ରାଜଧାନୀ ରାଜରାସ୍ତାରେ ପୁଣି ରାଜୁତି କଲା ନିରବତା

ରାଜଧାନୀ ରାଜରାସ୍ତାରେ ପୁଣି ରାଜୁତି କଲା ନିରବତା

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ପୁଣି ଦିନତମାମ୍ ରାଜୁତି କଲା ନିରବତା। ପୁଲିସ ଭ୍ୟାନ୍, ଆମ୍ବୁଲାନ୍ସ, କାଁ ଭାଁ ଗାଡ଼ିମଟରକୁ ଛାଡ଼ିଦେଲେ ସବୁଆଡ଼େ ଥିଲା ଶୂନଶାନ୍। ଲାଗୁଥିଲା ସତେ ଯେମିତି ସହରଟା ପୂରା ଖାଲି ହୋଇଯାଇଛି। କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ସପ୍ତାହାନ୍ତ ସଟ୍‌ଡାଉନ୍‌ର ଦ୍ୱିତୀୟ ଶନିବାରର ଚିତ୍ର ଥିଲା ଏମିତି।

publive-image

ଅମାନିଆଙ୍କୁ ରୋକିବା ଲାଗି ସବୁ ପ୍ରମୁଖ ଛକ ସହ ବିଭିନ୍ନ ସ୍ଥାନରେ ଲାଗିଥିଲା ପୁଲିସ ଚେକ୍‌ ପୋଷ୍ଟ। ପୁଲିସ କମିସନର, ଡିସିପିଙ୍କ ସମେତ ସବୁ ବରିଷ୍ଠ ପୁଲିସ ଅଧିକାରୀମାନେ ଛକଛକ ବୁଲି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିଲେ। ଯାଞ୍ଚ କଡ଼ାକଡ଼ି କରିବାକୁ ମୁତୟନ ହୋଇଥିଲେ ୨୦ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର। କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। କେବଳ ପ୍ରାତଃଭ୍ରମଣ ପାଇଁ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ସଟ୍‌ଡାଉନ୍‌ କୋହଳ କରାଯାଇଥିଲା।

publive-image

ସଟ୍‌ଡାଉନ୍‌ ସମୟରେ ଅମାନିଆ ଭାବେ ଯେଉଁମାନେ କୋଭିଡ ନିୟମ ଉଲ୍ଲଂଘନ କରୁଥିଲେ ସେମାନଙ୍କୁ ପୁୁଲିସ ଅଟକ ରଖି ତାଗିଦ୍‌ କରିବା ସହ ଜରିମାନ ଆଦାୟ କରୁଥିବାର ଦେଖାଯାଇଥିଲା। ଏହି ସଟ୍‌ଡାଉନ କଟକଣା ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe