ବର୍ଷକର ଖୁସି ଗୋଟିଏ ଦିନରେ ପାଇଲୁ, ବୁକିଂ ବଢ଼ିଲେ ଧୀରେ ଧୀରେ ସ୍ଥିତି ସୁଧୁରିବ

Advertisment

ବହୁତ କ୍ଷତି ସହିଛୁ, ଏଥର ଭରଣା କରିବୁ, ପ୍ରଥମ ଦିନରେ ୪ ହଜାର ବୁକିଂ

ବହୁତ କ୍ଷତି ସହିଛୁ, ଏଥର ଭରଣା କରିବୁ, ପ୍ରଥମ ଦିନରେ ୪ ହଜାର ବୁକିଂ

ବର୍ଷକର ଖୁସି ଗୋଟିଏ ଦିନରେ ପାଇଲୁ, ବୁକିଂ ବଢ଼ିଲେ ଧୀରେ ଧୀରେ ସ୍ଥିତି ସୁଧୁରିବ

www.internetdj.com

ଭୁବନେଶ୍ବର: ବଇନା ମିଳିଲାଣି। ଏଥର ବାଜା ବାଜିବ। ଲାଇଟ୍ ଜଳିବ। ଆମ ଡିଜେ ବିଟ୍‌ର ତାଳେ ତାଳେ ଲୋକେ ଝୁମିବେ। ବାହାଘର, ଶୋଭାଯାତ୍ରାରେ ଲାଇଟ୍, ସାଉଣ୍ଡ୍, ବ୍ୟାଣ୍ଡ୍ ପାର୍ଟିକୁ ସାମିଲ କରାଯିବା ପରେ ଲାଇଟ୍ ଓ ସାଉଣ୍ଡ୍ ମାଲିକମାନେ ଖୁସି ବ୍ୟକ୍ତ କରିଛନ୍ତି। କଟକଣା ହଟିବାର ପ୍ରଥମ ଦିନରେ ସାରା ରାଜ୍ୟରେ ପ୍ରାୟ ୪ରୁ ୫ହଜାର ବୁକିଂ ପାଇଁ ଅର୍ଡର ଆସିଥିବା ସଂଘ ପକ୍ଷରୁ କୁହାଯାଇଛି। କେବଳ ଭୁବନେଶ୍ବରରେ ୫ଶହ ଅଧିକ ବୁକିଂ ଆସିଛି ବୋଲି ସଂଘ କହିଛି।

ତେବେ ଗଲା ଅକ୍ଟୋବରରେ ଧୀରେ ଧୀରେ ସବୁ ବ୍ୟାବସାୟିକ ଅନୁଷ୍ଠାନରୁ କଟକଣା କୋହଳ ହେଉଥିଲେ ସୁଦ୍ଧା ସଭା, ସମିତି, ବାହାଘର ଆଦିରେ କଟକଣା କରାଯାଇଥିବାରୁ ରାଜ୍ୟ ଲାଇଟ୍‌ ଆଣ୍ଡ୍ ସାଉଣ୍ଡ୍ ଆସୋସିଏସନ୍ ରାସ୍ତାକୁ ଓହ୍ଲାଇ ସେମାନଙ୍କୁ ବ୍ୟବସାୟ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲା। ଏପରିକି ଅନେକ ଲାଇଟ୍ ଆଣ୍ଡ୍‌ ସାଉଣ୍ଡ ମାଲିକ ଘର ଚଳାଇବା ପାଇଁ ହାତ ଉଧାରି କରିଥିବା ବେଳେ, ଅନେକ ଜୀବିକା ବଦାଳାଇ ଦେଇଥିଲେ। କର୍ମଚାରୀମାନଙ୍କୁ ଦରମା ଦେଇ ନ ପାରିବାରୁ ବାଧ୍ୟ ହୋଇ ସେମାନେ ଗାଁକୁ ପଳାଇଥିଲେ।publive-image

ବହୁତ କ୍ଷତି ସହିଛୁ, ଏଥର ଭରଣା କରିବୁ
ଦୀର୍ଘ ଦିନ ହେବ ସଭା, ସମିତି, ବାହାଘର ଉପରେ କଟକଣା ରହିଥିବାରୁ କେହି ସାଉଣ୍ଡ ବା ଲାଇଟ୍ ନେବାକୁ ରାଜି ହେଉନଥିଲେ। ଫଳରେ ବିନା କାମରେ ଦରମା ଦେଇ କର୍ମଚାରୀଙ୍କୁ ପୋଷିବା ସମ୍ଭବ ହେଉନଥିଲା। ତେବେ ବର୍ତ୍ତମାନ କଟକଣା କୋହଳ ହୋଇଥିବାରୁ ବ୍ୟବସାୟ ହେବ। ପ୍ରଥମ ଦିନରେ ମୋ ପାଖକୁ ୫ଟି ବୁକିଂ ଆସିଛି। ଧୀରେ ଧୀରେ ଆମେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସୂଚନା ଦେଇ ଏଥର ଡିଜେ, ଲାଇଟ୍‌ ନେଇ ବାହାଘର କରିହେବ ବୋଲି ଜଣାଉଛୁ। ଦଶ ମାସ କାଳ ଯେଉଁ କ୍ଷତି ସହିଥିଲୁ, ଏବେ ସବୁ ଭରଣା କରିବୁ।
ଜଗଦୀଶ ଚନ୍ଦ୍ର ମହାରଣା,
ମାଲିକ, ଡିଜେ ହାଇଟ୍ସ୍

ବୁକିଂ ବଢ଼ିଲେ ଧୀରେ ଧୀରେ ସ୍ଥିତି ସୁଧୁରିବ
ପୂରା ଗୋଟେ ବର୍ଷର ଖୁସି ଗୋଟେ ଦିନରେ ପାଇଛୁ। ଆମ ନିବେଦନକୁ ଦୃଷ୍ଟିରେ ରଖି ସରକାର ଯାହା ହେଉ ଆମ ପାଇଁ କଟକଣା କୋହଳ କରିଛନ୍ତି। ସେଥିପାଇଁ ସରକାରଙ୍କୁ ଅଶେଷ ଧନ୍ୟବାଦ। ବର୍ଷେ କାଳ ବହୁ କଷ୍ଟରେ ଚଳୁଥିଲୁ, ବର୍ତ୍ତମାନ ଟିକେ ଆଶ୍ବସ୍ତି ଲାଗୁଛି। ତେବେ ପ୍ରଥମ ଦିନରେ ମୁଁ ଏତେ ବୁକିଂ ପାଇନି। ତଥାପି ମୁଁ ବହୁତ ଖୁସି। କାରଣ ଲୋକେ କେବଳ ଫୋନ୍ କରି ବାହାଘର ପାଇଁ ଡିଜେ ଓ ଲାଇଟ୍ ସିଷ୍ଟମ୍ ନେଇ ହେବ କି ନାହିଁ ପଚାରୁଛନ୍ତି। ଧୀରେ ଧୀରେ ବୁକିଂ ନିଶ୍ଚିତ ହେବ। ଆମେ ମଧ୍ୟ ଯେଉଁ କର୍ମଚାରୀମାନଙ୍କୁ ବାହାର କରିଥିଲୁ ସେମାନଙ୍କୁ ଖବର ଦେଇ ଡକାଇଛୁ। ବୁକିଂ ବଢ଼ିଲେ ଧୀରେ ଧୀରେ ସବୁକିଛି ସ୍ବାଭାବିକ ହେବ।
ବିଶ୍ବରଂଜନ ସାମନ୍ତରାୟ,
ସଭାପତି, ଭୁବନେଶ୍ବର ସାଉଣ୍ଡ ଆଣ୍ଡ ଲାଇଟ୍ ଓନର୍ସ ଆସୋସିଏସନ୍‌ ଓ ଅଲ୍‌ ଓଡ଼ିଶା ଡିଜେସ୍ କ୍ଲବ୍‌

ବିଏମ୍‌ସିର କରୋନା କଟକଣା କୋହଳ ହେଲା, ବାହାଘରରେ ୨୦୦, ଶବ ସତ୍କାରରେ ୧୦୦ ଜଣ ସାମିଲ୍‌ ହୋଇପାରିବେ

ଭୁବନେଶ୍ବର: ଦୀର୍ଘ ୧୦ ମାସ ପରେ ବିଏମ୍‌ସି ବାହାଘର, ଶବ ସତ୍କାର ନେଇ ଥିବା କରୋନା କଟକଣା କୋହଳ କରିଛି। ରାଜଧାନୀରେ ଏଣିକି ବାହାଘର, ବ୍ରତଘର ଭଳି କାର୍ଯ୍ୟକ୍ରମରେ ୨୦୦ ଜଣ ସାମିଲ୍‌ ହୋଇପାରିବେ। ସେହିପରି ଶବ ସତ୍କାର କାର୍ଯ୍ୟକ୍ରମରେ ୧୦୦ଜଣ ସାମିଲ୍‌ ହୋଇପାରିବେ ବୋଲି ବିଏମ୍‌ସି ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସରୁ କରୋନା କଟକଣା ଲାଗୁ ହେବା ପରେ ବିଏମ୍‌ସି ବିଭିନ୍ନ କାର୍ଯ୍ୟକ୍ରମ ଉପରେ କେତେ ଲୋକ ଉପସ୍ଥିତ ରହିପାରିବେ ସେନେଇ କଟକଣା ଲଗାଇଥିଲା। ବିଭିନ୍ନ ସମୟରେ ନିୟମ ସଂଶୋଧନ ହୋଇ ବାହାଘର ଏବଂ ଏହା ସମ୍ପର୍କିତ ଉତ୍ସବରେ ୧୦୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ଜଣ ସାମିଲ୍‌ ହେବାର ନିୟମ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe