ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସ୍ବାଗତ

Advertisment
ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସ୍ବାଗତ

ଭୁବନେଶ୍ବର: ଏମ୍ସର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍‌ ଆଶୁତୋଷ ବିଶ୍ବାସଙ୍କୁ ଏମ୍ସ ଫାକଲଟି ଆସୋସିଏସନ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ଏହି ଅବସରରେ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର୍‌ ମୁକେଶ ତ୍ରିପାଠୀ ଏବଂ ଏମ୍ସ ଦରଭଙ୍ଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍‌ ମାଧବାନନ୍ଦ କରଙ୍କୁ ବିଦାୟ ସମ୍ବର୍ଧନା ଦିଆଯାଇଥିଲା। ପ୍ରଫେସର ମାଧବାନନ୍ଦ କର ପୂର୍ବରୁ ଏମ୍ସ ଭୁବନେଶ୍ବରର ଅଙ୍କୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଥିଲେ।

ଡିସେମ୍ବରରେ ପ୍ରଫେସର ଗୀତାଞ୍ଜଳି ବି.ଙ୍କ ଅବସର ପରେ ଏମ୍ସ ମଙ୍ଗଳଗିରିର ନିର୍ଦ୍ଦେଶକ ମୁକେଶ ତ୍ରିପାଠୀଙ୍କୁ ଏମ୍ସ ଭୁବନେଶ୍ବରର ଦାୟିତ୍ବ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ତିନି ନିର୍ଦ୍ଦେଶକଙ୍କ ସମେତ ଫାକଲଟି ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe