କେବେ ୬ ଜୋନ୍ ହେବ ବିଏମ୍‌ସି? ଅଫିସର ଆସିଲେ, କର୍ମଚାରୀ ନାହାନ୍ତି

Advertisment

ସାଧାରଣ ଜନତାଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବା ପାଇଁ ବିଏମ୍‌ସିରେ ଥିବା ୩ଟି ଜୋନ୍‌କୁ ଭାଙ୍ଗି ୬ଟି ଜୋନ୍‌ କରିବାକୁ ଘୋଷଣା ହୋଇଥିଲା। ଏହି ଘୋଷଣା ତଥା ସରକାରୀ ସ୍ବୀକୃତିକୁ ବର୍ଷେ ପୂରିଲାଣି।

ସାଧାରଣ ଜନତାଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବା ପାଇଁ ବିଏମ୍‌ସିରେ ଥିବା ୩ଟି ଜୋନ୍‌କୁ ଭାଙ୍ଗି ୬ଟି ଜୋନ୍‌ କରିବାକୁ ଘୋଷଣା ହୋଇଥିଲା। ଏହି ଘୋଷଣା ତଥା ସରକାରୀ ସ୍ବୀକୃତିକୁ ବର୍ଷେ ପୂରିଲାଣି।

ବିଏମ୍‌ସିର ହଜାରେ କୋଟିର ଚିଠା ବଜେଟ୍‌: ବଦଳିଲା ନିଷ୍ପତ୍ତି, ଅତିରିକ୍ତ ବଜେଟ୍‌ ତର୍ଜମା ପାଇଁ ବସିବ ସ୍ବତନ୍ତ୍ର ବୈଠକ

ଭୁବନେଶ୍ବର: ସାଧାରଣ ଜନତାଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବା ପାଇଁ ବିଏମ୍‌ସିରେ ଥିବା ୩ଟି ଜୋନ୍‌କୁ ଭାଙ୍ଗି ୬ଟି ଜୋନ୍‌ କରିବାକୁ ଘୋଷଣା ହୋଇଥିଲା। ଏହି ଘୋଷଣା ତଥା ସରକାରୀ ସ୍ବୀକୃତିକୁ ବର୍ଷେ ପୂରିଲାଣି। ହେଲେ କାହାରି ତତ୍ପରତା ନାହିଁ। ନା ସରକାର ତତ୍ପରତା ପ୍ରକାଶ କରୁଛନ୍ତି ନା କର୍ପୋରେଟର ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ଏହି ପ୍ରସଙ୍ଗ କେବଳ ଘୋଷଣାରେ ରହିଯାଇଛି। ୬ ଜୋନ୍‌ ଘୋଷଣା ହୋଇଥିବାରୁ ସରକାର ଅଦଳ ବଦଳ କଲା ବେଳେ ବିଏମ୍‌ସିକୁ ଦୁଇ/ତିନି ଅଫିସର ପୋଷ୍ଟିଂ ଦେଉଛନ୍ତି। ସେମାନେ ଏଠାରେ ବସି ରହୁଛନ୍ତି। ବସିବା ପାଇଁ ଜାଗା ମିଳୁ ନଥିବାରୁ ଗୋଟିଏ ଚ୍ୟାମ୍ବରରେ ୨ରୁ ୩ ଜଣ ବସୁଛନ୍ତି। କେତେକ ଅଧିକାରୀ ଅପମାନିତ ବୋଧକରି ଏଠାରୁ ପଳାଉଛନ୍ତି। ବିଏମ୍‌ସିରେ ଏଭଳି ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନସ୍ବାର୍ଥ ବାଜିରେ ଲାଗିଛି। 
ଭୁବନେଶ୍ବରରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିବା ସହ ବିଗତ ଦିନରେ ପୁନଃସୀମା ନିର୍ଦ୍ଧାରଣରେ କେତେକ ରାଜସ୍ବ ଗ୍ରାମକୁ ବିଏମ୍‌ସିରେ ସାମିଲ କରାଯାଇଛି। ଫଳରେ ଯେଉଁମାନେ ନୂଆ ସାମିଲ୍‌ ହେଲେ ତାଙ୍କୁ ଶତ ପ୍ରତିଶତ ସେବା ଯୋଗାଇବା ସମ୍ଭବ ହେଉ ନାହିଁ। ଏଣେ ଏମାନଙ୍କୁ ସେବା ଯୋଗାଇବା ଆଳରେ ଯେଉଁମାନେ ଶତପ୍ରତିଶତ ସେବା ପାଉଥିଲେ ସେମାନେ ବଞ୍ଚିତ ହେଉଛନ୍ତି। ବିଏମ୍‌ସିରେ ଏଭଳି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। 

ସରକାର ବର୍ଷେ ହେଲା ୬ ଜୋନ୍‌ ‌ଘୋଷଣା କରିଥିବାରୁ ୬ ଜୋନ୍‌ ହିସାବରେ ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି। ପୂର୍ବରୁ କମିସନର, ‌ଅତିରିକ୍ତ କମିସନର, ଡେପୁଟି କମିସନର ଓ ସହକାରୀ କମିସନର ପଦ ଥିବା ବେଳେ ଏବେ ଜୋନାଲ୍‌ କମିସନର ଭାବେ‌ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଏହି ସ୍ବତନ୍ତ୍ର ପଦରେ ଏବେ ଦୁଇ ଜଣ ଅଧିକାରୀ ରହିଛନ୍ତି। କିନ୍ତୁ କାମ ଯାହା ପୁରୁଣା ଥିଲା ତାହା ହିଁ ଅଛି। କାରଣ ୬ ଜୋନ୍‌ ହୋଇ ନଥିବାରୁ ଅତିରିକ୍ତ ଚାପ ନାହିଁ। ସେହିଭଳି ତିନିଜଣ ଅଧିକାରୀ ଡେପୁଟି କମିସନର ଭାବରେ ନିକଟ ଅତୀତରେ ନିଯୁକ୍ତି ପାଇଥିଲେ। ସେମାନେ ଗୋଟିଏ ଚ୍ୟାମ୍ବରରେ ବସୁଥିଲେ। ପୂର୍ବରୁ ଜଣେ ଅଧିକାରାୀ ଏକାଧିକ ଉପବିଭାଗ ଦାୟିତ୍ବରେ ରହୁଥିବା ବେଳେ ଏବେ ଅଧିକାରୀ ହାଉଯାଉ ହେବାରୁ ପ୍ରତ୍ୟେକ ଅଧିକାରୀଙ୍କୁ ଗୋଟିଏ ଗୋଟିଏ ସ୍ବାଧୀନ ଦାୟିତ୍ବ ମିଳିଥିଲା। ଜଣେ ଡେପୁଟି କମିସନରଙ୍କ ବଦଳି ହେବାରୁ ଜଣେ ଅଧିକାରୀ ନିଜସ୍ବ ଚାମ୍ବର ପାଇଛନ୍ତି। ଆଉଜଣଙ୍କ ପାଇଁ ନୂଆ ଚାମ୍ବର ପ୍ରସ୍ତୁତ ହେଉଛି। 

ଅଫିସର ଆସିଲେ, କର୍ମଚାରୀ ନାହାନ୍ତି
ୱାର୍ଡ ବିଭାଜନ ହୋଇନି, କାହାର ତତ୍ପରତା ବି ନାହିଁ

ଗୋଟିଏ ପଟେ ଅଫିସର ମାଳ ମାଳ ଥିବା ବେଳେ କର୍ମଚାରୀ ଏ ଯାବତ୍‌ ମଞ୍ଜୁର ହୋଇନାହାନ୍ତି। ୬୭ ୱାର୍ଡ ପାଇଁ ମାତ୍ର ୩୭ ୱାର୍ଡ ଅଫିସର ଅଛନ୍ତି। ସେଥିରୁ ଦୁଇଜଣ ଖୁବ୍‌ଶୀଘ୍ର ଅବସର ନେବାକୁ ଯାଉଛନ୍ତି। ଟିକସ ସଂଗ୍ରହ ଠାରୁ ଆରମ୍ଭ କରି ଯାବତୀୟ ଦାୟିତ୍ବ ଏମାନଙ୍କ କାନ୍ଧରେ ରହିଛି। ସମସ୍ତ ୱାର୍ଡରେ ୱାର୍ଡ ଅଫିସ ନିର୍ମାଣ କରିବା ପାଇଁ ବିଏମ୍‌ସି ବେଶ ତତ୍ପରତା ପ୍ରକାଶ କରୁଥିବା ବେଳେ ୱାର୍ଡ ଅଫିସର ନିଯୁକ୍ତି ନେଇ ଆଗ୍ରହ ପ୍ରକାଶ କରୁନାହିଁ। ସେହିଭଳି ବାକି ତିନିଟି ଜୋନ୍‌ରେ ମଧ୍ୟ ଏକାଧିକ ପଦ ଖାଲି ପଡ଼ିଛି। ବିଶେଷକରି ଯେଉଁମାନେ ତୃଣମୂଳସ୍ତରରେ କାମ କରୁଛନ୍ତି ସେହି ସବୁ ପଦ ଖାଲି ପଡ଼ିଛି। ସେମାନଙ୍କ ମଧ୍ୟରୁ କମ୍ୟୁନିଟି ଅର୍ଗାନାଇଜର ଅନ୍ୟତମ। ଦୀର୍ଘ ଦିନ ହେବ ଏମାନଙ୍କ ଉପରେ ଚାପ ରହିଥିଲେ ମଧ୍ୟ ଖାଲି ଥିବା ପଦ ପୂରଣ ହେଉ ନାହିଁ। ନୂଆ ତିନିଟି ଜୋନ୍‌ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ପଦ ମଞ୍ଜୁର କରିବା ପାଇଁ ବିଏମ୍‌ସି ଗୃହ ଓ ନଗର ଉନ୍ନୟନ ବିଭାଗକୁ ଗୋଟିଏ ଚିଠି ଲେଖି ବସି ଯାଇଛି। 

ସୂଚନାଯୋଗ୍ୟ, ୨୦୧୧ ମସିହା ଜନଗଣନା ଅନୁସାରେ, ଭୁବନେଶ୍ବର ଜନସଂଖ୍ୟା ୮ଲକ୍ଷ ୪୭ହଜାର ରହିଥିବା ବେଳେ ଏବେ ଏହି ସଂଖ୍ୟା ୧୫ଲକ୍ଷ ଅତିକ୍ରମ କରିଛି। ଗତ ନିର୍ବାଚନ ପୂର୍ବରୁ ଯେଉଁ ରାଜସ୍ବ ଗ୍ରାମ ବିଏମ୍‌ସିରେ ମିଶିଛି, ସେଥିରେ ଜନସଂଖ୍ୟା ୩୦ ହଜାରରୁ ଊର୍ଦ୍ଧ୍ବ ରହିଛି। କିନ୍ତୁ ପଦ ଖାଲି ପଡ଼ିଥିବାରୁ ସେବା ଯୋଗାଇବା ସମ୍ଭବ ହେଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe