ସିଏମସି ଡେପୁଟି ମେୟର ନିର୍ବାଚନ ପାଇଁ ହୁଇପ ଜାରି କଲା ବିଜେଡି

Advertisment
ସିଏମସି ଡେପୁଟି ମେୟର ନିର୍ବାଚନ ପାଇଁ ହୁଇପ ଜାରି କଲା ବିଜେଡି

କଟକ: ଆସନ୍ତାକାଲି ସିଏମସିର ନବନିର୍ବାଚିତ କର୍ପୋରେଟର ଏବଂ ମେୟର ବିଧିବଦ୍ଧ ଭାବେ ଶପଥ ନେବେ ।ସେହିପରି ଆସନ୍ତାକାଲି ଡେପୁଟି ମେୟର ନିର୍ବାଚନ କରାଯିବ। ନିର୍ବାଚନ ପାଇଁ ହୁଇପ ଜାରି କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ହୁଇପ ଜାରି କରିଛନ୍ତି। ହୁଇପ ଅନୁସାରେ ବିରୋଧୀଙ୍କ ପକ୍ଷରୁ ଯଦି କେହି ଡେପୁଟି ମେୟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି,ତେବେ ନିର୍ବାଚନ କରାଯିବ।

ଦଳ ଯାହାର ନାମକୁ ଘୋଷଣା କରିବ,ସମସ୍ତେ ତାଙ୍କୁ ଭୋଟ ଦେବେ। ଡେପୁଟି ମେୟରଙ୍କ ନାମ ମୁଖ୍ୟମନ୍ତ୍ରୀ ଏକ ବନ୍ଦ ଲଫାପାରେ ପଠାଇଛନ୍ତି। ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଦେଖାଇ ଭୋଟ ଦେବେ ବୋଲି ହୁଇପ ଜାରି କରାଯାଇଛି। ହୁଇପକୁ ଅମାନ୍ୟ କଲେ କର୍ପୋରେଟର ପଦ ହରାଇବେ ବୋଲି କଡାକଡି ଚେତାବନୀ ଦେଇଛନ୍ତି ଦେବାଶିଷ । ଏପରି ହେଲେ ସେହି ୱାର୍ଡ ରେ ପୁନର୍ବାର ନିର୍ବାଚନ ହେବ ବୋଲି କହିଛନ୍ତି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe