ପୁରୁଣା ଭୁବନେଶ୍ୱରରେ ଅହିଂସା ରଥକୁ ସ୍ୱାଗତ

Advertisment
ପୁରୁଣା ଭୁବନେଶ୍ୱରରେ ଅହିଂସା ରଥକୁ ସ୍ୱାଗତ

ଭୁବନେଶ୍ୱର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅହିଂସା ରଥ ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ବସଷ୍ଟାଣ୍ଡ୍ ଓ ରଥଗଡ଼ା ଛକ ନିକଟକୁ ଆସିଥିଲା। ଏହି ରଥକୁ ଏକାମ୍ରବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ପର୍କରେ ଫିଲ୍ମ ପ୍ରଦର୍ଶିତ କରାଯାଇଥିଲା। ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ବରିଷ୍ଟ ସାମ୍ବାଦିକ ସନତ ମିଶ୍ର, ଜିଲ୍ଲା ସୂଚନା ବିଭାଗ ଅଧିକାରୀ ପଠାଣୀ ରାଉତ, ଗୌରଚନ୍ଦ୍ର ମହାପାତ୍ର, ସଚିନ ରଥ, ବିକାଶ ଚନ୍ଦ୍ର ବେହେରା, ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ବହୁ ମୁରବି ସାମିଲ ହୋଇଥିଲେ।

ସେହିପରି ଅହିଂସା ରଥକୁ ବିଏମ୍‌ସି ୱାର୍ଡ ନଂ ୪୭ରେ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ଝୋଟି ଓ ମୁରୁଜ ପକାଯାଇ ରଥକୁ ସ୍ବାଗତ କରାଯାଇଥିଲା। ରଥ ସମ୍ମୁଖରେ ୫୦ରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ପାରମ୍ପରିକ ନୃତ୍ୟ କରିଥିଲେ। ସମାରୋହରେ ସ୍ଥାନୀୟ କର୍ପୋରେଟର ସମିତା ମହାନ୍ତିଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe