ବାଣୀବିହାର ଫାର୍ମାସେଟିକାଲ୍‌ ସାଇନ୍ସ ବିଭାଗ େଓ୍ଵବସାଇଟ୍‌ ହ୍ୟାକ୍‌

ବାଣୀବିହାର ଫାର୍ମାସେଟିକାଲ୍‌ ସାଇନ୍ସ ବିଭାଗ େଓ୍ଵବସାଇଟ୍‌ ହ୍ୟାକ୍‌

ଭୁବନେଶ୍ୱର: ଉତ୍କଳ ବିଶ୍ୱବିିଦ୍ୟାଳୟ ଅଧୀନ ଫାର୍ମାସେଟିକାଲ୍‌ ସାଇନ୍ସ ବିଭାଗର େଓ୍ଵବସାଇଟ୍‌ ଆଜି ହ୍ୟାକ୍‌ ହୋଇଛି। ସକାଳେ କେହି ଦୁର୍ବୃତ୍ତ ନିଜକୁ ‘NT.BlackHat’ ବୋଲି ପରିଚୟ ଦେଇ େଓ୍ଵବସାଇଟ୍‌କୁ ହ୍ୟାକ୍‌ କରିଛି। ବିଭାଗର େଓ୍ଵବସାଇଟ୍‌ ହ୍ୟାକ୍‌ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ େଓ୍ଵବସାଇଟ୍‌ ସୁରକ୍ଷିତ ଥିବା ନେଇ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଗତକାଲି ସମସ୍ତେ ସ୍ୱାଧୀନତା ଦିବସ ପାଳନରେ ବ୍ୟସ୍ତ ଥିବା ବେଳେ ରାଜ୍ୟ ସରକାରଙ୍କ କେତେକ ବିଭାଗର େଓ୍ଵବସାଇଟ୍‌ ହ୍ୟାକ୍‌ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହ୍ୟାକର ଜଣକ ନିଜକୁ ପାକିସ୍ତାନୀ ବୋଲି ଦର୍ଶାଇ ୪ଟି ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାର େଓ୍ଵବସାଇଟ୍‌କୁ ୩ ଘଣ୍ଟା ପର୍ଯ୍ୟନ୍ତ ହ୍ୟାକ୍‌ କରି ରଖିଥିଲେ। ତେବେ ଏଭଳି ହ୍ୟାକ୍‌କୁ ସରକାରୀ ଅଧିକାରୀମାନେ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe