କାଲିଠାରୁ ସପ୍ତାହାନ୍ତ ସଟଡାଉନ୍, ସମ୍ପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର

ଆଜି ‘ଭାରତ ବନ୍ଦ’

www.jagran.com

କମିସନରେଟ ପୁଲିସର ପ୍ରସ୍ତୁତି
ବ୍ୟବସାୟୀ ସଂଘ ସହ ବୈଠକ
କେବଳ ଜରୁରି ସେବାକୁ ଅନୁମତି
ଆହୁରି ୨୦ ଚେକ୍‌ପୋଷ୍ଟ ହେବ
ମୁତୟନ ହେବେ ୧୦ ପ୍ଲାଟୁନ୍ ଫୋର୍ସ, ୩୦ ଅଫିସର

ଭୁବନେଶ୍ବର : ରାତି ପାହିଲେ ରାଜଧାନୀରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଟ୍ରାଫିକ ଥାନାରେ ବ୍ୟବସାୟୀ ସଂଘ ସହ ପୁଲିସର ବୈଠକ ବସିଛି। ସଟ୍‌ଡାଉନ୍‌ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉ କେହି ଘରୁ ବାହାରି ପାରିବେ ନାହିଁ। ମେଡିକାଲ୍, ବିଦ୍ୟୁତ, ଜଳ ଯୋଗାଣ, କନଷ୍ଟ୍ରକସନ୍ କାମ ଭଳି ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ। ଯଦି କେହି ବିନା କାମରେ ଘରୁ ବାହାରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସଟ୍‌ଡାଉନ୍ ସମୟରେ ଯେମିତି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ସୃଷ୍ଟି ନ ହୁଏ ତାହା ଉପରେ ଆଲୋଚନା ହୋଇଛି। କେବଳ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ। ଅନ୍ୟ ରାଜ୍ୟରୁ ପରିବା, ତେଜରାତି ସାମଗ୍ରୀ ନେଇ ଆସୁଥିବା ଟ୍ରକରୁ ଯେମିତି ମାଲ୍‌ ଅନ୍‌ଲୋଡ୍ ହୋଇ ପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଆଜି ଡିସିପି ଉମାଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବ୍ୟବସାୟୀ ମହାସଂଘ, ଉତ୍କଳ ପେଟ୍ରୋଲିଅମ୍ ଡିଲର୍ସ ସଂଘ, କଞ୍ଚା ପରିବା ବ୍ୟବସାୟୀ ମହାସଂଘ, ଉଠାଦୋକାନୀ ମହାସଂଘର କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ ନାଇଟ୍ କର୍ଫ୍ୟୁ ପାଇଁ ଏବେ ମୁଖ୍ୟ ରାସ୍ତାର ୨୫ଟି ଜାଗାରେ ପୁଲିସ ଚେକ୍ ପୋଷ୍ଟ ରହିଛି। ସଟ୍‌ଡାଉନ୍ ସମୟରେ ଆହୁରି ୨୦ଟି ଚେକ୍ ପୋଷ୍ଟ ବଢ଼ାଇବାକୁ ଯୋଜନା ହୋଇଛି। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଚେକ୍ ପୋଷ୍ଟ ତିଆରି କରାଯିବ। ସେହି ପୋଷ୍ଟ ଗୁଡ଼ିକରେ ପ୍ରାୟ ୧୦ ପ୍ଲାଟୁନ୍ ଫୋର୍ସ ଓ ପ୍ରାୟ ୩୦ରୁ ଅଧିକ ଅଫିସର ନିୟୋଜିତ ରହିବେ। ସବୁ ଥାନା ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ ପକ୍ଷରୁ ବୈଠକ ବସିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe