Nollywood Community
ଭୁବନେଶ୍ବର : ସଂକ୍ରମଣ କମାଇବା ପାଇଁ ଲାଇସେନ୍ସ ସେଲକୁ ନ ଦୌଡ଼ି ହ୍ବାଟସଆପ୍ ଯୋଗେ ଦିଆଯାଉଛି ବିବାହ ଲାଇସେନ୍ସ। ଗତ ୫ତାରିଖ ସନ୍ଧ୍ୟାରେ ଲାଇସେନ୍ସ ସେଲର ମୋବାଇଲ ନମ୍ବର(୮୧୪୪୨୦୭୧୦୦) ଜାରି ହେବା ପରେ ଦୁଇ ଦିନ ଭିତରେ ପ୍ରାୟ ୪୦ଜଣ ବିବାହ ଲାଇସେନ୍ସ ନେଇଛନ୍ତି। ହ୍ବାଟସଆପ ନମ୍ବରରେ ଲାଇସେନ୍ସ ଆବେଦନ କରିବା ପରେ ତୁରନ୍ତ ଅନୁମତି ମିଳୁଛି। ଫଳରେ ଆଉ ଥାନାକୁ ଆସିବାକୁ ପଡ଼ୁନାହିଁ। ସେହିପରି ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ମଧ୍ୟ ପ୍ରାୟ ୩୦ ଜଣ ଅନୁମତି ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନମ୍ବର ଜାରି ହେବା ପରେ ଲାଇସେନ୍ସ ପ୍ରଦାନରେ ଆହୁରି ସହଜ ହେବା ସହ କାହାକୁ ଆସିବାକୁ ପଡ଼ୁ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Follow Us