ଆମେ ନେତୃତ୍ବ ସଙ୍କଟକୁ ଆମନ୍ତ୍ରଣ କରୁଛୁ: ସୌମ୍ୟରଂଜନ

Advertisment

ପିଲା ଯୋଗ୍ୟ ହୋଇଗଲେ ରାଜ୍ୟ ବାହାରକୁ; ଏମିତିକି ବିଦେଶକୁ ଚାଲି ଯାଉଛନ୍ତି। ପିଲା ବିଦେଶ ଚାଲିଗଲେ ବାପା-ମା’ ତାହାକୁ ନିଜର ସଫଳତା ବୋଲି ଭାବୁଛନ୍ତି। କିନ୍ତୁ ଏଥିରେ ‌‌‌ଯୌଥ ପରିବାର ଭୁଶୁଡ଼ିବା ସହିତ ରାଜ୍ୟରେ ସଫଳ ନେତୃତ୍ବ ବି ସୃଷ୍ଟି ହୋଇପାରୁ ନାହାନ୍ତି।

ପିଲା ଯୋଗ୍ୟ ହୋଇଗଲେ ରାଜ୍ୟ ବାହାରକୁ; ଏମିତିକି ବିଦେଶକୁ ଚାଲି ଯାଉଛନ୍ତି। ପିଲା ବିଦେଶ ଚାଲିଗଲେ ବାପା-ମା’ ତାହାକୁ ନିଜର ସଫଳତା ବୋଲି ଭାବୁଛନ୍ତି। କିନ୍ତୁ ଏଥିରେ ‌‌‌ଯୌଥ ପରିବାର ଭୁଶୁଡ଼ିବା ସହିତ ରାଜ୍ୟରେ ସଫଳ ନେତୃତ୍ବ ବି ସୃଷ୍ଟି ହୋଇପାରୁ ନାହାନ୍ତି।

jggjddjggjd

କଟକ: ପିଲା ଯୋଗ୍ୟ ହୋଇଗଲେ ରାଜ୍ୟ ବାହାରକୁ; ଏମିତିକି ବିଦେଶକୁ ଚାଲି ଯାଉଛନ୍ତି। ପିଲା ବିଦେଶ ଚାଲିଗଲେ ବାପା-ମା’ ତାହାକୁ ନିଜର ସଫଳତା ବୋଲି ଭାବୁଛନ୍ତି। କିନ୍ତୁ ଏଥିରେ ‌‌‌ଯୌଥ ପରିବାର ଭୁଶୁଡ଼ିବା ସହିତ ରାଜ୍ୟରେ ସଫଳ ନେତୃତ୍ବ ବି ସୃଷ୍ଟି ହୋଇପାରୁ ନାହାନ୍ତି। ଶ୍ରୀରାମଚନ୍ଦ୍ର ଭବନରେ ପ୍ରଫେସର ଡାକ୍ତର ସୁଦର୍ଶନ ପଟ୍ଟନାୟକଙ୍କ ୮୬ତମ ଜନ୍ମୋତ୍ସବ ପାଳନ ଓ ତାଙ୍କ ଲିଖିତ ଉପନ୍ୟାସ ‘ଭାଇ’ ଓ ପ୍ରବନ୍ଧ ‘ଜୀବନ ଉନ୍ମେଷ’ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଡିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏବେ ଅଯୋଗ୍ୟଙ୍କ ହାତରେ ଶାସନ, ସାହିତ୍ୟ, ସମାଜ ଓ ରାଜନୀତି ରହିବା ଫଳରେ ବ୍ୟବସ୍ଥାରେ ବ୍ୟତିକ୍ରମ ଦେଖାଯାଉଛି। ସ୍କୁଲରେ ଶିକ୍ଷକ ନଥିବା ବେଳେ ଆମେ ଗୁଣାତ୍ମକ ଶିକ୍ଷା ଚାହୁଛୁ। ବର୍ତ୍ତମାନ ପରିସ୍ଥିତିରେ କ୍ରୀତଦାସ ଭଳି ଏମିତି କିଛି ଲୋକଙ୍କ ଉପରେ ନେତୃତ୍ବ ଅର୍ପଣ କରି ଦିଆଯାଉଛି, ଯାହାଙ୍କର ନେତୃତ୍ବ ନେବାର ଦକ୍ଷତା ଅଛି ନା ଓଡ଼ିଆ ଭାଷା ଜାଣିଛନ୍ତି କିମ୍ବା ତାଙ୍କ ଭିତରେ ଓଡ଼ିଶାକୁ ଭଲପାଇବା ଅଛି। ଏହାଦ୍ବାରା  ଆମେ ରାଜ୍ୟରେ ନେତୃତ୍ବ ସଂକଟକୁ ଆମନ୍ତ୍ରଣ କରିଆଣୁଛୁ। କିନ୍ତୁ ଏବେ ବି ସମୟ ଅଛି, ଆମେ ସଚେତନ ହେଲେ ଏଭଳି ଦୁଃସ୍ଥିତିରୁ ମୁକୁଳି ପାରିବା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୁଦର୍ଶନ ପଟ୍ଟନାୟକଙ୍କ ୮୬ତମ ଜନ୍ମୋତ୍ସବ ଓ ପୁସ୍ତକ ଲୋକାର୍ପଣ ଉତ୍ସବ

ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ମହେଶ୍ବର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ଡାକ୍ତର ପଟ୍ଟନାୟକଙ୍କ ସାହିତ୍ୟ କୃତୀ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ସବରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପ୍ରଫେସର ବବ୍ରୁବାହନ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ବନଜ କୁମାର ବିଶ୍ବାଳ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ଡକ୍ଟର ଚିତ୍ତରଂଜନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଆକାଶବାଣୀ କଟକ କେନ୍ଦ୍ରର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଆଞ୍ଜେଲା ମିଶ୍ର ଡା. ପଟ୍ଟନାୟକଙ୍କ ରଚିତ ସଂଗୀତ ଗାନ କରିଥିଲେ। ପ୍ରାରମ୍ଭରେ ପ୍ରଫୁଲ୍ଲ କୁମାର ନାହାକ ଓ ସାଥୀ ଦାସକାଠିଆ ପରିବେଷଣ କରିଥିଲେ। ପ୍ରଫେସର ପଟ୍ଟନାୟକଙ୍କ ଲିଖିତ ପୁସ୍ତକର ପ୍ରକାଶକ ବିଜୟିନୀ ପବ୍ଲିକେସନ୍‌ର ସଂଚାଳକ କଥାକାର ଦିଲୀପ କୁମାର ବେଉରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe