କେବେ ହିଟିବ ରୁଚିକା ମୃତ୍ୟୁ ରହସ୍ୟ? ସନ୍ଦେହ ନଜରରେ ୧୦, ପୁଣି ଆସିଲା ରାଗିଂ ଅଭିଯୋଗ

Advertisment
କମିସନରେଟ୍‌ ପୁଲିସର ଆତ୍ମହତ୍ୟା ତଦନ୍ତ ଏମିତି: ନା ପଦାକୁ ଆସିଲେ ଅଭିଯୁକ୍ତ ନା ଖୋଲିଲା ରହସ୍ୟ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପାଇଁ ଦାୟୀ ତଥା ରାଗିଂ କରିଥିବା ୩ ସିନିୟର୍‌ ଛାତ୍ରୀଙ୍କ ବିଷୟରେ ପୁଲିସ କିଛି ସୁରାକ ପାଉନାହିଁ। ୬ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ରହସ୍ୟ ଉପରୁ ପର୍ଦ୍ଦା ହଟାଇପାରୁନାହିଁ। କଲେଜ ପରିସରରୁ ରୁଚିକା ତାତି ଥମି ନଥିବା ବେଳେ ଆଜି ପୁଣି ଆସିଛି ଆଉ ଏକ ରାଗିଂ ଅଭିଯୋଗ। ଯୁକ୍ତ ଦୁଇ ବାଣିଜ୍ୟର ଜଣେ ଛାତ୍ରଙ୍କୁ କିଛି ସହପାଠୀଙ୍କ ଜରିଆରେ ସିନିୟର୍‌ମାନେ ମାଡ଼ ମାରିବା ସହ ବାଇକ୍‌ ଛଡ଼ାଇ ନେଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଛାତ୍ର ହେୁଛନ୍ତି ରୁଦ୍ରନାରାୟଣ ପାତ୍ର।

ରୁଚିକା ମୃତ୍ୟୁ ମାମଲାରେ ପୁଲିସ ‌ହଷ୍ଟେଲ୍‌ ଛାତ୍ରୀଙ୍କଠାରୁ ଆରମ୍ଭ କରି ହଷ୍ଟେଲ ଅନ୍ତେବାସୀ, ୱାର୍ଡେନ୍‌, ସୁପରିଟେଣ୍ଡେଣ୍ଟ ଆଦି ୨୪୪ଜଣଙ୍କୁ ଜେରା କରିସାରିଛି। ଏମିତିକି କେତେକଙ୍କୁ ଦ୍ବିତୀୟ ଥର ପାଇଁ ଜେରା କରାଯାଇଛି। ପୁଲିସ ୧୦ଜଣଙ୍କୁ ସ୍ବତନ୍ତ୍ର ନଜରରେ ରଖିଥିବା ଜଣାପଡ଼ିଛି। ଏହି ୧୦ଜଣଙ୍କ ମଧ୍ୟରେ ଉକ୍ତ ୩ ସନ୍ଦିଗ୍ଧ ସିନିୟରଛାତ୍ରୀ ଅଛନ୍ତି ବୋଲି ମନେ କରାଯାଉଛି। ତଦନ୍ତ ବିଳମ୍ବ ହେଉଥିଲେ ବି ଛାତ୍ର ଆନ୍ଦୋଳନ ଥମିବା ନାଁ ନେଉନାହିଁ। ଆଜି ବି କେତେକ ସଂଗଠନ କଲେଜ୍ ମୁଖ୍ୟ ଫାଟକ ସମ୍ମୁଖରେ ରାସ୍ତାରୋକ କରିଥିଲେ। ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟମାନେ ବର୍ଷାରେ ଭିଜିଭିଜି ରାସ୍ତାରୋକ କରିଥିଲେ। ଅଧଘଣ୍ଟାଏ କାଳ ଯାତାୟାତ ଠପ୍‌ ହୋଇଯାଇଥିଲା। ବଡ଼ଗଡ଼ ଥାନା ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe