୪୯ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ରୀବିହାର ରାସ୍ତାରେ ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚାରେ ପାଣି ଜମୁଛି। ଫଳରେ ଅଞ୍ଚଳବାସୀ ଚଳପ୍ରଚଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଇ ଦିନ ତଳେ ଲଗାଣ ବର୍ଷା ଯୋଗୁ ଏହି ରାସ୍ତା ଉପରେ ପାଣି ଜମି ରହିଥିଲା ବେଳେ ଅଞ୍ଚଳବାସୀ ଅତିଷ୍ଠ ହୋଇ ତମାଣ୍ଡୋ‌ ଦମକଳବାହିନୀକୁ ଖବର ଦେଇଥିଲେ। ପ୍ରାୟ ୪ଘଣ୍ଟାର ପରିଶ୍ରମ ପରେ ମୋଟର ଲଗାଇ ଦମକଳବାହିନୀ ଏହି ରାସ୍ତାରୁ ପାଣି ନିଷ୍କାସନ କରିଥିଲା। ତେବେ ଆଜି ଅପରାହ୍ଣରେ ପୁଣି ବର୍ଷା ହେବାରୁ ଘର ସମ୍ମୁଖରେ ପାଣି ଲହଡ଼ି ମାରୁଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ମୁତାବକ, ଶ୍ରୀବିହାରରେ ପ୍ରାୟ ୧୫ ପରିବାର ବାସ କରୁଛନ୍ତି। ଏହି ରାସ୍ତାର ଉଭୟ ପଟ ଉଚ୍ଚା ଥିବା ବେଳେ ମଝି ସ୍ଥାନଟି ନିଚ୍ଚା ରହିଛି। ଏଠାରେ ଡ୍ରେନ୍‌ ନଥିବାରୁ ଅସରାଏ ବର୍ଷ‌ା ହେଲେ ପାଣି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜମିରହୁଛି। ଏହା ଏକ ଗଳି ପାଖରେ ହୋଇଥିବାରୁ ଗାଡ଼ି ଚଲାଇଲା ବେଳେ ଚାଳକଙ୍କୁ ଅସୁବିଧା ହେଉଛି। ସେହିପରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ଓ ଶିଶୁ ରହିଥିବାରୁ ଯାତାୟାତ ବେଳେ ନାନା ହଇରାଣ ହରକତ ହେଉଛନ୍ତି। ଦିନଦିନ ଧରି ପାଣି ଜମିବା ଫଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏ ନେଇ ସ୍ଥାନୀୟ କର୍ପୋରେଟର୍‌ଙ୍କ ସମେତ ବିଏମ୍‌ସିର ଦୃଷ୍ଟି ଆକର୍ଷଣ କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରାନଗଲେ ସ୍ଥାନୀୟ ବାସିନ୍ଦା ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe