ଭୁବନେଶ୍ୱରରେ କାହିଁକି ସାଇବର ଥାନା?

Advertisment
ଭୁବନେଶ୍ୱରରେ କାହିଁକି ସାଇବର ଥାନା?

ଭୁବନେଶ୍ୱର : ଓଡ଼ିଶା ଏବେ ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ରହିଛି। ଅପରାଧୀ ଧରା ପଡ଼ୁ ନଥିବା ବେଳେ କମ୍ ଦଣ୍ଡବିଧାନ ହାର, ତାଲିମପ୍ରାପ୍ତ ଅଧିକାରୀଙ୍କ ଅଭାବ ଯୋଗୁଁ ସାଇବର ଅପରାଧ ଉଦ୍‌ବେଗଜନକ ରହିଛି। ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ, ୨୦୧୯ରେ ରାଜ୍ୟରେ ସାଇବର ଅପରାଧ ୭୬ପ୍ରତିଶତ ବୃଦ୍ଧି ପାଇଥିଲା। ଭୁବନେଶ୍ବରରେ ସାଇବର ଅପରାଧ ରାଜ୍ୟର ଅନ୍ୟ ସହର ତୁଳନାରେ ସର୍ବାଧିକ ଥିଲା। ସାଇବର ଅପରାଧର ଶିକାର ହେବା ପରେ ଅଭିଯୋଗକାରୀଙ୍କୁ କଟକ ଦୌଡ଼ିବାକୁ ପଡ଼ୁଥିଲା। ରାଜଧାନୀର କୌଣସି ଥାନା ମଧ୍ୟ ସାଇବର ଅପରାଧର ତଦନ୍ତ କରିବାକୁ ସକ୍ଷମ ନୁହନ୍ତି। ତେଣୁ କଟକରୁ ସାଇବର ଥାନାକୁ ଭୁବନେଶ୍ବର ଆଣିବାକୁ ନିଷ୍ପତ୍ତି ହୋଇଥିଲା।

ଲୋକଙ୍କ ପାଇଁ ସୂଚନା ନାହିଁ
ଉଦ୍‌ଘାଟନ ପରେ ସାଇବର କମ୍ପ୍ଲେକ୍ସରୁ ଥାନା ଚାଲିବ ବୋଲି ଘୋଷଣା କରାଯାଇଥିଲା। ପୁଲିସର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ମାତ୍ର ଅଭିଯୋଗକାରୀ ଥାନାରେ ପହଞ୍ଚିବା ପରେ ସେମାନଙ୍କୁ ନିରାଶ ହୋଇ ପୁଣି କଟକ ଯିବାକୁ ପଡ଼ୁଛି। ଥାନା ସ୍ଥାନାନ୍ତର ହୋଇ ନ ଥିବା ବାବଦରେ କୌଣସି ସୂଚନା ମଧ୍ୟ ଦିଆଯାଇନାହିଁ। ଫଳରେ ପ୍ରତ୍ୟେକ ଦିନ ଅଭିଯୋଗକାରୀ ଏଠାରୁ ଫେରୁଛନ୍ତି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତୁରନ୍ତ ସୂଚନା ଦେବା ପାଇଁ ଜଣେ ଅଭିଯୋଗକାରୀ କହିଛନ୍ତି।

ଖୁବ୍‌ ଶୀଘ୍ର ଆରମ୍ଭ ହେବ: ସୌମେନ୍ଦ୍ର ପ୍ରିୟଦର୍ଶୀ
ସାଇବର କମ୍ପ୍ଲେକ୍ସ ଆରମ୍ଭ ହେବା ପରେ ଗୋଟିଏ ପର୍ଯ୍ୟାୟ ତାଲିମ୍‌ ଶେଷ ହୋଇଛି। ଅନ୍ୟ ପର୍ଯ୍ୟାୟ ତାଲିମ୍‌ଗୁଡ଼ିକ ଖୁବ୍ ଶୀଘ୍ର ହେବ। ଆଉ ଅଳ୍ପ କିଛି କାମ ବାକି ରହିଛି। ସେଗୁଡ଼ିକ ସମ୍ପୂର୍ଣ୍ଣ ହେଲା ପରେ ଖୁବ ଶୀଘ୍ର ଥାନା ଚାଲିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍‌ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe