Image Courtesy of NDTV
ବାଲିଅନ୍ତା: ସତ୍ୟଭାମାପୁର ପଞ୍ଚାତରେ ଏକ ଆପାର୍ଟମେଣ୍ଟରେ ଘରଭଡ଼ା ନେଇ ରହୁଥିବା ବୀରେନ୍ଦ୍ର କୁମାର ସାହୁ (୪୬) ଆଜି ଭୋର୍ରେ ଆତ୍ମହତ୍ୟା କରିଛନ୍ତି। ପରିବାରଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ବୀରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ବାଲିଅନ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ, ବୀରେନ୍ଦ୍ର ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଭାବେ ୪ ବର୍ଷ ହେଲା କାର୍ଯ୍ୟରତ ଥିଲେ। ଦୀର୍ଘ ୬ବର୍ଷ ହେଲା ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ସୁସ୍ଥ ହେବା ପରିବର୍ତ୍ତେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବେଳକୁ ବେଳ ବିଗୁଡ଼ୁଥିଲା। ଏଥିପାଇଁ ଆଜି ସେ ଏହି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ଆଜି ଭୋର୍ରେ ପରିବାରଲୋକଙ୍କ ଅଗୋଚରରେ ସେ ଫ୍ୟାନ୍ରେ ଝୁଲି ପଡ଼ିଥିଲେ।
Follow Us