ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ କେଁ: କେନ୍ଦ୍ର ମନ୍ତ୍ରୀଙ୍କୁ ଡକାଯିବା ନେଇ ବିଜେଡିର ଆପତ୍ତି, ବୟକଟ୍‌ ଘୋଷଣା

Advertisment

ସବୁ ଦଳର ଅଭିଜ୍ଞମାନେ ତାଲିମ ଦେବେ: ସଂସଦୀୟ ବ୍ୟାପାର ମନ୍ତ୍ରୀ

ସବୁ ଦଳର ଅଭିଜ୍ଞମାନେ ତାଲିମ ଦେବେ: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

telegraph india

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରୁ ନୂଆ ବିଧାୟକମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାକୁ ନେଇ ବିବାଦ ଦେଖାଦେଇଛି। ଏଠାକୁ କେନ୍ଦ୍ର ମନ୍ତ୍ରୀମାନଙ୍କୁ କାହିଁକି ଅତିଥି ଭାବେ ଡକାଯାଇଛି ବୋଲି ପ୍ରଶ୍ନ କରି ବିଜେଡି ଏହାକୁ ବୟକଟ୍‌ କରିବ ବୋଲି ଘୋଷଣା କରିଛି। ବିଜେଡିର ଅଭିଯୋଗର ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ବିଧାୟକ ପ୍ରତାପ ଦେବ ଓ ଗଣେଶ୍ୱର ବେହେରା କହିଲେ, ବିଧାନସଭାରେ ବିଧାୟକମାନଙ୍କୁ ନେଇ ହେଉଥିବା କାର୍ଯ୍ୟକ୍ରମରେ ସାଧାରଣତଃ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଅତିଥି ଭାବେ ରହିଥା’ନ୍ତି।

ଅଗଷ୍ଟ ୧୭ ତାରିଖରେ ହେବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୧୮ ତାରିଖରେ ଉଦ୍‌ଯାପନୀ ସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଉଭୟ ନେତା କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ବିଧାନସଭାର ସଦସ୍ୟ ନୁହନ୍ତି। ତେଣୁ ତାଙ୍କୁ ଅତିଥି କରିବା ଦ୍ବାରା ଗୃହର ମର୍ଯ୍ୟାଦାହାନୀ ହେବା ସହ ଏହା ଏକ ଦଳୀୟ କାର୍ଯ୍ୟକ୍ରମ ପରି ମନେ ହେଉଛି। ତେଣୁ ରାଜ୍ୟ ସରକାର ଏଥିରୁ କ୍ଷାନ୍ତ ହୁଅନ୍ତୁ ଓ ପରମ୍ପରା ଭାଙ୍ଗନ୍ତୁ ନାହିଁ। ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗୁତୁତ୍ୱ ଦିଆଯାଇ ନାହିଁ। ଏହି ପ୍ରଶିକ୍ଷଣ ବ୍ୟତୀତ ବିଜେପିର ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଧାନସଭାର ବାଚସ୍ପତି ଯୋଗ ଦେବାକୁ ସ୍ଥିର ହୋଇଛି। ବାଚସ୍ପତି ଦଳୀୟ କାର୍ଯ୍ୟକ୍ରମର ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାର ପରମ୍ପରା ରହିଥିଲା ବେଳେ ସେ ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଏକ ଅସଙ୍ଗତି। ଏହା ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ବିଜେଡିର ଏପରି ଅଭ‌ିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ନୂଆ ବିଧାୟକଙ୍କୁ ସବୁ ଦଳର ଅଭିଜ୍ଞମାନେ ତାଲିମ ଦେବେ। ଅତିଥି ଭାବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ଅନ୍ୟ ମନ୍ତ୍ରୀମାଙ୍କୁ ଡକାଯାଇଛି। ରାଜ୍ୟର ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ଘଡ଼େଇ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଧାୟକଙ୍କୁ ପ୍ରଶିକ୍ଷଶ ଦେବେ। ଏହା ଦଳୀୟ କାର୍ଯ୍ୟକ୍ରମ କେମିତି ହେଲା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe