ଅଭିଯୁକ୍ତଙ୍କୁ ଅନୁକମ୍ପା କାହିଁକି? ଏତଲା ହୋଇଛି, କାର୍ଯ୍ୟାନୁଷ୍ଠାନ ନାହିଁ

ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ଭୁବନେଶ୍ବର: ଗୋଟିଏ ପଟେ କୋଭିଡ୍‌-୧୯ ମୁକାବିଲାରେ ପୁଲିସ ଯୋଦ୍ଧାର ପ୍ରମାଣ ଦେଇଛି। ଅନ୍ୟପଟେ କେତେକ କର୍ମଚାରୀଙ୍କ କାର୍ଯ୍ୟ ପାଇଁ ବିଭାଗ ବଦନାମ ମୁଣ୍ଡାଉଛି। କାର୍ଯ୍ୟରତ କର୍ମଚାରୀଙ୍କ ଅବହେଳା ପାଇଁ ଦୁଇଦୁଇଟି ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ଜଣେ ଏସ୍‌ଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଜଣେ ଇନ୍‌ସ୍‌ପେକ୍ଟରଙ୍କ ବିରୋଧରେ ମଧ୍ୟ ସଙ୍ଗିନ୍‌ ଅଭିଯୋଗ ଆସିଛି। ଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଇନ୍‌ସ୍‌ପେକ୍ଟରଙ୍କୁ ପଦରୁ ହଟାଇ ମୁଖ୍ୟାଳୟ ଅଣା ଯାଇଛି। ୧୫ଦିନ ଭିତରେ କମିସନରେଟ୍‌ ପୁଲିସରେ ଏହି ସବୁ ଅଘଟଣ ଘଟିଛି।

ଏସ୍‌ଆଇ ଓ ଇନ୍‌ସ୍‌ପେକ୍ଟର୍‌, ଏହି ଦୁଇ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ(ଡିପାର୍ଟମେଣ୍ଟାଲ ପ୍ରୋସିଡିଂ) ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଯେଉଁ କର୍ମଚାରୀଙ୍କ ଅବହେଳା ପାଇଁ ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ, ସେମାନଙ୍କ ଉପରେ ଏଯାବତ୍‌ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଉଭୟ ଘଟଣାକୁ ୫ ଦିନରୁ ଅଧିକ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ସବୁ ଅଭିଯୁକ୍ତ କର୍ମଚାରୀଙ୍କୁ ଏତେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ ଉଠିଛି। ଗତ ୭ ତାରିଖ ରାତିରେ ଚନ୍ଦ୍ରଶେଖରପୁର ବିଡିଏ ଏମ୍ଆଇଜି କଲୋନିରୁ ସନ୍ତୋଷ ପାଣିଗ୍ରାହୀଙ୍କ ବାଇକ୍ ଚୋରିର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିଲା। ଚନ୍ଦ୍ରଶେଖରପୁର ଥାନା ଏକ ମାମଲା ରୁଜୁ କରି ବସି ଯାଇଥିବା ବେଳେ ଘଟଣାର ୧୦ଦିନ ପରେ ସିସିଟିଭି ଫୁଟେଜ୍‌ରୁ ସ୍ପେସାଲ୍ ସ୍କ୍ବାଡ୍‌ ଅଭିଯୁକ୍ତ ପ୍ରଶାନ୍ତ ଘଡ଼େଇ ଓରଫ ଡିକେକୁ ଚିହ୍ନଟ କରି ଡମଣା ଅଞ୍ଚଳରୁ ଧରି ଚନ୍ଦ୍ରଶେଖରପୁର ଥାନାର ହସ୍ତାନ୍ତର କରିଥିଲା। ହେଲେ ୧୭ତାରିଖ ଦିନ ଥାନା ଭିତ‌‌ରେ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରି ଗାଡ଼ି ଚୋର ଗ୍ୟାଙ୍ଗ୍‌ର ମୁଖିଆ ଡିକେ ଫେରାର ହୋଇଯାଇଥିଲା।

ଗତ ଜାନୁଆରି ୧୯ ତାରିଖ ଦିନ ଏୟାରପୋର୍ଟ ରୋଡ୍‌ରେ ପୁରୁଣା ଭୁବନେଶ୍ବର ହରଚଣ୍ଡୀ ସାହିର ଶିବପ୍ରସାଦ ବେହେରା, ଜଗା ବେହେରା ଓ ପ୍ରସନ୍ନ ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ୫ ଜଣ ଦୁର୍ବୃତ୍ତ ଆକ୍ରମଣ କରି ସୁନା ଚେନ୍‌ ଓ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୪ମାସ ପୁଲିସକୁ ଭୁଆଁ ବୁଲାଇବା ପରେ ନିଶା ବ୍ୟବସାୟ କରୁଥିବା ବେଳେ ପୁରୁଣା ଭୁବନେଶ୍ବରରୁ ମୁଖ୍ୟ ଅଭିଯୁକ୍ତ ଭୀମପୁର ଅଞ୍ଚଳର ଅମିତ ସ୍ବରୂପ ମହାପାତ୍ର ଓରଫ ପିକୁଲ ଧରା ପଡ଼ିଥିଲା। ତାକୁ କୋର୍ଟ ଚାଲାଣ କରାଯିବା ପୂର୍ବରୁ ସେ ଥାନାରୁ ଚମ୍ପଟ ମାରିଥିଲା। ଉଭୟ ଘଟଣାରେ ପୁଲିସ ଫେରାର୍‌ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଉଭୟ ଥାନାରେ ଏହି ଘଟଣାକୁ ନେଇ ଡିସିଓଙ୍କ ଅଭିଯୋଗକ୍ରମେ ଦୁଇଟି ମାମଲା ରୁଜୁ ହୋଇଛି। ହେଲେ ଏଯାବତ୍‌ କାର୍ଯ୍ୟାନୁଷ୍ଠାନ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe