ଅହୋରାତ୍ର ଓଡ଼ିଶୀ ସଂଗୀତ

Advertisment
ଅହୋରାତ୍ର ଓଡ଼ିଶୀ ସଂଗୀତ

ଭୁବନେଶ୍ୱର : ସନ୍ଧ୍ୟାରୁ ସକାଳ। ଓଡ଼ିଶୀ ସଂଗୀତର ମୂର୍ଚ୍ଛନାରେ ବିଭୋର ହେବାର ଏମିତି ଏକ ଅବକାଶ ଭେଟି ଦେଇଥିଲା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର। ‘ଅହୋରାତ୍ର ଓଡ଼ିଶୀ ସଂଗୀତ ମହୋତ୍ସବ’ର ଏହି ଅନନ୍ୟ ଆସରରେ ୨୫ ଜଣ କଣ୍ଠଶିଳ୍ପୀ ଓ ୧୫ରୁ ଊର୍ଧ୍ୱ ମର୍ଦଳ ଶିଳ୍ପୀଙ୍କ ପରିବେଷଣ ଦେଖିବାକୁ ମିଳିଥିଲା। ସର୍ବେଶ୍ୱର ବୈଠାରୁଙ୍କଠା ଓ ଇପ୍‌ସିତା ପଣ୍ଡାଙ୍କ ସଂଗୀତର ମୂର୍ଚ୍ଛନା ପରେ ଅରୂପ ଓ ଆଲୋକଙ୍କ ମର୍ଦଳ ବାଦନ, ରୋହିତ ଓ ଭେଙ୍କଟେସ୍‌ଙ୍କ ମୃଦଙ୍ଗ ଓ ମର୍ଦଳ ଯୁଗଳବନ୍ଦୀ ଆଦି କାର୍ଯ୍ୟକ୍ରମ ଉପଭୋଗ୍ୟ ଆସର ସୃଷ୍ଟି କରିଥିଲା। ମୁରଲୀଧର ସ୍ୱାଇଁ ପରିଚାଳନା କରିଥିବା ବେଳେ ଅରୂପ କୁମାର ଦାସ ଧନ୍ୟବାଦ ଦେଇଥିଲେ। ସଚ୍ଚିଦାନନ୍ଦ ଦାସ, ଡ. ସଚ୍ଚିକାନ୍ତ ନାୟକ, ଡ. ଶ୍ରୀନିବାସ ଘଟୁଆରୀ, ବୁଦ୍ଧନାଥ ସ୍ୱାଇଁ, ବୁଦ୍ଧଦେବ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe