ମୁକୁଳା ଗଣ୍ଡରେ ଅମାନିଆଙ୍କ ଜଳକ୍ରୀଡ଼ା: ୩ ମାସରେ ଗଲାଣି ୬ ମୁଣ୍ଡ, କୁଆଡ଼େ ଗଲା ସତର୍କ ଫଳକ?

Advertisment
ମୁକୁଳା ଗଣ୍ଡରେ ଅମାନିଆଙ୍କ ଜଳକ୍ରୀଡ଼ା: ୩ ମାସରେ ଗଲାଣି ୬ ମୁଣ୍ଡ, କୁଆଡ଼େ ଗଲା ସତର୍କ ଫଳକ?

ଚନ୍ଦ୍ରଶେଖରପୁର: ମୁକୁଳା ନଦୀ ଗଣ୍ଡରେ ଅମାନିଆଙ୍କ ଜଳକ୍ରୀଡ଼ା ଯୋଗୁଁ ଅକାଳରେ ଜୀବନ ଚାଲି ଯାଉଛି। କିନ୍ତୁ ମାତ୍ର ଥରକ ପାଇଁ ସତର୍କ ଫଳକ ଲଗାଇ କମିସନରେଟ୍‌ ପୁଲିସ ଏହ‌ି ଯୋଜନାକୁ ଭୁଲି ଯାଇଥିବା ଅଭିଯୋଗ ହୋଇଛି। ଗତ ୩ ମାସ ଭିତରେ କୁଆଖାଇ ଓ ଦୟା ନଦୀ ଗଣ୍ଡରେ ୬ ଜଣ ପ୍ରାଣ ହରାଇବା ପ‌ରେ ବି ପୁଲିସ ଚେତିନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୁଆଖାଇ ନଦୀ, ପୁରୀ କେନାଲ, ଦୟା ନଦୀ, ପଥରଖଣି ଝର ପଠାରେ ଅମାନିଆ ଭାବେ ଗଣ୍ଡରେ ଯୁବକମାନେ ଗାଧୋଉଛନ୍ତି। ଗଣ୍ଡ ବା ଚୋରା ବାଲି ଥିବା ସ୍ଥାନ ଜାଣିନପାରି ଯୁବକଙ୍କ ସଲିଳ ସମାଧି ନେଉଛନ୍ତି।

ଗତ ଦୁଇ ଦିନ ପୂର୍ବେ ଅମନ ଭୋଇ ନାମକ ଜଣେ ଯୁବକ ପୁରୀ କେନାଲ ଗଣ୍ଡରେ ଫସି ପ୍ରାଣ ହରାଇଥିଲେ। ମାତ୍ର ଘଟଣାଟି‌ ଲୋକଲୋଚନକୁ ନଆସିବା ପାଇଁ ମୃତ ଯୁବକଙ୍କ ପରିବାରକୁ ମୃତଦେହକୁ ସିଧାସଳଖ ହସ୍ତାନ୍ତର କରାଯାଇଥିଲା। ତଥ୍ୟ ଅନୁଯାୟୀ ଗତ ତିନି ମାସ ମଧ୍ୟରେ ବ୍ର‌ହ୍ମେଶ୍ବରପାଟଣାର ବିଶ୍ବରଂଜନ ସ୍ବାଇଁ, ବୁଦ୍ଧେଶ୍ବରୀ କଲୋନିର ‌ମହେଶ୍ବର ପୃଷ୍ଟି, ପୁରୁଣା ଭୁବନେଶ୍ବରର ନିଖିଳ ଜେନା, ଗାଡ଼କଣର ଅଶ୍ବିନୀ ସାହୁ, କଳାରାହାଙ୍ଗର ଦେବବ୍ରତ ପ୍ରଧାନ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ତତ୍କାଳୀନ ପୁଲିସ କମିସନର ଆର.ପି ଶର୍ମା ବିପଦପୂର୍ଣ୍ଣ ତୁଠରେ ସତର୍କ ଫଳକ ଲଗାଇଥିଲେ ଓ ସେତେବେଳେ ଉକ୍ତ ସ୍ଥାନଗୁଡ଼ିକରେ ପୁଲିସ ପାଟ୍ରୋଲିଂ ଚାଲିଥିଲା। କିନ୍ତୁ ତାଙ୍କ ପରେ ଏହି ଯୋଜନା ବନ୍ଦ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe