Jharkhand Girl Gangrape: ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫେରାର ମହିଳା କିଏ?

ରାଜଧାନୀରେ ଝାଡ଼ଖଣ୍ଡର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ମହିଳାଙ୍କ ଚେହେରା ପଦାକୁ ଆସିଛିI ଲକ୍ଷ୍ମୀସାଗର ଅଞ୍ଚଳର ଯେଉଁ ଘରେ ସେକ୍ସ ରାକେଟ ଚାଲିଥିଲା, ସେହି ଘରୁ ହଠାତ ଜଣେ ମହିଳା ସ୍କୁଟି ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି।

Rape12345

Minor girl of Jharkhand gang raped in Bhubaneswar. (Photo File)

ଭୁବନେଶ୍ବର: ରାଜଧାନୀରେ ଝାଡ଼ଖଣ୍ଡର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ମହିଳାଙ୍କ ଚେହେରା ପଦାକୁ ଆସିଛିI ଲକ୍ଷ୍ମୀସାଗର ଅଞ୍ଚଳର ଯେଉଁ ଘରେ ସେକ୍ସ ରାକେଟ ଚାଲିଥିଲା, ସେହି ଘରୁ ହଠାତ ଜଣେ ମହିଳା ସ୍କୁଟି ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛିI ସକାଳୁ ସକାଳୁ ଜଣେ ମହିଳା ଏହି ଘରକୁ ଆସି ଥିଲେ। ସ୍କୁଟିକୁ କାଢ଼ି ଫେରାର ହେବା ବେଳେ ସ୍ଥାନୀୟ ଲୋକେ ଘେରି ଯାଇଥିଲେI ଲୋକେ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ଦୌଡ଼ିଦୌଡ଼ି ପଳେଇ ଯାଇଥିଲେ। ତେବେ  କିଏ ସେହି ସନ୍ଦିଗ୍ଧ ସ୍କୁଟି ମ୍ୟାଡ଼ମ? ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଲକ୍ଷ୍ମୀସାଗର ଥାନା ପୁଲିସ୍ ମୁଖ୍ୟ ଅଭିଯୁକ୍ତ ଘର ଭିତରକୁ ତାଲାଭାଙ୍ଗି ପଶିଛି। ସାଇଣ୍ଟିଫିକ୍ ଟିମ୍ ଘର ଭିତରେ ପଶି ଛାନଭିନ୍ ଚଳାଇଛନ୍ତି। ଗଣଦୁଷ୍କର୍ମର ଶିକାର ହୋଇ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ। ତାଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ନାବାଳିକା ଜଣକ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଜଣେ ମହିଳା ଏକ ଅଟୋରେ ଆଣି ନାବାଳିକାଙ୍କୁ କାଜୁଆଲିଟି ୱାର୍ଡରେ ଭର୍ତ୍ତି କରିଥିଲେ। ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଡ୍ୟୁଟିରେ ଥିବା ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ନାବାଳିକା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ କରି ଡାକ୍ତର, ନାବାଳିକାଙ୍କ ସାଙ୍ଗରେ ଥିବା ମହିଳାଙ୍କୁ ପଚରାଉଚରା କରିଥିଲେ। ଫସିଯିବା ଆଶଙ୍କାରେ ମହିଳା ଜଣକ ମଉକା ଦେଖି ସେଠାରୁ ଚମ୍ପଟ ମାରିଥିଲା। ତେଣୁ ଡାକ୍ତର ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଫାଣ୍ଡିକୁ ଏମ୍‌ଏଲ୍‌ସି(ମେଡିକୋ ଲିଗାଲ୍‌ କେସ୍‌) ରିପୋର୍ଟ ଦେଇଥିଲେ। ମାତ୍ର ପୁଲିସ ମହିଳାଙ୍କୁ ଖୋଜିବା ବେଳକୁ ସେ ଅନ୍ତର୍ଦ୍ଧାନ ହୋଇସାରିଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲା। ସେପଟେ ନାବାଳିକାଙ୍କ ଅବସ୍ଥା ବିଗିଡ଼ିବା ଦେଖି ଡାକ୍ତର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ। ସିସିଟିଭି ଫୁଟେଜ୍‌ରୁ ମହିଳାଜଣକ ଏକ ଅଟୋ ଯୋଗେ ପଳାଇଥିବା ଜଣାପଡ଼ିଥିଲା। ପୁଲିସ ଅଟୋ ନମ୍ବରକୁ ପିଛା କରିଥିଲା ଏବଂ ଗତକାଲି ରାତିରେ ତାକୁ ଠାବ କରିବା ପରେ ସେ ମହିଳାଙ୍କ ସମ୍ପର୍କରେ ସୂଚନା ଦେଇଥିଲା। ଅନ୍‌ଲାଇନ୍‌ରେ ଯାତ୍ରୀ ସେବା ଯୋଗାଉଥିବା ଅଟୋଚାଳକଙ୍କ ସୂଚନାନୁସାରେ ମହିଳାଜଣକ ଲକ୍ଷ୍ମୀସାଗରରୁ ବୁକିଂ କରିଥିଲେ ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ବୁକିଂ କରାଯାଇଥିବା ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ଆଜି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପହଞ୍ଚି ଯାଇଥିଲା। ‘ଆଳୁ ଖୋଳୁଖୋଳୁ ମହାଦେବ ମିଳିବା’ ନ୍ୟାୟରେ ପୁଲିସ ମହିଳାଙ୍କୁ ଖୋଜୁଖୋଜୁ ବଡ଼ଧରଣର ସେକ୍ସ ରୢାକେଟ୍‌ ଧରାପଡ଼ିଥିଲା। ଏହା ଭିତରେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ପୁଲିସର ଏକ ଟିମ୍‌ ତାଙ୍କୁ ପଚରାଉଚରା କରିଥିଲା। ନାବାଳିକା ଜଣକ ଝାଡ଼ଖଣ୍ଡରୁ ଆସି ଏଠାରେ ଫସିଯାଇଥିବା କହିଥିଲେ। ତାଙ୍କୁ ଜୋର୍‌ ଜବରଦସ୍ତ ଗୃହବନ୍ଦୀ କରି ଦେହ ବେପାରରେ ନିୟୋଜିତ କରାଯାଉଥିଲା ବୋଲି ସେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଚଢ଼ଉ ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଲୋକଙ୍କ କହିବା କଥା ବହୁଦିନ ହେଲା ଏଠାରେ କିଛି ଅନୈତିକ କାର୍ଯ୍ୟକଳାପ ଚାଲିଛି ବୋଲି ସନ୍ଦେହ କରାଯାଉଥିଲା। ମାତ୍ର ଘର ମାଲିକଙ୍କ ଡରରେ କେହି ମୁଣ୍ଡ ପୂରାଉ ନଥିଲେ।

Bhubaneswar | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe