ବାଲିପାଟଣା : ବାତ୍ୟା ଫନିକୁ ୯ମାସ ପୂରିଲା, ଏବେ ବି ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ

ବାଲିପାଟଣା : ବାତ୍ୟା ଫନିକୁ ୯ମାସ ପୂରିଲା, ଏବେ ବି ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ

ବାଲିପାଟଣା: ୨୦୧୯ ମେ’ ମାସ ୩ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫନିକୁ ୧୦ ମାସ ପୂରିଲାଣି। କିନ୍ତୁ ବାଲିପାଟଣା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ବାରା ଗିରିଙ୍ଗୋ ମାହାନ୍ତି ସାହିରେ ବସା ଯାଇଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଏବେ ବି ଅଚଳ ହୋଇ ପଡ଼ିରହିଛି। ଫଳରେ ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି।

ଗିରିଙ୍ଗୋ ମହାନ୍ତି ସାହିରେ ସରକାରଙ୍କ ଦ୍ବାରା ବସାଯାଇଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଟାଙ୍କିର କ୍ଷମତା ଥିଲା ୮ରୁ ୧୦ହଜାର ଲିଟର। ଏହି ପାଣି ଗ୍ରାମବାସୀଙ୍କ ଦୈନନ୍ଦିନ କାର୍ଯ୍ୟରେ ଲାଗୁଥିଲା। କିନ୍ତୁ ବାତ୍ୟା ଫନିର ତାଣ୍ତବରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସରକାରୀ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗକୁ ଗ୍ରୀଷ୍ମଋତୁ ଆସୁଛି। ଏବେଠାରୁ ନଈ, ନାଳ, ପୋଖରୀ ଶୁଖିଲା ପଡ଼ିଲାଣି। ଅନ୍ୟପକ୍ଷରେ ଖରା ଦିନେ ନଳକୂପର ଜଳସ୍ତର ମଧ୍ୟ ହ୍ରାସ ପାଇଥାଏ। ତେଣୁ ତୁରନ୍ତ ପ୍ରକଳ୍ପର ମରାମତି କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe